Hindusthan Samachar
Banner 2 बुधवार, मार्च 20, 2019 | समय 06:16 Hrs(IST) Sonali Sonali Sonali Singh Bisht

ଅଣସଂକ୍ରାମକ ରୋଗ ସର୍ଭେ ପାଇଁ ସଂଗ୍ରହ ହେବ ରକ୍ତ ନମୁନା

By HindusthanSamachar | Publish Date: Mar 16 2019 9:08PM
ଅଣସଂକ୍ରାମକ ରୋଗ ସର୍ଭେ ପାଇଁ ସଂଗ୍ରହ ହେବ ରକ୍ତ ନମୁନା
କେନ୍ଦ୍ରାପଡ଼ା, ୧୬ ମାର୍ଚ୍ଚ (ହି.ସ.)- ସ୍ୱାସ୍ଥ୍ୟକର୍ମୀମାନେ ଅଣସଂକ୍ରାମକ ରୋଗ ସର୍ଭେ ପାଇଁ ଘର ଘର ବୁଲି ରକ୍ତ ନମୁନା ସଂଗ୍ରହ କରିବେ । ଚଳିତ ମାସ ୩୧ ତାରିଖ ସୁଦ୍ଧା ଏହି ରକ୍ତ ସଂଗ୍ରହ କରାଯିବ । ଅଣସଂକ୍ରାମକ ରୋଗ ସଂପର୍କୀୟ ସର୍ଭେ ସମୀକ୍ଷା ବୈଠକ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନୁଷ୍ଠିତ ହୋଇଯାଇଛି । ସହକାରୀ ମୁଖ୍ୟ ଚିକିତ୍ସା ଅଧିକାରୀ ମିର୍ଜାବାବର ବେଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଡିପିଏମ୍ ପ୍ରକାଶ ବାନାର୍ଜୀ, ଡିଏଚଏଚ୍ ଆଲୋକ କୁମାର ମହାନ୍ତି, ଡିଡିଏମ୍ ଅଶୋକ ସାହୁ ପ୍ରମୁଖ େଯୋଗଦେଇ ମଧୁମେହ, ହୃଦରୋଗ, ଉଚ୍ଚରକ୍ତଚାପ, କର୍କଟ ଆଦି ଅଣସଂକ୍ରାମକ ରୋଗ ସଂପର୍କରେ ୩୦ ବର୍ଷରୁ ଉଦ୍ଧ୍ୱର୍ ପୁରୁଷ ଓ ମହିଳାଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ଏହି ରୋଗ ସମ୍ବନ୍ଧରେ ସର୍ଭେ କରିବାକୁ ସୂଚନା ଦେଇଥିଲେ । ଏଥିରେ ପ୍ରତ୍ୟେକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟକର୍ମୀ ଓ ଆରୋଗ୍ୟ କେନ୍ଦ୍ରର କର୍ମଚାରୀମାନେ ଯୋଗ ଦେଇଥିଲେ । ଚଳିତ ମାସ ୩୧ ତାରିଖ ସୁଦ୍ଧା ଏହି ସର୍ଭେ କାର୍ଯର୍୍ୟ ସଂପାଦନ କରିବାକୁ ସମୟସୀମା ନିର୍ଦ୍ଦିଷ୍ଟ କରାଯାଇଛି । ଘରଘର ବୁଲି ସ୍ୱାସ୍ଥ୍ୟକର୍ମୀମାନେ ରକ୍ତ ନମୁନା ସଂଗ୍ରହ କରିବେ । ହିନ୍ଦୁସ୍ଥାନ ସମାଚାର/ରବି/ଭାନୁ
लोकप्रिय खबरें
फोटो और वीडियो गैलरी
image