Hindusthan Samachar
Banner 2 बुधवार, मार्च 20, 2019 | समय 06:57 Hrs(IST) Sonali Sonali Sonali Singh Bisht

ପିଡିଏସ ଚାଉଳ ଟ୍ରକ ଜବତ ମାମଲା : ପରିବହନ ଠିକାଦାରଙ୍କୁ ଗିରଫ ଲାଗି କଂଗ୍ରେସର ଦାବି

By HindusthanSamachar | Publish Date: Mar 16 2019 9:06PM
ପିଡିଏସ ଚାଉଳ ଟ୍ରକ ଜବତ ମାମଲା : ପରିବହନ ଠିକାଦାରଙ୍କୁ ଗିରଫ ଲାଗି କଂଗ୍ରେସର ଦାବି
ଭଦ୍ରକ ୧୬ ମାର୍ଚ୍ଚ (ହି.ସ.)- ଶୁକ୍ରବାର ରାତିରେ ଭଣ୍ଡାରିପୋଖରୀ ବ୍ଳକର ଚିଙ୍ଗୁଡିପୁରରୁ ପିଡିଏସ ଚାଉଳ ଜବତ ମାମଲାରେ ତୀବ୍ର ପ୍ରତିକ୍ରିୟା ରଖିଛି କଂଗ୍ରେସ । ଜିଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ନଳିନୀକାନ୍ତ ମହାନ୍ତି ଆଜି ଏକ ପ୍ରେସ ବିବୃତିରେ ଦର୍ଶାଇଛନ୍ତି ଯେ: ଭଦ୍ରକ ଜିଲାରେ ପିଡିଏସ ଚାଉଳ ପରିବହନ କରୁଥିବା ଠିକାଦାର, ରିଟେଲର ଓ ଜିଲା ଯୋଗାଣ ବିଭାଗ ତଥା ଜିଲା ପ୍ରଶାସନ ମଧ୍ୟରେ ଅସାଧୁ ମେଂଟ ହୋଇଛି । ଏଥିଯୋଗୁ ସିଧା ପ୍ରମାଣ ମିଳିବା ପରେ ବି ପ୍ରଶାସନ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନନେଇ ମାମଲାକୁ ରଫାଦଫା କରିବା ଚେଷ୍ଟାରେ ରହୁଛି । ଗତକାଲି ଚିଙ୍ଗୁଡିପୁରରୁ ଧରା ପଡିଥିବା ଚାଉଳ ଭଦ୍ରକ ବ୍ଲକର ଖାଉଟିମାନଙ୍କର । ଗତକାଲି ସଂଧ୍ୟା ୬ଟା ୨୫ ମିନିଟରେ ଏହି ଚାଉଳ ଚରମ୍ପା ଗୋଦାମରୁ ଇସ୍ୟୁ ହୋଇଥିଲା । ଧରାପଡିଥିବା ଟ୍ରକ ଓ ଟ୍ରକରୁ ଜବତ ଚାଉଳ ‘ଲଟ ନମ୍ବର’ରୁ ପ୍ରମାଣ ଘଟଣାସ୍ଥଳରେ ହିଁ ମିଳି ଯାଇଥିଲା । ଚାଉଳ ଜବତ ବେଳେ ପରିବହନ ଠିକାଦାର ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ଭଦ୍ରକ ବ୍ଲକର ଚାଉଳ ଭଣ୍ଡାରିପୋଖରୀ ବ୍ଲକରେ ପହଂଚିବା ଅର୍ଥ ଚାଉଳ ବାଟମାରଣା ହେଉଥିଲା । ଗଣମାଧ୍ୟମର ପ୍ରତନିିଧିମାନେ ଏହାର ପ୍ରମାଣ ପାଇସାରିଥିବା ବେଳେ ଜିଲା ପ୍ରଶାସନ କେଉଁ ପ୍ରମାଣ ଖୋଜୁଛି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ପ୍ରମାଣ ଖୋଜିବା ଆଳରେ ତଦନ୍ତକୁ ବିଳମ୍ବିତ କରିବା ଅର୍ଥ ପ୍ରମାଣକୁ ନଷ୍ଟ କରିବାକୁ ଚକ୍ରାନ୍ତ ହେଉଛି ବୋଲି ଶ୍ରୀ ମହାନ୍ତି ଆରୋପ କରିଛନ୍ତି । ଗତକାଲି ରାତିରେ ଉପସ୍ଥିତ ଥିବା ପରିବହନ ଠିକାଦାରଙ୍କୁ ଘଟଣାସ୍ଥଳରୁ ଗିରଫ କରାଯିବା କଥା । କିନ୍ତୁ ପୁଲିସରେ ତାଙ୍କ ବିରୋଧରେ ପ୍ରଶାସନ ଏତଲା ଦେବାକୁ ଡରୁଥିବାରୁ ପରିହବନ ଠିକାଦାର ଏବେବି ସୁରକ୍ଷିତ ଅଛନ୍ତି । କାହାଚାପରେ ପ୍ରଶାସନ କାମ କରୁଛି ଓ ଠିକାଦାରଙ୍କ ପ୍ରତି ପ୍ରଶାସନର ଏହି ଦରଦ ପଛରେ ରହସ୍ୟ କ’ଣ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ମହାନ୍ତି । ଆସନ୍ତା ୨୪ ଘଂଟା ମଧ୍ୟରେ ଯଦି ପରିବହନ ଠିକାଦାରଙ୍କୁ ଗିରଫ କରାନଯାଏ ଓ ତାଙ୍କର ଲାଇସେନସ ଯଦି ରଦ୍ଦ କରାନଯାଏ ତେବେ କଂଗ୍ରେସ ଦଳ ପକ୍ଷରୁ ଜୋରଦାର ଆନ୍ଦୋଳନ ହେବ ବୋଲି ଶ୍ରୀ ମହାନ୍ତି ଚେତାଇ ଦେଇଛନ୍ତି । ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
लोकप्रिय खबरें
फोटो और वीडियो गैलरी
image