Hindusthan Samachar
Banner 2 गुरुवार, मार्च 21, 2019 | समय 21:32 Hrs(IST) Sonali Sonali Sonali Singh Bisht

ମା ମଙ୍ଗଳା ଯଜ୍ଞ ଉଦଯାପିତ

By HindusthanSamachar | Publish Date: Mar 16 2019 9:12PM
ମା ମଙ୍ଗଳା ଯଜ୍ଞ ଉଦଯାପିତ
ଧର୍ମଶାଳା,୧୬ ମାର୍ଚ୍ଚ(ହି.ସ.)- ଧର୍ମଶାଳା ବ୍ଲକ ମଧୁପୁରଗଡ ମା’ ମଙ୍ଗଳାଙ୍କ ଯଜେ୍ଞାତ୍ସବ ଉଦଯାପିତ ହୋଇଯାଇଛି । ୨୩ ବର୍ଷ ଧରି ଚାଲିଆସୁଥିବା ଏହି ପାରମ୍ପରିକ ଯଜ୍ଞଉତ୍ସବ ୫ ଦିନ ବ୍ୟାପି ପାଳିତ ହୋଇଥିଲା । ପ୍ରଥମ ଦିବସରେ କଳସ ଅଧିବାସ ହୋଇଥିଲା । ସପ୍ତଚଣ୍ଡୀ ମହାଯଜ୍ଞ ସହ ଶେଷ ଦିବସରେ ପୁର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପୁର୍ଣ୍ଣାହୂତି ଦିବସରେ ସ୍ଥାନୀୟ ଅଂଚଳର ଶହଶହ ଭକ୍ତ ଯୋଗ ଦେଇ ବିଭୁକୃପା ଲାଭ କରିଥିଲେ । ଏହି ଅବସରରେ ଆନନ୍ଦ ବଜାର ଓ ସାଂସ୍କୃତିକ କାର୍ଯ୍ୟ୍ରକମ ପରିବେଷଣ ହୋଇଥିଲା । ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
लोकप्रिय खबरें
फोटो और वीडियो गैलरी
image