Hindusthan Samachar
Banner 2 बुधवार, मार्च 20, 2019 | समय 07:31 Hrs(IST) Sonali Sonali Sonali Singh Bisht

ଦୁର୍ଘଟଣାରେ ସାଇକେଲ ଆରୋହୀ ମୃତ

By HindusthanSamachar | Publish Date: Mar 16 2019 9:06PM
ଦୁର୍ଘଟଣାରେ ସାଇକେଲ ଆରୋହୀ ମୃତ
କନ୍ଧମାଳ, ୧୬ ମାର୍ଚ୍ଚ(ହି.ସ.)- କନ୍ଧମାଳ ଜିଲା ଖଜୁରୀପଡା ଥାନା ଅନ୍ତର୍ଗତ ସମ୍ବରବେଗା ଛକଠାରେ ଆଜି ଏକ ଗାଡି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ଗୋବିନ୍ଦ ଚନ୍ଦ୍ର ମଲିକ(୪୦) ଓ ତାଙ୍କ ଘର ମାଙ୍କଡାଗାଡା ବୋଲି ଜଣାପଡିଛି । ମିଳିଥିବା ସୂଚନା ପ୍ରକାରେ ଗୋବିନ୍ଦ ଏକ ସାଇକେଲ ଯୋଗେ ଦୁତିମେଣ୍ଡିରୁ ନିଜ ଗ୍ରାମକୁ ଯାଉଥିଲେ । ଏହି ସମୟରେ ସମ୍ବରଡେଗା ଛକ ନିକଟରେ ଫୁଲବାଣୀରୁ ଭୂବନେଶ୍ୱର ଆଡକୁ ଯାଉଥିବା ଏକ ବୋଲେରୋ ଗାଡି(ଓଡି ୩୨ ଡି ୧୫୧୬) ତାଙ୍କୁ ସାମନା ପଟୁ ଧକ୍କା ଦେଇଥିଲା । ଗାଡି ଗୋବିନ୍ଦଙ୍କ ଉପରେ ଚଢି ଚାଲିଯିବାରୁ ଗଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇ ଗାଡିଟି ସେହି ସ୍ଥାନରୁ ଚାଲି ଯାଇଥିଲା । ପରିବାର ଲୋକଙ୍କ ସହ ଅଂଚଳବାସୀ ଏହି ଘଟଣାରେ ଉତ୍ୟକ୍ତ ହୋଇ ରାସ୍ତାରେ ଗଛ ପକାଇ ମୃତ ଗୋବିନ୍ଦଙ୍କ ଶବକୁ ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରିଥିଲେ । ଗ୍ରାମବାସୀଙ୍କ ପକ୍ଷରୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବୀ କରାଯାଇଥିଲା । ରାସ୍ତାରୋକ କାରଣରୁ ଏହି ରାସ୍ତାରେ ଦୀର୍ଘ ସମୟ ଧରି ଯାନବାହନ ଚଳାଚଳ ବନ୍ଦ ରହିଥିଲା । ପରେ ପ୍ରଶାସନ ପକ୍ଷରୁ ଫୁଲବାଣୀ ଉପଜିଲାପାଲ ସୂଚାରୁ କୁମାର ବଳ,ସଦର ଏସଡିପିଓ ଏ କେରକେଟା ଓ ଖଜୁରୀପଡା ତହସିଲଦାର ରତ୍ନାକର କାଣ୍ଡି ପ୍ରମୂଖ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିଥିିଲେ । ଜିଲା ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ଦଶ ହଜାର ଟଙ୍କାର କ୍ଷତିପୁରଣ ଦିଆଯିବା ପରେ ରାସ୍ତାରୋକ ହଟିଥିଲା । ପୁଲିସ ଶବ ଜବତ କରିବା ସହ ଏ ନେଇ ଏକ ମାମଲା ରୁଜୁ କରିଥିବା ଥାନା ଅଧିକାରୀ ଅନୀତା କିଡା ସୂଚନା ଦେଇଛନ୍ତି । ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ଭାନୁ
लोकप्रिय खबरें
फोटो और वीडियो गैलरी
image