Hindusthan Samachar
Banner 2 बुधवार, मार्च 20, 2019 | समय 06:15 Hrs(IST) Sonali Sonali Sonali Singh Bisht

ପୋଲ ମଧ୍ୟରୁ ମୃତଦେହ ଉଦ୍ଧାର

By HindusthanSamachar | Publish Date: Mar 16 2019 9:10PM
ପୋଲ ମଧ୍ୟରୁ ମୃତଦେହ ଉଦ୍ଧାର
ବାରିପଦା, ୧୬ ମାର୍ଚ୍ଚ (ହି.ସ.)- ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅର୍ନ୍ତଗତ ୧୮ନମ୍ବର ଜାତୀୟ ରାଜପଥ ଷଠିଲୋ ଛକ ନିକଟରେ ନିର୍ମାଣଧୀନ ପୋଲରୁ ବାହାରି ଥିବା ଲୁହା ରଡ଼ ପଶି ଜଣେ ବୃଦ୍ଧ ମୃତ ଦେହକୁ ବେତନଟୀ ପୁଲିସ ଦମକଳବାହିନୀ ଡ଼କାଇ ଉଦ୍ଧାର କରିଛି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ବିଶୋଇ ଥାନା ଅର୍ନ୍ତଗତ ତାରାକୋଟୀ ଗ୍ରାମର ସୁରେନ ସିଂ (୬୦) । ଉକ୍ତ ଖବର ପ୍ରଚାରିତ ହେବା ପରେ ମୃତକଙ୍କ ପରିବାର ସଦସ୍ୟମାନେ ପହଁଚି କ୍ଷତି ପୂରଣ ପ୍ରଦାନ ନିମନ୍ତେ ଜାତୀୟ ରାଜପଥ ଉପରେ ଶବ ରଖି ଆଜି ପୂର୍ବାହ୍ନ ୭ଟାରୁ ରାସ୍ତାରୋକ କରିଥିଲେ । ଏଥି ସହିତ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପୋଲ ପାଶ୍ୱର୍ରେ ବାଇପାସ ରାସ୍ତା ନିର୍ମାଣ କରିବାର ନିୟମ ରହିଥିଲେ ମଧ୍ୟ ଠିକାଦାର ଏହାକୁ ପାଳନ କରିନାହିଁ । ଏଥି ସହିତ ବିଭାଗୀୟ ଉଚ୍ଚ ପଦସ୍ତ ପଦାଅଧିକାରୀ ଓ ନିର୍ମାଣ କାର୍ଯ୍ୟ ତଦାରଖ କରୁଥିବା ଅଧିକାରୀ ମଧ୍ୟ ଏଦିଗରେ ଆଖି ବନ୍ଦ କରିଦେଇଥିଲେ । ଏନେଇ ମୃତକ ସୁରେନଙ୍କ ପୁଅ ଗୁରୁବା ସିଂଙ୍କ ଅଭିଯୋଗ କ୍ରମେ ବେତନଟୀ ଥାନାରେ (କେଶ ନଂ-୩୮/୧୯) ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ବାରିପଦା ପିଆରଏମ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲକୁ ପଠାଇ ଦେଇଥିଲେ । ପ୍ରାପ୍ତ ସୂଚନା ଅନୁସାରେ, ବେତନଟୀ ଥାନା ତାରାକୋଟୀ ଗ୍ରାମର ସୁରେନ ସିଂ ଗତ ଶୁକ୍ରବାର ସନ୍ଧ୍ୟାରେ ନିଜ ସାଇକେଲ ଯୋଗେ ବେତନଟୀକୁ ସାପ୍ତାହିକ ହାଟ କରିବା ପାଇଁ ଆସି ଘରକୁ ଫେରିନଥିଲେ । ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କୁ ପାଇ ନଥିଲେ ଓ ଶନିବାର ସକାଳ ସମୟରେ ୧୮ନମ୍ବର ଜାତୀୟ ରାଜପଥର ଷଠିଲୋ ଗ୍ରାମ ନିକଟ ନିର୍ମାଣାଧୀନ ପୋଲରୁ ଉପରକୁ ବାହାରିଥିବା ଲୁହାରଡ଼ ଗଳି ଜଣେ ବୃଦ୍ଧର ମୃତ ଶରୀର ଏବଂ ନିକଟରେ ଏକ ସାଇକେଲ ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇ ବେତନଟୀ ଥାନାକୁ ଖବରଦେବା ପରେ ପୁଲିସ ଘଟଣା ସ୍ଥଳରେ ପହଁଚିଥିଲା । ଏହାପରେ ଦମକଳ ବାହିନୀକୁ ଡ଼କାଇ ଶବକୁ ଉଦ୍ଧାର କରିବା ପରେ ତାର ପରିଚୟ ମିଳିଥିଲା । ତେବେ ଏହି ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ଟ୍ରାଇ ଏଙ୍ଗେଲ କମ୍ପାନୀ( ବେକବୋନ) ପକ୍ଷରୁ କରାଯାଉଛି । ଏହା ମରଣ ଯନ୍ତା ପାଲଟି ଯାଇଥିବାରୁ ଲୋକମାନଙ୍କୁ ସୁରକ୍ଷା ଦେବା ସହ ସେଠାରେ ଏକ ବାଇପାସ ରୋଡ ନିର୍ମାଣ କରିବା ଜରୁରୀ ହୋଇପଡ଼ିଛି । ତେଣୁ ଉକ୍ତ ରାସ୍ତାରୋକ ଆନ୍ଦୋଳନକୁ ମଧ୍ୟ ସ୍ଥାନୀୟ ଜନସାଧାରଣଙ୍କ ସମର୍ଥନ ରହିଥିବାର ପରିଲକ୍ଷିତ ହୋଇଥିଲା । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ବହୁ ସଂଖ୍ୟାରେ ଗାଡି ମୋଟର ଅଟକି ରହିଥିଲା । ଖବରପାଇ ବେତନଟୀ ଏସଡ଼ିପିଓ ଗୋବିନ୍ଦ ସେଠୀ ଓ ବେତନଟୀ ଥାନା ଅଧିକାରୀ ପର୍ଶୁରାମ ସାହୁ ପ୍ରମୁଖ ଆନ୍ଦୋଳନକାରୀମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଯାଇଥିଲା । ଏଥି ସହିତ ମୃତକର ପରିବାରକୁ ୩୦ ହଜାର ଟଙ୍କାର ସହାୟତା ରାଶି ମଧ୍ୟ ପ୍ରଦାନ କରାଯାଇଥିଲା । ହିନ୍ଦୁସ୍ଥାନ ସମାଚାର/ଦିଲ୍ଲୀପ/ଭାନୁ
लोकप्रिय खबरें
फोटो और वीडियो गैलरी
image