Hindusthan Samachar
Banner 2 गुरुवार, मार्च 21, 2019 | समय 21:00 Hrs(IST) Sonali Sonali Sonali Singh Bisht

ସମ୍ବଲପୁର କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ବିଜେପିର ବିଜୟ ସଂକଳ୍ପ ସମାବେଶ

By HindusthanSamachar | Publish Date: Mar 16 2019 9:04PM
ସମ୍ବଲପୁର କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ବିଜେପିର ବିଜୟ ସଂକଳ୍ପ ସମାବେଶ
ରାଜ୍ୟରେ ଡବଲ ଇଂଜିନ ରହିଲେ ହିଁ ରାଜ୍ୟ ଓ ଦେଶର ବିକାଶ ହେବ: ବିଜେପି ସମ୍ବଲପୁର /ଭୁବନେଶ୍ୱର,୧୬ ମାର୍ଚ୍ଚ - ସମ୍ବଲପୁରର କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଲିଣ୍ଡା ଗ୍ରାମରେ ଭାରତୀୟ ଜନତା ପାର୍ଟର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଭାଜପାର ବରିଷ୍ଠ ନେତା ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଓ ଡାକ୍ତର ଦାମୋଦର ରାଉତ ଯୋଗ ଦେଇଥିଲେ । ୧୯ ବର୍ଷର ଅପାରଗ ସରକାର କିଭଳି ରାଜ୍ୟକୁ ପଛକୁ ନେଇଛନ୍ତି ସେ ସଂପର୍କରେ ଉଭୟ ନେତା ଜନସାଧାରଣଙ୍କୁ ସଚେତନ କରାଇଛନ୍ତି । ଏହା ସହ ଓଡିଶାର ବିକାଶ କରିବା ପାଇଁ ମୋଦି ସରକାରଙ୍କୁ କେନ୍ଦ୍ର ଓ ରାଜ୍ୟରେ ଅବସ୍ଥାପିତ କରିବା ପାଇଁ ବରିଷ୍ଠ ନେତା ଡା. ଦାମୋଦର ରାଉତ ଆହ୍ୱାନ ଦେଇଥିଲେ । ଆଜି ରାଜ୍ୟରେ ମହିଳା ଅସୁରକ୍ଷିତ, ଚାଷୀ ଆତ୍ମହତ୍ୟା କରୁଛି, ଧାନମଣ୍ଡିରେ ଧାନ ପଡିରହିଛି । ୧୭୫୦ ଟଙ୍କାରେ ଧାନ କିଣିବା ପାଇଁ ବ୍ୟବସ୍ଥା କେନ୍ଦ୍ର ସରକାର କରିଥିଲେ ମଧ୍ୟ ଧାନକୁ କମ ମୂଲ୍ୟରେ କିଣିବା ପାଇଁ ଚାଷୀ ବାଧ୍ୟ ହେଉଛନ୍ତି । ରାଜ୍ୟ ସରକାରଙ୍କ ଅପାରଗତାକୁ ପାଣ୍ଡିଆନ ସରକାର ବଢାଇ ଚାଲିଛନ୍ତି । ତାଙ୍କ ବିରୋଧର ତଦନ୍ତ କରିବା ପାଇ ନୋଟିସ ଆସିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ବାଧକ ହେଉଛନ୍ତି । ୪୮ ଇସ୍ପାତ କାରଖନା ପାଇଁ ଚୁକ୍ତି ହେଲା କେତେ ଜଣ ଚାକିରୀ ପାଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଡା. ରାଉତ । ପୁଂଜିପତି ଜମି ନେଲେ କିନ୍ତୁ ନିଯୁକ୍ତି ନାହିଁ । ଚାଷୀ, ମହିଳା, ଯୁବକ ସବୁ ଅବହେଳିତ । ରାଜ୍ୟରେ ଶାସନ କରୁଥିବା ସରକାରକୁ ଏବେ ବଦଳାଇବା ନିହାତି ଆବଶ୍ୟକ ବୋଲି ଡା.ରାଉତ କହିଛନ୍ତି । ସେହିପରି ବିଜେପିର ବରିଷ୍ଟ ନେତା ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି ଯେ, ଦୀର୍ଘ ୨୦ ବର୍ଷ ଓଡିଶା ଶାସନ କରି ଓଡିଆ ଭାଷ କହିପାରୁନଥିବା ଲୋକଙ୍କୁ ଆଉ କେତେ ଦିନ ଆମେ ମୁଖ୍ୟମନ୍ତ୍ରୀ କରି ରଖିବା । ସ୍ୱାଭିମାନି ଓଡିଆଙ୍କ ପାଇଁ ଏହା ଲଜ୍ଜା ନୁହଁ କି ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶକୁ ଓଡିଶାର ତୃଣ ମଳ ସ୍ତରର ପହଂଚାଇବା ପାଇଁ କେନ୍ଦ୍ର ଓ ରାଜ୍ୟସରକାର ରେ ମୋଦି ସରକାରଙ୍କୁ ସ୍ଥାପିତ କରିବା ପାଇଁ ସଂକଳ୍ପ ନେବା ଆହ୍ୱାନ କରାଯାଇଛି । ରାଜ୍ୟରେ ଡବଲ ଇଂଜିନ ରହିଲେ ହିଁ ରାଜ୍ୟ ଓ ଦେଶର ବିକାଶ ହେବ । ଆପଣଙ୍କ ପ୍ରତ୍ୟେକ ଭୋଟ ବିକାଶ ପାଇଁ ରାସ୍ତା ଖୋଲିବ । କୁନ୍ଦୁଲି, ଇତିଶ୍ରୀ, ବେବିନା ଭଳି ଘଟଣା ଘଟିଚାଲିଛି । ରାଜ୍ୟ ସରକାର ନାରୀଙ୍କୁ ନ୍ୟାୟ ଦେବାରେ ଅସମର୍ଥ ଥିବାବେଳେ ଦୋଷୀଙ୍କୁ ଖସାଇଦେବା ଲାଗି ପ୍ରୟାସ କରୁଛନ୍ତି ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି । ଏହି ବିଜୟ ସଂକଳ୍ପ ସମାବେଶରେ ଓଡିଶା ସିନେମା ଅଭିନେତ୍ରୀ ଶ୍ରୀମତି ଅପରାଜିତା ମହାନ୍ତି, କୁଚିଣ୍ଡା ବିଧାୟକ ଶ୍ରୀ ରବିନାରାୟଣ ନାୟକ, ସମ୍ବଲପୁର ଜିଲ୍ଲା ଲୋକସଭା ସହପ୍ରଭାରୀ ଶ୍ରୀ ସୁରେଶ୍ୱର ଶତପଥୀ ପ୍ରମୁ୍ଖ ଉପସ୍ଥିତ ଥିଲେ । .......................
लोकप्रिय खबरें
फोटो और वीडियो गैलरी
image