Hindusthan Samachar
Banner 2 बुधवार, मार्च 20, 2019 | समय 06:23 Hrs(IST) Sonali Sonali Sonali Singh Bisht

ଆଜିଠାରୁ ବିଜେଡିର ହକ ମାଗୁଛି ଓଡିଶା ଓ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ

By HindusthanSamachar | Publish Date: Mar 16 2019 9:10PM
ଆଜିଠାରୁ ବିଜେଡିର ହକ ମାଗୁଛି ଓଡିଶା ଓ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ
କନ୍ଧମାଳ, ୧୬ ମାର୍ଚ୍ଚ(ହି.ସ.)- ବିକାଶର ଡିଣ୍ଡିମ ପିଟୁଥିବା କେନ୍ଦ୍ରର ବିଜେପି ସରକାର ଓଡିଶାକୁ ତଥା ସାଧାରଣ ଲୋକଙ୍କୁ ଭୂଆଁ ବୁଲାଇବାରେ ଲାଗିଛି । ରାଜନୈତିକ ଉଦ୍ଦେଶ୍ୟ ରଖି ରାଜ୍ୟକୁ ତାର ନ୍ୟାଯ୍ୟ ଅଧିକାର ଦିଆଯାଉ ନାହିଁ । କେନ୍ଦ୍ରର ଏହି ବୈମାତୃକ ମନୋଭାବ ବିରୋଧରେ ବିଜୁ ଜନତା ଦଳ ଆରମ୍ବ କରିଛି ହକ ମାଗୁଛି ଓଡିଶା କାର୍ଯ୍ୟକ୍ରମ । କନ୍ଧମାଳ ଜିଲାରେ ରବିବାରଠାରୁ ଆରମ୍ବ ହେବାକୁ ଯାଉଥିବା ଏହି କାର୍ଯ୍ୟକ୍ରମ ଜିଲାର ପ୍ରତି ପଂଚାୟତରେ ଆୟୋଜିତ ହେବା ସହ ରାଜ୍ୟବାସିଙ୍କୁ କେନ୍ଦ୍ରର ଏହି ମନୋଭାବ ସଂପର୍କରେ ଅବଗତ କରାଯିବ । ଏ ନେଇ ଆଜି ବିଜୁ ଯୁବ ଛାତ୍ର ଜନତା ଦଳର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲାର ବିଭିନ୍ନ ବ୍ଲକରୁ ଶତାଧିକ କର୍ମୀ ଏଥିରେ ଯୋଗ ଦେଇ କାର୍ଯ୍ୟକ୍ରମ ଆୟୋଜନ ସପର୍କରେ ଆଲୋଚନା କରିଥିଲେ । ସଂଧ୍ୟାରେ ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇ ଜିଲା ସଭାପତି ସରୋଜ କର୍ଣ୍ଣ କହିଛନ୍ତି ଯେ,ଓଡିଶାକୁ ସ୍ୱତନ୍ତ୍ର ପାହ୍ୟାର ମାନ୍ୟତା ଦେବେ ବୋଲି ନିର୍ବାଚନୀ ପ୍ରତିଶୃତି ଦେଇ ବିଜେପି ଏହାକୁ ଭଲି ଯାଇଛି । ଶିକ୍ଷା, ନିଯୁକ୍ତି, ସ୍ୱାସ୍ଥ୍ୟ, ଗମନାଗମନ,କୃଷି, ରେଳବାଇ,ଟେଲିକମ ପ୍ରତ୍ୟେକ କ୍ଷେତ୍ରରେ ରାଜ୍ୟକୁ ଅବହେଳା କରାଯାଇଛି । ଓଡିଶାର ଜୀବନରେଖା ମହାନଦୀକୁ ନେଇ ମଧ୍ୟ ବିଜେପି ଘୃଣ୍ୟ ରାଜନିତି ଖେଳୁଛି । ତେଣୁ କେନ୍ଦ୍ରର ଏହି ପ୍ରତାରଣା ବିରୋଧରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ହକ ମାଗୁଛି ଓଡିଶା କାର୍ଯ୍ୟକ୍ରମ ଆରମ୍ଭ କରାଯଅଉଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟବାସୀଙ୍କୁ କେନ୍ଦ୍ରର ଅବହେଳା ବିଷୟରେ ଅବଗତ କରାଯିବ । ଏଥିସହ ଦଳ ପକ୍ଷରୁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ମଧ୍ୟ ଆରମ୍ବ କର।।ଯାଉଥିବା ନେଇ ଏହି ସାମ୍ବାଦିିକ ସମ୍ମିଳନୀରେ ସୂଚନା ଦୁିିଆଯାଇଛି । ମହିଳା ବିଜେଡି ପକ୍ଷରୁ ଏହି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ପ୍ରତ୍ୟେକ ଘରେ ଦଳୀୟ କର୍ମୀ ମାନେ ପହଂଚି ସେମାନେ ସରକାରଙ୍କ ତରଫରୁ ପାଇଥିବା ସୁବିଧା ଓ ଅନ୍ୟାନ୍ୟ ସମସ୍ୟା ସଂପର୍କରେ ତଥ୍ୟ ସଂଗ୍ରହ କରିବେ । ଲୋକଙ୍କ ସମସ୍ୟାକୁ ଆଗାମୀ ନିର୍ବାାଚନରେ ଦଳର ଇସ୍ତାହାରରେ ସାମିଲ କରାଯିବା । ଜିଲା ସଭାପତି ସରୋଜ କର୍ଣ୍ଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିିକ ସମ୍ମିଳନୀରେ ଫୁଲବାଣୀ ବିଧାୟକ ଦୁଗୁନୀ କହଁର, ବାଲିଗୁଡା ବିଧାୟକ ରାଜୀବ ପାତ୍ର,ଜିଲା ଯୁବ ବିଜେଡି ସଭାପତି ପ୍ରଦୀପ ପ୍ରଧାନ, ସଂପାଦକ ଶତ୍ରୁଘ୍ନ ମହାନନ୍ଦିଆ,ଜିଲା ସଂପାଦକ କମଳ ବେହେରା, ଛାତ୍ର ନେତା ସଂଜିତ ମଲିକ ଓ ମାମୁନୀ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ଭାନୁ
लोकप्रिय खबरें
फोटो और वीडियो गैलरी
image