Hindusthan Samachar
Banner 2 बुधवार, मार्च 20, 2019 | समय 07:24 Hrs(IST) Sonali Sonali Sonali Singh Bisht

ଉତ୍କଳ କେଶରୀ ଆଗରପଡ଼ା ମହୋତ୍ସବ ୫ମ ସନ୍ଧ୍ୟା : ଉଚିତ ହକପାଇଁ ଲଢେଇର ଆବଶ୍ୟକତା ରହିଛି - ବିଶିଷ୍ଟ ଶ୍ରମିକ ନେତା

By HindusthanSamachar | Publish Date: Mar 16 2019 9:11PM
ଉତ୍କଳ କେଶରୀ ଆଗରପଡ଼ା ମହୋତ୍ସବ ୫ମ ସନ୍ଧ୍ୟା  : ଉଚିତ ହକପାଇଁ ଲଢେଇର ଆବଶ୍ୟକତା ରହିଛି - ବିଶିଷ୍ଟ ଶ୍ରମିକ ନେତା
ଭଦ୍ରକ, ୧୬ ମାର୍ଚ୍ଚ (ହି.ସ.)- ଭଦ୍ରକ ଜିଲ୍ଲା ବନ୍ତ ବ୍ଳକ ଉତ୍କଳକେଶରୀ ଆଗରପଡ଼ା ମହୋତ୍ସବର ଗୁରୁବାର ୫ମ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବିଶିଷ୍ଟ ଶ୍ରମିକ ନେତା ମାୟାଧର ନାୟକ ଏହି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କହିଲେ- ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଡ଼ଃ ହରେକୃଷ୍ଣ ମହତାବ, ନୀଳମଣି ରାଉତରାୟ, ନବକୃଷ୍ଣ ଚୌଧୁରୀଙ୍କ ପରି ମହା ମନୀଷଙ୍କ ପାଇଁ ଆମେ ଗର୍ବ କରୁଁ । ମାତ୍ର ସେମାନଙ୍କ ସ୍ମୃତିରକ୍ଷା ପାଇଁ ଆମେ ଚେଷ୍ଟା ନକଲେ ଜୀବନ ତମାମ ଅନୁଶୋଚନା ରହିବ । ଉଚିତ ହକ ପାଇଁ ସେମାନେ ଲଢେଇ ସଦା ସର୍ବଦା କରୁଥିଲେ । ଆମର ହକ ପାଇଁ ଏହି ଧାରା ବଜାୟ ରଖିବା ଉଚିତ । ସେ ପୁଣି କହିଲେ ଖଣି ଖାଦାନ ପ୍ରାକୃତିକ ସମ୍ପଦ ଭରା ଓଡ଼ିଶା ଆଜି ଦେଶର ଗରିବ ରାଜ୍ୟ ବୋଲି ପରିଗଣିତ ହେଉଛି, ଏଥିପାଇଁ ଆମେ ମିଳିତ ଭାବେ ସମସ୍ତେ ଦାୟୀ । ଏଠାକାର କଂଚାମାଲ ବାହାର ରାଜ୍ୟକୁ ଯିବ ଓ ସେଠାରୁ ସାମଗ୍ରୀ ପ୍ରସ୍ତୁତି ହୋଇ ଆସିଲେ ଆମେ ତାକୁ ବ୍ୟବହାର କରିବା ପାଇଁ ଚଢାଦରରେ କିଣୁଛନ୍ତି । ମୁଖ୍ୟବକ୍ତା ଭାବେ ଜିଲ୍ଲା ବିଜେପି ସଭାପତି ବଦ୍ରୀନାରାୟଣ ଧଳ ତାଙ୍କ ବକ୍ତବ୍ୟରେ ମହତାବଙ୍କ ଜନ୍ମମାଟିରେ ମହୋତ୍ସବ ପାଳନ ବାସ୍ତବିକ ସ୍ୱାଗତଯୋଗ୍ୟ । ଏହି ମହୋତ୍ସବ ମାଧ୍ୟମରେ ଇତିହାସର ଅବଲୋକନ କରାଯିବା ସହ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇ ଥାଏ । କର୍ମକ୍ଳାନ୍ତ ଜୀବନର ସୁଖ ଓ ଆନନ୍ଦ ପାଇଁ ମହୋତ୍ସବର ଆବଶ୍ୟକତା ରହିଛି । ଅନ୍ୟତମ ଅତିଥି ଭାବେ ଆଜାଦି ଠେଙ୍ଗା ବାହିନୀର ମୁଖ୍ୟ କମାଣ୍ଡର ଲକ୍ଷ୍ମଣ ଦାସ, ସମାଜସେବିକା ମମତା ମହାନ୍ତି, ଉପଦେଷ୍ଟା ରଥ ବେହେରା, ଉପ-ସଭାପତି ନୀରଜ କୁମାର ଆଇଚ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ମହୋତ୍ସବ କୁ ଉଦଜୀବିତ ରଖିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । କମିଟି ସଭାପତି ତଥା ହାଇକୋର୍ଟର ଆଇନଜୀବି ମନୋଜରାୟଙ୍କ ସଭାପତିତ୍ୱ, ସମ୍ପାଦକ ତଥା ସାମ୍ବାଦିକ ହେମନ୍ତ ସିଂହଙ୍କ ମଂଚ ପରି·ଳନାରେ ସହ-ସମ୍ପାଦକ ଗୋପାଳକୃଷ୍ଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଗାୟିକା ଓ ଉପସ୍ଥାପିକା ସୁମତୀ ପଣ୍ଡା ଓ ଜ୍ୟୋତିଷୀଙ୍କ ଉପସ୍ଥାପନାରେ ଜାତୀୟ ରିଏଲଟି ସୋ ଚମ୍ପିୟାନ ଶୁଭ୍ରସ୍ମିତା ରାଉତ, ଭଏସ ଅଫ ଓଡ଼ିଶା ଓ ଇଣ୍ଡିଆ ଆଇଡ଼ିଏଲର ସର୍ବେଶ୍ୱର ପଣ୍ଡା ପ୍ରମୁଖ ସୁମଧୁର କଣ୍ଠରେ ଗୀତ ଗାଇ ଦର୍ଶକ ମାନଙ୍କୁ ମୁଗ୍ଧ କରିଥିଲେ । ପ୍ରାରମ୍ଭରେ ରଶ୍ୱିତା ସାହୁ, ସାଇକ୍ରିଷ୍ଣା ସିଂହ, ପ୍ରିତିଶ ମହାନ୍ତି, ପ୍ରାଞ୍ଜଳି ଦାସ, ସାଇକ୍ରିଷ୍ଣା ପଣ୍ଡା, ରାଜେଶ୍ୱରୀ ପତି, ଇତିଶ୍ରୀ ବେହେରା, ବର୍ଷା ପ୍ରିୟଦର୍ଶନୀ ମଲ୍ଲିକ, ମୋନାଲିସା ଦାସ, ଚିରସ୍ମିତା ସିଂହ ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ କମିଟି ଉପଦେଷ୍ଟା ମନ୍ନଥ ଦାସ, ରାଜେନ୍ଦ୍ର ପାଣିଗ୍ରାହୀ, ତାପସ ରାୟ, ବସନ୍ତ ସିଂହ, ଚିତ୍ତରଞ୍ଜନ ରାମ, ଉତ୍ତମ ପଣ୍ଡା, ସୁରେଶ ଦାସ, ବାବୁଲି ସିଂହ, ଚିନ୍ମୟ ମହାପାତ୍ର, ମିଟ ସିଂହ, ଅମୁଲ୍ୟ ନନ୍ଦ, ମାମୁନି ସିଂହ, ସାମ୍ବାଦିକ ପ୍ରଦ୍ୟୁମ୍ନ ପୁହାଣ, ଅକ୍ଷୟ ସିଂହ, ପୁପୁନା ଖୁଣ୍ଟିଆ, ଦିପୁ ସିଂହ, ନିତ୍ୟାନନ୍ଦ ସିଂହ, ହରିହର ନାୟକ, ପ୍ରସନ୍ନ ବେହେରା, ପଦ୍ମଲୋଚନ ସାହୁ ପ୍ରମୁଖ ପରି·ଳନାରେ ସହଯୋଗ କରିଥିଲେ । ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
लोकप्रिय खबरें
फोटो और वीडियो गैलरी
image