Hindusthan Samachar
Banner 2 शनिवार, मार्च 23, 2019 | समय 13:44 Hrs(IST) Sonali Sonali Sonali Singh Bisht

ଜିଲ୍ଲା ଆଇନସେବା ପ୍ରାଧିକରଣ ହସ୍ତକ୍ଷେପ ଯୋଗୁଁ ବନ୍ୟା ପୀଡ଼ିତାଙ୍କୁ ଘର ତିଆରି ନିମନ୍ତେ ସହାୟତା

By HindusthanSamachar | Publish Date: Mar 16 2019 9:12PM
ଜିଲ୍ଲା ଆଇନସେବା ପ୍ରାଧିକରଣ ହସ୍ତକ୍ଷେପ ଯୋଗୁଁ ବନ୍ୟା ପୀଡ଼ିତାଙ୍କୁ ଘର ତିଆରି ନିମନ୍ତେ ସହାୟତା
ମାଲକାନଗିରି,୧୬ ମାର୍ଚ୍ଚ(ହି.ସ.)- ଗତ ୨୦୧୮ ମସିହାରେ ଆସିଥିବା ବନ୍ୟା ମାଲକାନଗିରି ସ୍ଥିତ ପ୍ରାୟ ସମସ୍ତ ଗ୍ରାମକୁ ପ୍ରଭାବିତ କରିଥିଲା । ବନ୍ୟା ସମୟରେ ଜିଲ୍ଲାର ଅନେକ ପରିବାରର ଘର ବନ୍ୟା ଜଳରେ ପ୍ରଭାବିତ ହୋଇ ଭାଙ୍ଗିଯାଇଥିଲା । ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଜଜଙ୍କ ଅଧ୍ୟକ୍ଷତାରେ ଗଠିତ ଦଳ ବନ୍ୟା ବିପତି ଅଂଚଳ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ବିଭିନ୍ନ ପରିବାରଙ୍କ ସହ ଆଲୋଚନା ଓ ତଦାରଖ କରି କ୍ଷୟକ୍ଷତିର ଆକଳନ କରିଥିଲେ । ପରବର୍ତୀ ସମୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅମରେଶ ନାୟକ, ବନ୍ୟାରେ ପ୍ରଭାବିତ ହୋଇଥିବା ପରିବାର କିପରି ରହିବା ପାଇଁ ବାସସ୍ଥାନ ଏବଂ ଅନ୍ୟାନ୍ୟ ସହାୟତା ପାଇପାରିବେ ସେଥି ନିମନ୍ତେ ବନ୍ୟା ପ୍ରଭାବିତ ହୋଇଥିବା ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଜଣାଇ କିପରି ଏହାର ସମାଧାନ କରାଯିବ ସେଥି ନିମନ୍ତେ ଅନୁରୋଧ କରିଥିଲେ । ପରବର୍ତୀ ସମୟରେ କାଲିମେଳା ତହସିଲଦାର ବନ୍ୟା ପ୍ରଭାବିତ ଅଂଚଳର କେତେକ ପରିବାରକୁ ବାସ ଉପଯୋଗୀ ଯୋଗାଇଦେବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ନିଷ୍ପତି ନେଇଥିବା ବିଷୟ ଚିଠି ମାଧ୍ୟମରେ ଜଣାଇ କିପରି ଏହାର ସମାଧାନ କରାଯିବ ସେଥିନିମନ୍ତେ ଅନୁରୋଧ କରିଥିଲେ । ପରବର୍ତୀ ସମୟରେ କାଲିମେଳା ତହସିଲଦାର ବନ୍ୟା ପ୍ରଭାବିତ ଅଂଚଳର କେତେକ ପରିବାରକୁ ବାସ ଉପଯୋଗୀ ଯୋଗାଇଦେବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ନିଷ୍ପତି ନେଇଥିବା ବିଷୟ ଚିଠି ମାଧ୍ୟମରେ ଜଣାଇଛନ୍ତି । କାଲିମେଳା ବ୍ଲକ ଅନ୍ତର୍ଗତ ଦୀପାଳି ମଣ୍ଡଳ (ଏମପିଭି-୨୨), ଶ୍ୟାମଳ ହାଲଦାର (ଏମପିଭି-୨୨), ଦୁଲାଳ ହାଲଦାର (ଏମପିଭି-୨୨) ଓ କାଳୀପଦ ବାବାଲି (ଏମପିଭି-୨୨) ସମସ୍ତେ ସହାୟତା ପ୍ରଦାନ ନିମନ୍ତେ ଉଲ୍ଲେଖ ରହିଛି । ଏହିପରି ଜିଲ୍ଲା ଆଇନସେବା ପ୍ରାଧିକରଣ ହସ୍ତକ୍ଷେପ ଫଳରେ ବିଭିନ୍ନ ଲୋକ ସହାୟତା ପାଇବାରେ ସାମର୍ଥ୍ୟ ହୋଇ ପାରୁଛନ୍ତି । ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ଭାନୁ
लोकप्रिय खबरें
फोटो और वीडियो गैलरी
image