Hindusthan Samachar
Banner 2 गुरुवार, मार्च 21, 2019 | समय 21:25 Hrs(IST) Sonali Sonali Sonali Singh Bisht

ବୈଷ୍ଣବ ଚେତନା ଓଡ଼ିଆ ଭାଷାକୁ କରିଛି ସମୃଦ୍ଧ : ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର

By HindusthanSamachar | Publish Date: Mar 16 2019 9:11PM
ବୈଷ୍ଣବ ଚେତନା ଓଡ଼ିଆ ଭାଷାକୁ କରିଛି ସମୃଦ୍ଧ : ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର
ଭଦ୍ରକ, ୧୬ ମାର୍ଚ୍ଚ (ହି.ସ.)- ଓଡ଼ିଆ ଭାଷା ଓ ସାହିତ୍ୟ ବୈଷ୍ଣବ ଚେତନାରେ ପ୍ରଭୂତ ଭାବେ ପ୍ରଭାବିତ ହେବା ସହିତ ବୈଷ୍ଣବ ଚେତନା ଓଡ଼ିଆ ଭାଷାକୁ ସମୃଦ୍ଧ କରିଛି ବୋଲି ଭଦ୍ରକ ସହର କଲ୍ୟାଣୀନଗର ଠାରେ ଆମ ମାତୃଭାଷା ପରିଷଦ ଆନୁକୂଲ୍ୟରେ ଆୟୋଜିତ ସଂକ୍ରାନ୍ତି ଆସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ପରିଷଦର ସଭାପତି ଇଂ ଅଭୟ ସୂତାରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଆସରକୁ ଡ. ରାମଚନ୍ଦ୍ର ପଣ୍ଡା ଉଦଘାଟନ କରିଥିଲେ । ବିଶିଷ୍ଟ ସାହିତ୍ୟିକା ତଥା ପ୍ରାଧ୍ୟାପିକା ଝରଣା ପଟ୍ଟନାୟକ ଏହି ଆସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଡ. ନାରାୟଣ ସେନାପତି ମୁଖ୍ୟବକ୍ତା, ଅଧ୍ୟାପକ ନୀହାର ରଂଜନ କର ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଆସରରେ ‘ଆମ ସାହିତ୍ୟରେ ବୈଷ୍ଣବ ଚେତନା’ ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରଫେସର ଅଟଳ ବିହାରୀ ନାୟକ, ପ୍ରାଧ୍ୟାପିକା ଭାନୁମତୀ ମାଟିଆ, ଡ. ଅବନୀ କୁମାର ପ୍ରଧାନ, ନାଟ୍ୟଶ୍ରୀ ନିର୍ମଳ ରାଉତ, ଶିକ୍ଷାବିତ୍ ଶାନ୍ତନୁ କୁମାର ରାଉତ, ରମାକାନ୍ତ ପଣ୍ଡା ଆଲୋଚନାଚକ୍ରରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ କବୟିତ୍ରୀ ବସନ୍ତ ମିଶ୍ରଙ୍କ ସଂଯୋଜନାରେ ଏକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ମନୋରମା ରାୟ, ମମତାରାଣୀ ଦାଶ, ପ୍ରୀତିଲତା ପଣ୍ଡା, ଅନୁରାଧା ମିଶ୍ର, ଶଶାଙ୍କ ଶେଖର ପଣ୍ଡା, ବାବାଜୀ ଚରଣ ମହାନ୍ତି, ଆନନ୍ଦ ଚନ୍ଦ୍ର ନାଥ, ବାବୁଲାଲ ଦାସ, ଅରୂପାନନ୍ଦ ନାୟକ, ରମେଶ ଚନ୍ଦ୍ର ଦାସ, ଡା. ଅନିଲ କୁମାର ଦାଶ, ମମତା ରାଉତ, ବିଜୟଶ୍ରୀ ଗୋକୁଳାନନ୍ଦ ରାଉତ, ଲକ୍ଷ୍ମୀକାନ୍ତ ନାୟକ, ଅର୍ଜୁନ ଚରଣ ବାରିକ ପ୍ରମୁଖ କବିତା ପାଠ କରିଥିଲେ । ପରିଷଦର ସମ୍ପାଦକ ଡା. ଅନିଲ କୁମାର ଦାଶ ସମ୍ପାଦକୀୟ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ, ପ୍ରକୃତିବନ୍ଧୁ ବୈକୁଣ୍ଠ ନାଥ ବିଶ୍ୱାଳ ଅତିଥି ପରିଚୟ ଓ କବୟିତ୍ରୀ ମମତାରାଣୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
लोकप्रिय खबरें
फोटो और वीडियो गैलरी
image