Hindusthan Samachar
Banner 2 बुधवार, मार्च 20, 2019 | समय 06:37 Hrs(IST) Sonali Sonali Sonali Singh Bisht

ସରଧାପୁରରେ ପାନୀୟଜଳର ଉତ୍କଟ ସମସ୍ୟା ଅଭିଯୋଗ

By HindusthanSamachar | Publish Date: Mar 16 2019 9:08PM
ସରଧାପୁରରେ ପାନୀୟଜଳର ଉତ୍କଟ ସମସ୍ୟା ଅଭିଯୋଗ
ନୂଆପଡା, ୧୬ ମାର୍ଚ୍ଚ (ହି.ସ.)- ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଅବହେଳିତ ଆଦିବାସି ବହୁଳ ସରଧାପୁର ଗ୍ରାମରେ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖାଦେଇଛି । ଫଳରେ ଲୋକେ ନାହିନଥିବା ଅସୁବିଧା ଭୋଗ କରୁଥିବା ଅଭିଯୋଗ କରିଛନ୍ତି । ଗ୍ରାମରେ ଥିବା ନଳକୂପ ଗୁଡିକରେ ମାତ୍ରାଧିକ ଫ୍ଲୋରାଇଡ ଥିବା ଯୋଗୁଁ ବିଭାଗ ପକ୍ଷରୁ ବ୍ୟବହାର ପାଇଁ ମନା କରାଯାଇଛି । କିନ୍ତୁ ପାଣିର ବିକଳ୍ପ ବ୍ୟବସ୍ଥା ନପାଇ ସ୍ଥାନୀୟ ଲୋକେ ବାଧ୍ୟ ହୋଇ ଫ୍ଲୋରାଇଡ ମିଶ୍ରିତ ପାଣିକୁ ସେବନ କରୁଛନ୍ତି । ସେହିଭଳି ନଳକୂପ ଗୁଡିକ ବହୁତ ପୁରୁଣା ହୋଇଥିବା ଯୋଗୁଁ ପାଣିରେ କାଦୁଅ, ଧୂଳି, ବାଳି ମିଶି ଦୂଷିତ ଜଳ ନିର୍ଗତ ହେଉଥିବା ଦେଖିବାକୁ ମିଳିଛି । ଏହି ପାଣିକୁ ସେବନ କଲେ ନାନାଦି ରୋଗର ଶିକାର ହେଉଥିବା ସ୍ଥାନୀୟ ମହିଳା ମାନେ ଅଭିଯୋଗ କରିଛନ୍ତି । ଚଳିତବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ନଇଁ, ନାଳ, ପୋଖରି ସବୁତକ ସୁଖିଲା ପଡିଛି । ଏବେଠାରୁ ଗ୍ରାମାଞ୍ଚଳରେ ପାଣିର ସମସ୍ୟା ଦେଖା ଦେଇଥିବା ବେଳେ ସରଧାପୁର ଗ୍ରାମରେ ଏହି ସମସ୍ୟା ଦ୍ୱିଗୁଣିତ ହୋଇଯାଇଛି । ନଳକୂପ ଗୁଡିକରେ ଜଳସ୍ତର ହ୍ରାସ ପାଇବାକୁ ଲାଗିଛି । ଗରାଏ ପାଣି ପାଇଁ ଦୀର୍ଘସମୟ ଲମ୍ବାଧାଡିରେ ଛିଡାହେବାକୁ ପଡୁଛି । ସେହିଭଳି କିଛିଲୋକ ଖୋଳା କୂଅଁର ପାଣିକୁ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପାନୀୟ ଜଳ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବୀ ହେଉଛି । ହିନ୍ଦୁସ୍ଥାନ ସମାଚାର/ହେମନ୍ତ/ଭାନୁ
लोकप्रिय खबरें
फोटो और वीडियो गैलरी
image