Hindusthan Samachar
Banner 2 गुरुवार, मार्च 21, 2019 | समय 05:15 Hrs(IST) Sonali Sonali Sonali Singh Bisht

ଭଡାରେ ଲାଗିଛି ସରକାରୀ ବିଦ୍ୟାଳୟ ଛାତ୍ରାବାସ : ଅନ୍ତେବାସୀଙ୍କ ପାଇଁ ନାହିଁ ସ୍ଥାନ

By HindusthanSamachar | Publish Date: Mar 16 2019 9:11PM
ଭଡାରେ ଲାଗିଛି  ସରକାରୀ ବିଦ୍ୟାଳୟ ଛାତ୍ରାବାସ : ଅନ୍ତେବାସୀଙ୍କ ପାଇଁ  ନାହିଁ ସ୍ଥାନ
କେନ୍ଦୁଝର, ୧୬ ମାର୍ଚ୍ଚ (ହି.ସ.)- କେନ୍ଦୁଝର ରେ ନିର୍ଦ୍ଦିଷ୍ଟ ଏକ ବେସରକାରୀ ସଂଗଠନକୁ ସ୍କୁଲ ଘର ଯୋଗାଇ ଦେବା ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଛି । ସ୍କୁଲ ବିଲଡିଂକୁ ସ୍କୁଲ ଛାତ୍ର ଛାତ୍ରୀ ଙ୍କ ବ୍ୟବହାର ଲାଗି ଯୋଗଇ ଦେବା ପରିବର୍ତେ ଦୀର୍ଘ ୬ ବର୍ଷ ଧରି ଏକ ବେସରକାରୀ ସଂସ୍ଥାକୁ ବ୍ୟବହାର ଲାଗି ଯୋଗାଇ ଦେବା ଘଟଣାକୁ ନେଇ ବିଭିନ୍ନ ମହଲରେ ତ୍ରୀବ୍ର ପତିକ୍ରିୟା ପ୍ରକାଶ ପାଇଛି । ୨୦୧୪ ମସିହାରୁ ଗ୍ରାମ ତରଙ୍ଗ ନାମକ ଏକ ସଂସ୍ଥାକୁ ନରଣପୁର ସ୍କୁଲ କ୍ୟାମ୍ପସ ମଧ୍ୟରେ ଥିବା ନବନିର୍ମିତ ସ୍କୁଲ ଘରକୁ ଦିଆଯାଇଥିଲା । ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ନରଣପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରାବାସ ପାଇଁ ଉଦ୍ଦିଷ୍ଟ ଗୃହରେ ଗ୍ରାମ ତରଙ୍ଗର ଦକ୍ଷତା ବିକାଶ କେନ୍ଦ୍ର ଚାଲୁଥିବାରୁ ବିଦ୍ୟାଳୟର ଅନ୍ତେବାସୀମାନେ ବହୁ ଅସୁବିଧାର ସମ୍ମୁଖିନ ହୋଇ ଆସୁଥିଲେ ମଧ୍ୟ ତାଙ୍କ କଥା ଶୁଣିବାକୁ କେହି ଆଗ୍ରହ ପ୍ରକାଶ କରୁନାହାଁନ୍ତି । ଦୀର୍ଘ ବର୍ଷ ହେଲା ସ୍କୁଲ ର ହଷ୍ଟେଲ ବିଲଡିଂରେ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଚାଲୁଥିଲେ ମଧ୍ୟ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ବିଭାଗୀୟ କର୍ତୃପକ୍ଷଙ୍କ ଅଣଦେଖା କରିଆସିବା ନିଶ୍ଚିତ ଭାବେ ଏକ ଦୁର୍ଭଗ୍ୟପୁର୍ଣ୍ଣ ଘଟଣା ବୋଲି ମତ ପ୍ରକାଶ ପାଇଛି । ନରଣପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ସୁନାମଧନ୍ୟ ଅନୁଷ୍ଠାନ ଭାବେ ପରିଚିତ ।ହୋଇଥିବା ଏଠାରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୧୦ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବାବେଳେ ଅନ୍ତେବାସୀ ଭାବେ ୧୨୦ଜଣ ଛାତ୍ର ଓ ୧୧୦ଜଣ ଛାତ୍ରୀ ଅଧ୍ୟୟନ କରନ୍ତି । ସେ ମଧ୍ୟରୁ କେତେକ ଛାତ୍ରୀ ବିଦ୍ୟାଳୟର ଛାତ୍ରୀ ନିବାସରେ ରହି ପାଖ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରନ୍ତି । ୧୧୦ଜଣ ଛାତ୍ରୀଙ୍କ ପାଇଁ ପର୍ଯ୍ୟାପ୍ତ ଗୃହ ଥିଲେ ମଧ୍ୟ ଛାତ୍ରମାନଙ୍କ ପାଇଁ ଆବଶ୍ୟକତାନୁସାରେ ଗୃହ ନାହିଁ । ତେଣୁ ଛାତ୍ରମାନେ ଆଜବେଷ୍ଟସ ଘରେ ବିପଦପୂର୍ଣ୍ଣ ଭାବେ ରହୁଛନ୍ତି । ଆହୁରି ମଧ୍ୟ ବିଦ୍ୟାଳୟରେ ଲାଇବ୍ରେରୀ ଗୃହ,କ୍ରୀଡା ଷ୍ଟୋର,ପୂଜା ଗୃହ,ସଭା ଗୃହ ଇତ୍ୟାଦିର ଅଭାବ ରହିଛି । ଏହି ପରିପ୍ରେକ୍ଷୀରେ ଗତ ୬ବର୍ଷ ହେଲା ଏକ ବେସରକାରୀ ସଂଗଠନ ଗ୍ରାମତରଙ୍ଗ ଦ୍ୱାରା ଦକ୍ଷତା ବିକାଶ କେନ୍ଦ୍ର କେନ୍ଦୁଝର ଏବଂ ଅନ୍ୟାନ୍ୟ ସ୍ଥାନରେ ଅନ୍ୟ କେତୋଟି ସଂସ୍ଥା ଭଡା ଗୃହରେ ଚାଲିଛି । ଏଥିପାଇଁ ସେମାନେ କେନ୍ଦ୍ର ସରକାର ତଥା ଓଡିଶା ସରକାରଙ୍କଠାରୁ ଅନୁଦାନ ପାଇଥାନ୍ତି । କିନ୍ତୁ ସରକାରୀ ବିଦ୍ୟାଳରେ ଛାତ୍ର ମାନଙ୍କୁ ଅସୁବିଧାରେ ପକାଇ ବିଦ୍ୟାଳୟର କ୍ଷତି କରାଇବା ସଙ୍ଗେ ସଙ୍ଗେ ଗ୍ରାମତରଙ୍ଗ ଭଳି ଏକ ବେସରକାରୀ ସଂଗଠନକୁ ଲାଭ ପହଞ୍ଝାଇ କେଉଁ ବୃହତର ସ୍ୱାର୍ଥୀ ସାଧିତ ହେଉଛି ତା ଉପରେ ଉଠିଛି ପ୍ରଶ୍ନ । ବାନ ହେଉଥିବା ୬ବର୍ଷ ତଳେ ତତ୍କାଳୀନ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଉକ୍ତ ସଂସ୍ଥାକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ସରକାରୀ ବିଦ୍ୟାଳୟର କୋଠାକୁ ବେଆଇନ ଭାବେ ହସ୍ତାନ୍ତର କରିଥିଲେ । ଏ ସଂସ୍ଥା ବିରୋଧରେ ଅଭିଯୋଗ ହେବା ପରେ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥାର ତତ୍କାଳୀନ ସ୍ୱତନ୍ତ୍ର ଅଧିକାରୀ ପରମାନନ୍ଦ ପୃଷ୍ଟି ତଦନ୍ତ କରି ଏହି କୋଠାର ବେଆଇନ ହସ୍ତାନ୍ତର ବିଷୟରେ ଜିଲାପାଳଙ୍କୁ ଅବଗତ କରାଇଥିଲେ । ଏହାପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହୋଇ ପୂର୍ବ ଭଳି ଏହି ସଂସ୍ଥା ତାର କାର୍ଯ୍ୟକ୍ରମ ଚାଲୁ ରଖିଥିବା ଜଣାପଡିଛି । ସରକାରୀ ସ୍କୁଲ ବିଲଡିଂ ମାଗଣାରେ କିମ୍ବା ଭଡା ସୂୂତ୍ରରେ ଦେବାର କୌଣସି ନିୟମ ନଥିଲେ ମଧ୍ୟ କିଭଳି ଗ୍ରାମତରଙ୍ଗକୁ ଭଳି ସଂସ୍ଥାକୁ ଦିଆଯାଇଛିି ଏବଂ ବିଦ୍ୟାଳୟକୁ ହସ୍ତାନ୍ତର କରାଯାଉନାହିଁ ତାହା ତଦନ୍ତ କରାଯିବା ଜରୁରୀ ହୋଇଛି । ଓଡିଶାରେ ତଥା କେନ୍ଦୁଝରରେ ଅନେକ ସ୍ୱେଚ୍ଛାସେବୀ ସଂଗଠନ ଭଡା ସୂତ୍ରରେ ଘର ନେଇ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାରେ ପିଲାମାନଙ୍କୁ ତାଲିମ ଦେଉଥିବା ବେଳେକେବଳ ଗ୍ରାମ ତରଙ୍ଗକୁ ପ୍ରଶାସନ ଅଯାଚିତ ସାହାଯ୍ୟ କରିବା ଜନସାଧାରଣଙ୍କ, ଅଭିଭାବକ ମଓ ବୁଦ୍ଧିଜିବୀ ମାନଙ୍କ ମଧ୍ୟରେ ଅସନ୍ତୋଷର କାରଣ ହୋଇଛି । ଏଣୁ ଗ୍ରାମ ତରଙ୍ଗ ଭଳି ଏକ ବେସରକାରୀ ଅନୁଷ୍ଠାନଠାରୁ ବିଦ୍ୟାଳୟ ଗୃହ ଫେରାଇ ବିଦ୍ୟାଳୟକୁ ହସ୍ତାନ୍ତର କରିବା ପାଇଁ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଧିବାସୀଙ୍କ ପକ୍ଷରୁ ଦାବି କରିଛନ୍ତି । ଖୁବଶୀଘ୍ର ଏହି କୋଠା ହସ୍ତାନ୍ତର ନହେଲେ ନରଣପୁରବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏ ସଂପର୍କରେ ଜିଲା ମଙ୍ଗଳ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଦାଶଙ୍କ ସହ ଯୋଗାଯୋଗ କରିବାରୁ ବିଦ୍ୟାଳୟ ପରିସରରେ ଥିବା ଘର ଗ୍ରାମ ତରଙ୍ଗ ପକ୍ଷରୁ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାରେ ଛାତ୍ରଛାତ୍ରୀ ଟ୍ରେନିଂ ଦେଉଛି । ଅଭିଯୋଗ ହେବା ପରେ ସଂପୃକ୍ତ ସଂସ୍ଥା ଘର ଭଡା ବାବଦରେ ଅର୍ଥ ଦେଉଥିବା ପ୍ରକାଶ କରିଛନ୍ତି । ଏହି ସଂସ୍ଥା ୨୦୧୩ ମସିହାରୁ ମାଗଣାରେ ସ୍କୁଲ ପାଇଁ ଉଦ୍ଦିଷ୍ଟ ଘର ବ୍ୟବହାର କରୁଥିବାବେଳେ ଅଭିଯୋଗ ପରେ ଉକ୍ତ ଦିନଠାରୁ କେତେ ଟଙ୍କା ଭଡା ଆକାରରେ ଦେଇଛି ତାହା ତଦନ୍ତ କରି ପଦକ୍ଷେପ ନେବାକୁ ଦଳୀତ ଆଦିବାସୀ ବିକାଶ ମଞ୍ଝର ରାଜ୍ୟ ସଭାପତି ବିଦ୍ୟାଧର ଦେହୁରୀ ଦାବୀ କରିଛନ୍ତି । ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ରମେଶ ମାଝୀ ୨୦୧୮ ମସିହା ଅଗଷ୍ଟ ୧୨ ତାରିଖରେ ନରଣପୁର ହାଇସ୍କୁଲ ପରିଦର୍ଶନ କରିଥିଲେ । ବିଦ୍ୟାଳୟରେ ଭଗ୍ନ ଶ୍ରେଣୀଗୃହ ଛାତ୍ରାବାସ ଦେଖି ମନ୍ତ୍ରୀ ଅସନ୍ତୋଷ ପ୍ରକଟ କରିବା ସହ ଆଇଟିଡିଏ ଏହି ବିଦ୍ୟାଳୟର ନୂତନ ଛାତ୍ରାବାସ ଓ ଶ୍ରେଣୀଗୃହ ପାଇଁ ପଦକ୍ଷେପ ନେଇ ନ ଥିବାରୁ କ୍ଷୁବ୍ଧ ହୋଇଥିଲେ । ଭଙ୍ଗାଘରେ ଅସୁରକ୍ଷିତଭାବେ ଛାତ୍ରମାନେ ରହୁଥିବାବେଳେ ଛାତରୁ ପାଣି ଗଳୁଥିବା ଦେଖିବାକୁ ପାଇଥିଲେ । ଛୋଟ ଛୋଟ ରୁମରେ ଛାତ୍ରମାନେ ରହୁଥିବାବେଳେ ବାୟୁଚଳପ୍ରଚଳ ଠିକଭାବେ ହେଉନଥିବା ମନ୍ତ୍ରୀ ଦେଖିବାକୁ ପାଇଥିଲେ । ଦୀର୍ଘବର୍ଷ ଧରି ବିଦ୍ୟାଳୟର ଅବ୍ୟବସ୍ଥା ରହିଥିବ ।ବେଳେ ନୂତନ ଶ୍ରେଣୀଗୃହ ଓ ହଷ୍ଟେଲ କରାଯାଇନାହିଁ । ଏପରି ଅବ୍ୟବସ୍ଥା ନେଇ ଆଇଟିଡିଏ ବିଭାଗ ଅବଗତ ଥିଲେ ମଧ୍ୟ ନୂତନ ହଷ୍ଟେଲ ଏବଂ ଶ୍ରେଣୀ ଗୃହ କରାଯାଇନଥିବା ମନ୍ତ୍ରୀ ଜାଣିବାକୁ ପାଇ ଅସନ୍ତୋଷ ପ୍ରକଟ କରି ଗ୍ରାମତରଙ୍ଗ ଅଧିନରେ ଥିବା ଘରକୁ ଉଚ୍ଛେଦ କରି ବିଦ୍ୟାଳୟକୁ ଦେବାକୁ କହିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯାଇନଥିବା ଅଭିଯୋଗ ହୋଇଛି । ହିନ୍ଦୁସ୍ଥାନ ସମାଚାର/ବିଭୁତି/ଭାନୁ
लोकप्रिय खबरें
फोटो और वीडियो गैलरी
image