Hindusthan Samachar
Banner 2 गुरुवार, मार्च 21, 2019 | समय 05:53 Hrs(IST) Sonali Sonali Sonali Singh Bisht

ପୁଣି ଏକ ଚାଉଳ ଦୁର୍ନୀତି ପଦାରେ ପଡିଲା : ଭଣ୍ଡାରିପୋଖରୀ ବ୍ଲକରୁ ଧରାପଡିଲା ଭଦ୍ରକ ବ୍ଲକ୍ ପିଡିଏସ୍ ଚାଉଳ

By HindusthanSamachar | Publish Date: Mar 16 2019 9:07PM
ପୁଣି ଏକ ଚାଉଳ ଦୁର୍ନୀତି ପଦାରେ ପଡିଲା  : ଭଣ୍ଡାରିପୋଖରୀ ବ୍ଲକରୁ ଧରାପଡିଲା ଭଦ୍ରକ ବ୍ଲକ୍ ପିଡିଏସ୍ ଚାଉଳ
ଭଦ୍ରକ ୧୬ ମାର୍ଚ୍ଚ (ହି.ସ.) - ଚାଉଳ ଦୁର୍ନୀତିରେ ନାଁ କମେଇଥିବା ଭଦ୍ରକ ଜିଲା ଯୋଗାଣ ବିଭାଗରେ ଆଉ ଏକ ଦୁର୍ନୀତି ଧରାପଡିଛି । ଚରମ୍ପାସ୍ଥିତ ଯୋଗାଣ ବିଭାଗ ଗୋଦାମରୁ ଭଦ୍ରକ ବ୍ଲକ୍ ପାଇଁ ଇସ୍ୟୁ ହୋଇଥିବା ୫୫ କ୍ୱିଂଟାଲ ପିଡିଏସ୍ ଚାଉଳ ଗତକାଲି ବିଳମ୍ବିତ ରାତିରେ ଭଣ୍ଡାରିପୋଖରୀ ବ୍ଲକ୍ର ଚିଙ୍ଗିଡିପୁର ଛକରୁ ଧରାପଡିଛି । ଗତକାଲି ରାତିରେ ଚିଙ୍ଗିଡିପୁର ଛକରେ ସନ୍ଦେହଜନକ ଅବସ୍ଥାରେ ଏକ ରିଟେଲ ପଏଂଟରେ ଏକ ମିନି ଟ୍ରକ୍ରୁ ଚାଉଳ ଅନଲୋଡ ହେଉଥିବାବେଳେ ସ୍ଥାନୀୟ କିଛି ଯୁବକ ଏହାକୁ ଅଟକ ରଖି ପୁଲିସ୍ ଓ ଯୋଗାଣ ବିଭାଗକୁ ଖବର କରିଥିଲେ । ତେବେ ଲୋକମାନେ ଏହି ଗାଡିକୁ ଅଟକାଇବା ବେଳେ ପରିବହନ ଠିକାଦାରଙ୍କ କିଛି ସମର୍ଥକ ଓ ସ୍ଥାନୀୟ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା । ଏତିକି ବେଳେ ଗାଡିର ଚାଳକ ଫେରାର ହୋଇଯାଇଥିଲା । ପ୍ରାୟ ଘଂଟାଏ ପରେ ଧାମନଗର ପୁଲିସ୍ ଘଟଣାସ୍ଥଳରେ ପହଂଚିଥିଲା । ତେବେ ଘଟଣାସ୍ଥଳରେ ପହଞ୍ôଚଥିବା ଗଣମାଧ୍ୟମର ପ୍ରତିନିଧି ଜିଲା ଯୋଗାଣ ଅଧିକାରୀଙ୍କୁ ଏ ବାବଦରେ ଖବର କରିଥିଲେ ମଧ୍ୟ ରାତି ଯାଏକେହି ଅଫିସର ସେଠାରେ ପହଂଚିନଥିଲେ । ଏଥିନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ଉକ୍ତ ଗାଡିରେ ୫୫ କ୍ୱିଂଟାଲ ଚାଉଳ ଥିଲା । ଉକ୍ତ ଗାଡିଟି ଚରମ୍ପା ଗୋଦାମରୁ ଗତକାଲି ଚାଉଳ ବୋଝେଇ କରି ବାହାରୁଥିବା କଥା ସ୍ୱୀକାର କରିଛନ୍ତି ଗୋଦାମର ପ୍ରକ୍ୟୁରମେଣ୍ଟ ଅଧିକାରୀ ଅନୀତା ସିଂ । ତେବେ ଏହି ଚାଉଳ ଧରାପଡିବା ପରେ ଜିଲା ଯୋଗାଣ ବିଭାଗରେ ଭାଳେଣି ପଡିଛି । ଭଦ୍ରକ ବ୍ଲକ୍ ଲାଗି ଉଦ୍ଦିଷ୍ଟ ଚାଉଳ ଭଣ୍ଡାରିପୋଖରୀ ବ୍ଲକ୍ରେ ଅନଲୋଡ୍ ହେଉଥିବା କଥା ନିଶ୍ଚିତ ହେବା ପରେ ଏବେ ମାମଲାକୁ କେମିତି ରଫାଦଫା କରିହେବ ସେଥିନେଇ ଯୋଗାଣ ବିଭାଗର ଅଧିକାରୀ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ପିଏନ୍ ରାଇସ୍ ମିଲରୁ ଚାଉଳ ଚରମ୍ପା ଗୋଦାମକୁ ଯାଇଥିଲା । ଯାହାର ଲଟ୍ ନମ୍ବର ହେଉଛି ୧୪ । ଏହି ଚାଉଳ ଚରମ୍ପା ଗୋଦାମରୁ ଭଦ୍ରକ ବ୍ଲକ୍ର ଖାଉଟିଙ୍କ ଲାଗି ଇସ୍ୟୁ ହୋଇଥିଲା । ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
लोकप्रिय खबरें
फोटो और वीडियो गैलरी
image