Hindusthan Samachar
Banner 2 गुरुवार, मार्च 21, 2019 | समय 04:41 Hrs(IST) Sonali Sonali Sonali Singh Bisht

ଏଲଇଡି ବଲବ ଯୋଜନା ପ୍ରହସନ-ଆବଶ୍ୟକ ୬ ହଜାର ବଲବ, ଦିଆଯାଇଛି ୧୪୦୦

By HindusthanSamachar | Publish Date: Mar 16 2019 9:07PM
ଏଲଇଡି ବଲବ ଯୋଜନା ପ୍ରହସନ-ଆବଶ୍ୟକ ୬ ହଜାର ବଲବ, ଦିଆଯାଇଛି ୧୪୦୦
ନୂଆପଡା, ୧୬ ମାର୍ଚ୍ଚ (ହି.ସ.)- ରାଜ୍ୟର ନବୀନ ସରକାର ୨୦୧୯ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟରେ ଗରିବ ସୀମାରେଖା ତଳେ ଥିବା ପ୍ରତ୍ୟେକ କାର୍ଡଧାରୀ ହିତାଧିକାରୀ ମାନଙ୍କୁ ୪ ଗୋଟି ଏଲଇଡି ବଲବ ଦେବା ପାଇଁ ଘୋଷଣା କରିଥିଲେ । ତଦନୁରୂପ ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଲାଂଜି ପଂଚାୟତର ୧୦୦ ଜଣ ହିତାଧିକାରୀଙ୍କୁ ପ୍ରଥମ ଦଫାରେ ୪୦୦ ଗୋଟି ବଲବ ପଂଚାୟତରେ ହୋଇଥିବା ପିଠା ଯୋଜନାରେ ପ୍ରଦାନ କରିଥିଲେ । ପରେ ଦ୍ୱିତୀୟ ଦଫାରେ ୨୫୦ ଜଣ ହିତାଧିକାରୀ ୧୦୦୦ ଗୋଟି ବଲବ ପ୍ରଦାନ କରାଯାଇଥିବା ଲାଂଜି ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ନମିତା ସାହୁ ପ୍ରକାଶ କରିଛନ୍ତି । କିନ୍ତୁ ବର୍ତମାନ ସୁଦ୍ଧା ୧୧୫୦ ଜଣଙ୍କୁ ବଲବ ଦିଆଯାଇନାହିଁ । ସୂଚନା ଥାଉକି ଲାଂଜି ପଂଚାୟତରେ ୧୫୦୦ ଜଣ ହିତାଧିକାରୀ ଥିବା ବେଳେ କାର୍ଡ ହିସାବରେ ୪ ଗୋଟି ବଳ ଅନୁସାରେ ୬୦୦୦ ବଲବ ଦେବା କଥା । କିନ୍ତୁ ଏହି ପଂଚାୟତରେ ବର୍ତମାନ ସୁଦ୍ଧା ୧୫୦୦ ହିତାଧିକାରୀ ମାନଙ୍କ ମଧ୍ୟରୁ ୩୫୦ ଜଣ ହିତାଧିକାରୀଙ୍କୁ ୧୪୦୦ ବଲବ ପ୍ରଦାନ କରାଯାଇଛି । ଆହୁରି ୧୧୫୦ ଜଣଙ୍କୁ ବର୍ତମାନ ସୁଦ୍ଧା ଦିଆଯାଇନଥିବା ହିତାଧିକାରୀ ମାନେ ପ୍ରକାଶ କରିଛନ୍ତି । ଏବିଷୟରେ ପଚାଂୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନମିତା ସାହୁଙ୍କୁ ପଚରାଯିବାରୁ ଏଲଇଡି ବଲବ ପାଇ ନଥିବା ନେଇ ଖଡିଆଳ ବିଡିଓ ସମେତ ନୂଆପଡା ଡିପିଏମ ଓ ଜିଲ୍ଲାପାଳଙ୍କୁ ଜଣାଇ ଦେଇଥିବା ପ୍ରକାଶ କରିଥିଲେ । ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ଗରିବ ହିତାଧିକାରୀ ମାନଙ୍କୁ ଲଲିପପ ଦେଖାଉଥିବା ବେଳେ ବର୍ତମାନ ସୁଦ୍ଧା ହିତାଧିକାରୀ ମାନଙ୍କୁ ବଲବ ମିଲିନଥିବାରୁ ରାଜ୍ୟ ସରକାରଙ୍କ ବିରୋଧରେ ହିତାଧିକାରୀ ମାନେ ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଆସନ୍ତା ଏକ ସପ୍ତାହ ମଧ୍ୟରେ ଏଲଇଡି ବଲବ ପ୍ରଦାନ ନକଲେ ପଂଚାୟତ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ହିନ୍ଦୁସ୍ଥାନ ସମାଚାର/ହେମନ୍ତ/ଭାନୁ
लोकप्रिय खबरें
फोटो और वीडियो गैलरी
image