Hindusthan Samachar
Banner 2 बुधवार, मार्च 20, 2019 | समय 06:15 Hrs(IST) Sonali Sonali Sonali Singh Bisht

ଆନ୍ତର୍ଜାତୀୟ ମହିଳା ସପ୍ତାହ ଉଦଯାପିତ

By HindusthanSamachar | Publish Date: Mar 16 2019 9:11PM
ଆନ୍ତର୍ଜାତୀୟ ମହିଳା ସପ୍ତାହ ଉଦଯାପିତ
ଭଦ୍ରକ, ୧୬ ମାର୍ଚ୍ଚ (ହି.ସ.) - ବିଶ୍ୱମହିଳା ସପ୍ତାହ ପାଳନ ଅବସରରେ ସ୍ୱଚ୍ଛାସେବୀ ଅନୁଷ୍ଠାନ ସୋସାଇଟ୍ ଫର ଉଇକର କମ୍ୟୁନିଟି(ଆସିଆନା) ଦ୍ୱାରା ସ୍ଥାନୀୟ କର୍ମଚାରୀ ଭବନରେ ଦେଶଗଠନ ନାରୀର ଭୂମିକା ଓ ଜାତୀୟତାବାଦ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ଶିକ୍ଷୟତ୍ରୀ ଚାରୁଲତା ମହାପାତ୍ର ସଭାପତିତ୍ୱ କରିଥିଲେ । ଆସିଆନାର ସଂପାଦିକା ସୋଫିଆ ସେକ୍ କର୍ମଶାଳାର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିବାବେଳେ ଅତିଥିଭାବେ ପ୍ରଫେସର ଝରଣା ପଟ୍ଟନାୟକ, ରାଧାରାଣୀ ମହାପାତ୍ର, ପୂର୍ବତନ ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମନ କୁମାର ରାଏ, ଶିକ୍ଷୟତ୍ରୀ ସରୋଜିତା ନାୟକ, ଆଇନ୍ଜୀବୀ ଶିବପ୍ରସାଦ ମହାନ୍ତି ପ୍ରମୁଖ ଯୋଗଦେଇ ମହିଳାମାନଙ୍କର ଆର୍ଥିକ ଅଗ୍ରଗତି, ସମ୍ବିଧାନରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସୁବିଧା ସୁଯୋଗ ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କର ସଫଳତାର ସହିତ ସ୍ୱାଧୀନତା ଆନ୍ଦୋଳନ , ଆତଙ୍କବାଦୀ ରୋକିବାରେ ଭୂମିକା, କିଶୋରୀ ମାନଙ୍କର ଶିକ୍ଷାର ବିକାଶ କରାଇବା ସଙ୍ଗେ ସଙ୍ଗେ ଓ ବାଲ୍ୟବିବାହ ଭଳି ଘୃଣ୍ୟପ୍ରଥାକୁ ବିରୋଧକରିବାରେ ମାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକରୁଥିବା ଶିକ୍ଷିତ ମହିଳା ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନମାଙ୍କର ସମ୍ପାଦିକା ନିମିତା ବଳ, ସଲିଜା ଲେଙ୍କା, ଗାନ୍ଧୀବାଳାଶ୍ରମ ଓ ଫେଲୋସିପ୍ର କର୍ମକର୍ତା , ଉଜ୍ଜ୍ୱଳା ଭିଜିଲାନ୍ସ ଗ୍ରୁପ୍ର ଓ ଇନରହ୍ୱୁଇଲ୍ କ୍ଲବର ସଦସ୍ୟମାନେ ବହୁସଂଖ୍ୟାରେ ଯୋଗଦେଇଥିଲେ । ଶେଷରେ ଏକ ଖୋଲା ଆଲୋଚନାରେ ସମସ୍ତେ ଅଂଶଗ୍ରହଣ କରି ଦେଶଗଠନରେ ମହିଳାମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ତାକୁ କାର୍ଯ୍ୟକାରୀ କରିବା ପାଇଁ ସବୁ ମହଲରୁ ସହଯୋଗର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ବ୍ରଜେସ୍ ସେନାପତି ସର୍ବଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ରିଆଜ୍ ଅହମ୍ମଦ, ଅସୀମା ନାୟକ, ଅନିମା ପଣ୍ଡା, ଆଫିପା ଖାତୁନ୍, ସୋନିଆ ପଣ୍ଡା, ବିକାଶ ରାଉତ, ଶୁଭଶ୍ରୀ ପଣ୍ଡା, ରଶ୍ମିତା ସାହୁ, ରମାକାନ୍ତ ଜେନା ପ୍ରମୁଖ ପରିଚାଳାରେ ସହଯୋଗ କରିଥିଲେ । ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
लोकप्रिय खबरें
फोटो और वीडियो गैलरी
image