Hindusthan Samachar
Banner 2 शनिवार, मार्च 23, 2019 | समय 14:04 Hrs(IST) Sonali Sonali Sonali Singh Bisht

ବିଜେପି ରାଜ୍ୟ ସଭାପତିଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା ଶଙ୍ଖ ଧରିଲେ

By HindusthanSamachar | Publish Date: Mar 16 2019 9:05PM
ବିଜେପି ରାଜ୍ୟ ସଭାପତିଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା ଶଙ୍ଖ ଧରିଲେ
ଭୁବନେଶ୍ୱର, ୧୬ ମାର୍ଚ୍ଚ(ହି.ସ.)- ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ତଥା ଶିବସେନା ରାଜ୍ୟ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା, କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀର ୧୫ ସରପଂଚଙ୍କ ସହ ବହୁ ବିଜେପି-କଂଗ୍ରେସ ନେତା ଏବଂ କର୍ମୀ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ନୂଆପଡ଼ା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ଉପ-ସଭାପତି ଟିକାରାମ ସାହୁ, ସାଧାରଣ ସଂପାଦକ ନାରାୟଣ ସାହୁ, ନୂଆବଡ଼ା ବ୍ଲକ ବିଜେପି ଉପ-ସଭାପତି ଭକ୍ତ ବିଶି, ପୂର୍ବତନ କଂଗ୍ରେସ ଜିଲ୍ଲା ସଭାପତି ପ୍ରେମ କୁମାର ଆଜାଦଙ୍କ ପତ୍ନୀ ଡ. ବନଲତା ଆଜାଦ, ପୁତ୍ର ସମୀର ଆଜାଦ, ନୂଆପଡ଼ା ଜିଲ୍ଲା ପାଣି ପଂଚାୟତ ସଭାପତି ବିଜେପିର ମହେଶ ସାହୁ, ବରିଷ୍ଠ ବିଜେପି ନେତା ନରେନ୍ଦ୍ର ସାହୁ, ରୋହିତ ଠାକୁର, ସନ୍ତୋଷ ଗୁପ୍ତା, ଅଶୋକ ଠାକୁର, ଉମରଚାନ୍ଦ ସାହୁ, ମାୟାରାମ ସୁନାନୀ, ମୁକେଶ କୁମାର ସାହୁ, ଚରଣଲାଲ ନିର୍ମଲକର, ହରି ରାଉତଙ୍କ ସମେତ ୨୦୦ରୁ ଊଦ୍ଧ୍ୱର୍ କଂଗ୍ରେସ ଓ ବିଜେପି କର୍ମୀ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆଜି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ସେହିପରି କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସରପଂଚ ଚିରଞ୍ଜିବ ଗୌଡ଼ିଆ, ସରପଂଚ ଚନ୍ଦ୍ରମା ମାଝୀ, ଚିତରଞ୍ଜନ ରଣା, ନରସିଂହ କୁମାର, ଲେମ୍ବୁବତୀ ମାଝୀ, ଟିକେଶ୍ୱରୀ ମାଝୀ, ପଦ୍ମା ହରିଜନ, ବଳଭଦ୍ର ପାତ୍ର, ଉଜ୍ଜ୍ୱଳା ପ୍ରଧାନୀ, ପ୍ରେମସାଗର ନାଏକ, ରମେଶ ସାହୁ, ସାବିତ୍ରୀ ମାଝୀ. ରବି ପାତ୍ର ପ୍ରମୁଖ ଆଜି ନିଜ ନିଜର ଦଳ ପରିତ୍ୟାଗ କରି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ସମସ୍ତ ସରପଂଚ, ବିଜେପି ଓ କଂଗ୍ରେସର ନେତୃମଣ୍ଡଳୀ ଓ କର୍ମୀଙ୍କୁ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ବହୁ ବିଜେପି, କଂଗ୍ରେସ ଓ ଶିବସେନାର ନେତା ବିଜୁ ଜନତା ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ଆମ ଦଳର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ । ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲା ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ, ନର୍ଲା ଜିଲ୍ଲା ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର ସିଂହ, ଯୁବ ନେତା ସୁବ୍ରତ ଛାଟୋଇ, ଜ୍ୟୋତି ପ୍ରକାଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ହିନ୍ଦୁସ୍ଥାନ ସମାଚାର/ଭାନୁ
लोकप्रिय खबरें
फोटो और वीडियो गैलरी
image