Hindusthan Samachar
Banner 2 शनिवार, मार्च 23, 2019 | समय 14:39 Hrs(IST) Sonali Sonali Sonali Singh Bisht

ବିଜେପି ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଖୋଲିଲା ନମୋ ଆପ ମର୍ଚ୍ଚେଣ୍ଡାଇଜ’

By HindusthanSamachar | Publish Date: Mar 16 2019 9:04PM
ବିଜେପି ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଖୋଲିଲା ନମୋ ଆପ ମର୍ଚ୍ଚେଣ୍ଡାଇଜ’
ଭୁବନେଶ୍ୱର,୧୬ ମାର୍ଚ୍ଚ - ଦେଶ ତଥା ରାଜ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି । “ମୋଦୀ ସରକାର-ଫିର ଏକ ବାର୍” ଓ “ନମୋ ଏଗେନ” କ୍ୟାଂପେନକୁ ଆହୁରି ଅଧିକ ତ୍ୱରାନ୍ୱିତ କରିବା ପାଇଁ ମୋଦି ପ୍ରଶଂସକଙ୍କ ସକାଶେ ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ‘ନମୋ ଆପ ମର୍ଚ୍ଚେଣ୍ଡାଇଜ’ ଷ୍ଟଲ ଖୋଲାଯାଇଛି । ଏହି ଷ୍ଟଲରେ ବିଭିନ୍ନ ପ୍ରକାର ଟି-ସାର୍ଟ, ବ୍ୟାଚ, ଟୋପି, ଚାବି ରିଂ ଭଳି ବିଭିନ୍ନ ପ୍ରଚାର ପ୍ରସାର ସାମଗ୍ରୀ ଉପଲବ୍ଧ ହେବ । ଦଳୀୟ କାର୍ଯ୍ୟକର୍ତାଙ୍କ ସମେତ ସାଧାରଣ ଲୋକେ ଏହି ସାମଗ୍ରୀକୁ କିଣିପାରିବେ । ଏହି ସୁବିଧା ପୂର୍ବରୁ କେବଳ ଅନଲାଇନ ମାଧ୍ୟମରେ ଉପଲବ୍ଧ ହେଉଥିବାବେଳେ ବର୍ତମାନ ଏହା ଅଫଲାଇନରେ ମିଳିପାରିବ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ବରିଷ୍ଠ ନେତ୍ରୀ ଅପରାଜିତା ଷଡଙ୍ଗୀ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍ ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ପିଙ୍କି ପ୍ରଧାନ, ପଂଚାନନ ନାୟକ ଏବଂ ନମୋ ଆପ୍ ରାଜ୍ୟ ସଂଯୋଜକ କୃଷ୍ନଚନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଏ ସମସ୍ତ ସାମଗ୍ରୀରୁ ଆଦାୟ ହେବାକୁ ଥିବା ଅର୍ଥକୁ “ନମାମୀ ଗଙ୍ଗେ” କାର୍ଯ୍ୟକ୍ରମ ଅନ୍ତର୍ଗତ ଦେଶ ତଥା ରାଜ୍ୟରେ ପ୍ରଭାହିତ ହେଉଥିବା ନଦୀଗୁଡିକର ସଫେଇରେ ବ୍ୟବହାର ହେବ ବୋଲି ଶ୍ରୀ ମହାପାତ୍ର ସୁଚନା ଦେଇଛନ୍ତି । .............
लोकप्रिय खबरें
फोटो और वीडियो गैलरी
image