Hindusthan Samachar
Banner 2 गुरुवार, मार्च 21, 2019 | समय 04:42 Hrs(IST) Sonali Sonali Sonali Singh Bisht

କେନ୍ଦୁଝର : ଇଭିଏମ୍-ଭିଭିପାଟ୍ ମେସିନ୍ର ପ୍ରଥମ ପର୍ଯ୍ୟାୟ ରେଣ୍ଡୋମାଇଜେସନ୍

By HindusthanSamachar | Publish Date: Mar 16 2019 9:06PM
କେନ୍ଦୁଝର : ଇଭିଏମ୍-ଭିଭିପାଟ୍ ମେସିନ୍ର ପ୍ରଥମ ପର୍ଯ୍ୟାୟ ରେଣ୍ଡୋମାଇଜେସନ୍
କେନ୍ଦୁଝର, ୧୬ ମାର୍ଚ୍ଚ (ହି.ସ.)- କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ କେନ୍ଦୁଝର ଜିଲ୍ଲାର ୬ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ / ବିଧାନସଭା ସେଗ୍ମେଂଟ୍ ପାଇଁ ଇଭିଏମ୍-ଭିଭିପାଟ୍ ମେସିନ୍ର ପ୍ରଥମ ପର୍ଯ୍ୟାୟ ରେଣ୍ଡୋମାଇଜେସନ୍ ଆରମ୍ଭ ହୋଇଛି । କେନ୍ଦୁଝର ଜିଲ୍ଲା ସଦର ମକୁମାସ୍ଥ ଓଡିଶା ଖଣି ଓ ଯାନ୍ତ୍ରିକ ବିଦ୍ୟାଳୟଠାରେ କଡା ସୁରକ୍ଷା ବଳୟ ମଧ୍ୟରେ ଥିବା ଜିଲ୍ଲାସ୍ତରୀୟ ଷ୍ଟ୍ରଙ୍ଗ୍ ରୁମ୍ରେ ବିଭିନ୍ନ ରାଜନୈତିକ ଦଳର ପ୍ରତିିନିଧିମାନଙ୍କ ଉପସ୍ଥିତିରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଆଶିଷ ଠାକରେଙ୍କ ତତ୍ୱାବୋଧାନରେ ଚଳିତ ମାର୍ଚ୍ଚ ୧୬ ତାରିଖ ଶନିବାର ଦିନ ଇଭିଏମ୍-ଭିଭିପାଟ୍ ମେସିନଗୁଡିକର ପ୍ରଥମ ପର୍ଯ୍ୟାୟ ରେଣ୍ଡୋମାଇଜେସନ୍ ଆରମ୍ଭ ହୋଇଛି । ଆଗାମୀ ସାଧାରଣ ନିର୍ବାଚନକୁ ମୁକ୍ତ, ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ କରିବା ଉଦ୍ଦେଶ୍ୟରେ ଭାରତର ନିର୍ବାଚନ ଆୟୋଗ ଓ ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାସ୍ତରୀୟ ଷ୍ଟ୍ରଙ୍ଗ୍ ରୁମ୍ରେ ରଖାଯାଇଥିବା ଇଭିଏମ୍-ଭିଭିପାଟ୍ ମେସିନ୍ଗୁଡିକର ରେଣ୍ଡୋମାଇଜେସନ୍ କରାଯାଉଛି ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଠାକରେ ପ୍ରକାଶ କରିଛନ୍ତି । ରେଣ୍ଡୋମାଇଜେସନ୍ ପରେ ମେସିନଗୁଡିକ କଡା ସୁରକ୍ଷା ବଳୟ ମଧ୍ୟରେ ଜିପିଏସ୍ ବ୍ୟବସ୍ଥା ଥିବା ଗାଡି ଦ୍ୱାରା ଉପଖଣ୍ଡସ୍ତରୀୟ ଷ୍ଟ୍ରଙ୍ଗ୍ରୁମକୁ ସ୍ଥାନାନ୍ତର କରାଯିବ ବୋଲି ସେ କହିଛନ୍ତି । ରେଣ୍ଡୋମାଇଜେସନ୍ ପ୍ରକ୍ରିୟା ବେଳେ ଅତିରିକ୍ତ ଜିଲ୍ଲା ଡଃ ଭକ୍ତଚରଣ ପ୍ରଧାନ, କେନ୍ଦୁଝର ଉପଜିଲ୍ଲାପାଳ ସୋମନାଥ ପ୍ରଧାନ, ଚମ୍ପୁଆ ଉପଜିଲ୍ଲାପାଳ ପାରୁଲ ପଟ୍ଟାୱରୀ, ଡେପୁଟି କଲେକ୍ଟର ନିର୍ବାଚନ ରାମଚନ୍ଦ୍ର କିସ୍କୁ, ଆସିଷ୍ଟାଂଟ୍ କଲେକ୍ଟର କିରଣ କୁମାର ନାଏକ ସମେତ ପ୍ରାଧିକୃତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ୨୦-ତେଲକୋଇ (ଏସ୍.ଟି.) ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୩୨୧ଟି ବୁଥ୍ରେ, ୨୧-ଘଷିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୩୦୦ଟି ବୁଥ୍ରେ, ୨୨-ଆନନ୍ଦପୁର (ଏସ୍.ସି.) ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୨୯୧ଟି ବୁଥ୍ରେ, ୨୩-ପାଟଣା (ଏସ୍.ଟି.) ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୨୭୩ଟି ବୁଥ୍ରେ, ୨୪-କେନ୍ଦୁଝର (ଏସ୍.ଟି) ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୨୮୩ ଟି ବୁଥ୍ରେ, ୨୫-ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୨୫୨ଟି ବୁଥ୍ରେ ମତଦାନ ବ୍ୟବସ୍ଥା କରାଯିବା ସହ କେନ୍ଦୁଝର ଲୋକସଭା ମଣ୍ଡଳୀ ପାଇଁ ଉପରୋକ୍ତ ବିଧାନସଭା ସେଗ୍ମେଂଟ୍ର ବୁଥ୍ ସହତ ୩୦-କରଞ୍ଜିଆ (ଏସ.ଟି) ବିଧାନସଭା ନିର୍ବାଚନ ମଣ୍ଡଳୀର ୨୪୧ ଟି ବୁଥ୍ରେ ମତଦାନ ବ୍ୟବସ୍ଥା କରାଯିବ । ୨୦-ତେଲକୋଇ (ଏସ୍.ଟି.) ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ୨୪- କେନ୍ଦୁଝର (ଏସ୍.ଟି.) ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଓଡିଶା ଖଣି ଓ ଯାନ୍ତ୍ରିକ ବିଦ୍ୟାଳୟ, କେନ୍ଦୁଝରଠାରେ, ୨୧-ଘଷିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ୨୨-ଆନନ୍ଦପୁର (ଏସ୍.ସି.) ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ, ଶାଳପଡା, ଆନନ୍ଦପୁର ଠାରେ ଏବଂ ୨୩-ପାଟଣା (ଏସ୍.ଟି.) ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ୨୫-ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଚମ୍ପୁଆଠାରେ ଷ୍ଟ୍ରଙ୍ଗ୍ ରୁମ୍ କରାଯାଇଛି । ଚଳିତ ମାର୍ଚ୍ଚ ୨୩ ତାରିଖରୁ ପ୍ରିଜାଇଡିଂ ଓ ପୋଲିଂ ଅଫିସରମାନଙ୍କ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ତାଲିମ୍ ପ୍ରଦାନ ବ୍ୟବସ୍ଥା କରାଯାଇଛି । ନିର୍ବାଚନ ପ୍ରକ୍ରିୟାରେ ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୩ଟି ଲେଖାଏଁ ଫ୍ଲାଇ ସ୍କାର୍ଡ ଟିମ୍, ୩ଟି ଲେଖାଏଁ ଷ୍ଟାଟିକ୍ ସେର୍ଭେଲିଆନ୍ ଟିମ୍ ଏବଂ ୩ଟି ଲେଖାଏଁ ଭିଡିଓ ସର୍ଭେଲିଆନ୍ ଟିମ୍ ଗଠନ କରାଯାଇଛି । ପ୍ରାର୍ଥୀମାନଙ୍କର ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷଣ ପାଇଁ ଭିଡିଓ ସର୍ଭେଲିଆନ୍ ଟିମ୍ କାର୍ଯ୍ୟ କରିବା ସହିତ ନିର୍ବାଚନୀ ଖର୍ଚ୍ଚ ଉପରେ ନଜର ରଖିବା ପାଇଁ ଜିଲ୍ଲାସ୍ତରରେ ନିର୍ବାଚନ ଖର୍ଚ୍ଚ ପରିଚାଳନା କମିଟି ଗଠନ କରାଯାଇଛି ବୋଲି ଜିଳ୍ଲାପାଳ ସୂଚନା ଦେଇଛନ୍ତି । ହିନ୍ଦୁସ୍ଥାନ ସମାଚାର/ବିଭୂତି/ଭାନୁ
लोकप्रिय खबरें
फोटो और वीडियो गैलरी
image