Hindusthan Samachar
Banner 2 बुधवार, मार्च 20, 2019 | समय 06:32 Hrs(IST) Sonali Sonali Sonali Singh Bisht

ଝିଅର ଅଭିଯୋଗରେ ମାଡ ଖାଇ ଜେଲ୍ ଗଲା ମା

By HindusthanSamachar | Publish Date: Mar 16 2019 9:08PM
ଝିଅର ଅଭିଯୋଗରେ ମାଡ ଖାଇ ଜେଲ୍ ଗଲା ମା
କେନ୍ଦ୍ରାପଡ଼ା, ୧୬ ମାର୍ଚ୍ଚ (ହି.ସ.)- ମା ଓ ଝିଅ ମଧ୍ୟରେ ମାଡଗୋଳ ହୋଇ ଶେଷରେ ମାକୁ ଜେଲ୍ ଯିବାକୁ ପଡିଛି । ଝିଅଙ୍କୁ ଆକ୍ରମଣ କରି ଜୀବନରେ ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗରେ ମାକୁ ଜେଲ୍ ଯିବାକୁ ପଡିଥିବା ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡାରେ ଚର୍ଚ୍ଚାର ବିଷୟ ହୋଇଛି । ଏତଲାରୁ ପ୍ରକାଶ ଯେ କେନ୍ଦ୍ରାପଡା ଟାଉନ୍ ଥାନା ଅଂଚଳ ଟାଉନ୍ ବଳରାମପୁରର ଭଡାଘରେ ରହୁଥିବା ମହାକାଳପଡା ଥାନା ରାମନଗର ଅଂଚଳର ପ୍ରମୋଦ କୁମାର ସାମଲଙ୍କ ଝିଅ ଲୋପାମୁଦ୍ରା ସାମନ୍ତରାୟ (୨୭) ନିଜ ମା ସୁନନ୍ଦା ସାମଲ (୫୫) ଙ୍କ ନାମରେ ଟାଉନ୍ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗତ ଗୁରୁବାର ୧୪ ତାରିଖ ସନ୍ଧ୍ୟା ୬ଟା ସମୟରେ ସୁନନ୍ଦା ଲୋପାମୁଦ୍ରାଙ୍କ ଭଡାଘରେ ପହଁଚି ଗାଳିଗୁଲଜ କରିବା, ପ୍ରବଳ ମାଡ ଦେବା ସହ ତଂଟିକୁ ଚିପି ମାରିଦେବାକୁ ଉଦ୍ୟମ କରିବା ଓ ହତ୍ୟାଧମକ ଦେବା ଅଭିଯୋଗ କରିଥିଲେ । ଏହାକୁ ଭିତିକରି ଟାଉନ୍ଥାନା ଅଧିକାରୀ କେଶ୍ ନମ୍ବର - ୩୫/୧୯ ରେ ମାମଲା ରୁଜୁକରି ସୁନନ୍ଦାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ତାଙ୍କ ଜାମିନ୍ ନାମଂଜୁର ହେବାରୁ ତାଙ୍କୁ ଜେଲ୍କୁ ପଠାଇ ଦିଆଯାଇଛି । ଅପରପକ୍ଷରେ ସୁନନ୍ଦାଙ୍କୁ ତାଙ୍କ ଝିଅ ଲୋପାମୁଦ୍ରା ଓ ତାଙ୍କଘରେ ରହୁଥିବା ଅନ୍ୟ ଦୁଇଜଣ ବ୍ୟକ୍ତି ନିସ୍ତୁକ ମାଡ ମାରି ହାତ ଓ ପିଠିରେ କ୍ଷତବିକ୍ଷତ କରିଦେଇଥିବା ସୁନନ୍ଦା ଥାନାରେ ଅଭିଯୋଗ କରିଥିଲେ । ମାତ୍ର ପୋଲିସ ଏହି ଅଭିଯୋଗକୁ ଅଣଦେଖା କରି ଏକତରଫା କାର୍ଯ୍ୟାନୁଷ୍ଠାନ କରିଥିବା ସୁନନ୍ଦା ଅଭିଯୋଗ କରିଛନ୍ତି । ହିନ୍ଦୁସ୍ଥାନ ସମାଚାର/ରବି/ଭାନୁ
लोकप्रिय खबरें
फोटो और वीडियो गैलरी
image