Hindusthan Samachar
Banner 2 गुरुवार, मार्च 21, 2019 | समय 04:58 Hrs(IST) Sonali Sonali Sonali Singh Bisht

କରଞ୍ଜମାଳ ରେ ଚୋରା କାଠ ଗାଡି ଅଟକ, ଛାଡିଦେଲେ କାଠ ମାଫିଆଙ୍କୁ

By HindusthanSamachar | Publish Date: Mar 16 2019 9:06PM
କରଞ୍ଜମାଳ ରେ ଚୋରା କାଠ ଗାଡି ଅଟକ, ଛାଡିଦେଲେ କାଠ ମାଫିଆଙ୍କୁ
ଭଦ୍ରକ ୧୬ ମାର୍ଚ୍ଚ (ହି.ସ.) - କରଞ୍ଜମାଳ ଠାରେ ଏକ ଚୋରା କାଠ ଗାଡିକୁ ବନବିଭାଗ ଦ୍ୱାରା ଜବତ କରାଯାଇଛି । ଏହି ଗାଡିଟି ବାସୁଦେବପୁରରୁ ଧାମରା ବନ୍ଦରକୁ ଆସୁଥିବା ବନ ବିଭାଗ ନିକଟରୁ ପ୍ରକାଶ । ପ୍ରାପ୍ତ ଖବର ଅନୁଯାୟୀ ଓଡି ୨୨ଏ ୪୩୦୬ ପିକ ଅପରେ ଜବତ ହୋଇଥିବା ବିଲରେ ୬୦ ସ୍କୋୟାର ଫୁଟ କାଠ ଆଣୁଥିବା ଦର୍ଶା ଯାଇଥିବା ବେଳେ ପ୍ରକୃତରେ ଏହି ଗାଡିରେ ବିଲରେ ଦର୍ଶା ଯାଇଥିବା କାଠ ଠାରୁ ଅଧିକ ପରିମାଣରେ କାଠ ଆସୁଥିବା ବନ ବିଭାଗ ନିକଟରୁ ପ୍ରକାଶ । ଏହି ଗାଡିଟିକୁ କରଞ୍ଜମାଳ ବନବିଭାଗର ବନରକ୍ଷୀ କରଣପଲ୍ଲୀ ଠାରେ ଜବତ କରି କରଞ୍ଜମାଳ ବ୍ରିଟ ଅଫିସକୁ ଆଣୁଥିବା ବେଳେ ଗାଡିରେ ଥିବା ଚାଳକ ଏବଂ କାଠ ମାଲିକ ଫେରାର ହୋଇ ଯାଇଥିବା ଜଣାଯାଇଛି । ପରେ କରଞ୍ଜମାଳ ବନରକ୍ଷୀ ଏହି ପିକ ଅପ ଗାଡି ସହ କାଠକୁ ସିଜ କରି ଚାନ୍ଦବାଲି ରେଞ୍ଜରଙ୍କ ଅଫିସକୁ ଏହି ଗାଡି ହସ୍ତାନ୍ତରିତ କରିଥିଲେ । ଏ ନେଇ ଚାନ୍ଦବାଲି ରେଞ୍ଜ ଅଫିସରେ ଏକ କେଶ ରୁଜୁ କରାଯାଇଛି । ପ୍ରାଥମିକ ତଦନ୍ତରୁ ଏହି ଗାଡିର ପରମିଟ ଠିକ ନଥିବା ଦର୍ଶା ଯାଇଥିବା ବେଳେ କାଠ ଆଣୁଥିବା ମାଲିକ ବନରକ୍ଷୀଙ୍କୁ ଏହା ଠିକ ପରମିଟ ବୋଲି ଦାବୀ କରିଥିଲେ । ମାତ୍ର କେଉଁ ପରିସ୍ଥିତିରେ ନିଜର କାଠ ବୋଲି ଦର୍ଶାଉଥିବା ଅନ୍ୟ ଜଣେ ମାଲିକକୁ ବନ ବିଭାଗର କିପରି ଛାଡି ଦେଲେ ତାହାର ବିଧିବଧ ତଦନ୍ତ ହେବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଚାନ୍ଦବାଲି ରେଞ୍ଜର ଅରୁଣ କୁମାର ବେହେରା ଏହାର ତଦନ୍ତ କରି କେଉଁ ପରିସ୍ଥିତିରେ ନିଜର କାଠ ବୋଲି ଦାବୀ କରୁଥିବା ମାଲିକଙ୍କୁ କରଞ୍ଜମାଳ ବନବିଭାଗ ଷ୍ଟାଫ କିପରି ଛାଡିଦେଲେ ତାହାର ରିପୋର୍ଟ ଭଦ୍ରକ ଡିଏଫଓଙ୍କୁ ଦେବେ ବୋଲି ଜଣାଯାଇଛି ।ଏହି ସମସ୍ତ କାରବାର ବନବିଭାଗ ଜାଣତରେ ଚାଲୁଥାଏ ବୋଲି ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ ମାତ୍ର କେଉଁ କର୍ମକର୍ତା ଏହି ଚୋରା କାଠ ବେପାରରେ ସଂପୃକ୍ତ ତାଙ୍କ ପ୍ରତ ଭଦ୍ରକ ଡିଏଫଓ ଦୃଷ୍ଟି ଦେଇ ଅନ୍ୟତ୍ର ବଦଳି କରିବାକୁ ସର୍ବସାଧାରଣରେ ଦାବୀ ହୋଇଛି । ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
लोकप्रिय खबरें
फोटो और वीडियो गैलरी
image