Hindusthan Samachar
Banner 2 बुधवार, मार्च 20, 2019 | समय 07:02 Hrs(IST) Sonali Sonali Sonali Singh Bisht

ମୋଟର ସାଇକେଲ୍ ଧକ୍କାରେ ୩ ଗୁରୁତର

By HindusthanSamachar | Publish Date: Mar 16 2019 9:08PM
ମୋଟର ସାଇକେଲ୍ ଧକ୍କାରେ ୩ ଗୁରୁତର
କେନ୍ଦ୍ରାପଡ଼ା, ୧୬ ମାର୍ଚ୍ଚ (ହି.ସ.)- ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୩ ଜଣ ଆରୋହୀ ଗୁରୁତର ହୋଇଥିବା ଜଣାପଡିଛି । ୩ ଜଣ ଯାଙ୍କ ଆରୋହୀଙ୍କୁ ସଂକଟାପନ୍ନ ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନାମୁତାବକ କେନ୍ଦ୍ରାପଡା ଇଚ୍ଛାପୁର ହାଇସ୍କୁଲ ନିକଟରେ ଶନିବାର ଅପରାହ୍ନ ୩ ଟା ସମୟରେ ଉଭୟ ଦିଗରୁ ଆସୁଥିବା ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ଟାଉନ୍ ଜୟୀପୁରା ଗ୍ରାମର ବାସୁଦେବ ଦାସ ଓ ଇଚ୍ଛାପୁର ବଡବାରଙ୍ଗର ମନୋଜ ମଲିକ ଓ ନାରାୟଣ ମଲିକ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ତିନିଜଣଙ୍କୁ ପ୍ରଥମେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ ଓ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ହିନ୍ଦୁସ୍ଥାନ ସମାଚାର/ରବି/ଭାନୁ
लोकप्रिय खबरें
फोटो और वीडियो गैलरी
image