Hindusthan Samachar
Banner 2 शनिवार, मार्च 23, 2019 | समय 13:51 Hrs(IST) Sonali Sonali Sonali Singh Bisht

ବୋଡେନ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟ ଉଦଘାଟିତ

By HindusthanSamachar | Publish Date: Mar 16 2019 9:07PM
ବୋଡେନ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟ ଉଦଘାଟିତ
ନୂଆପଡା, ୧୬ ମାର୍ଚ୍ଚ (ହି.ସ.)- ନୂଆପଡା ଜିଲ୍ଲା ଉପାନ୍ତ ବ୍ଲକ ବୋଡେନ ଠାରେ ଶନିବାର ହାଇକୋର୍ଟର ବିଚାରପତି କୃର୍ଷ୍ଣରାମ ମାହାପାତ୍ରଙ୍କ ଦ୍ୱାରା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟ ଉଦଘାଟିତ ହୋଇଯାଇଛି । ଏହି କୋର୍ଟ ସ୍ଥାପନ ଦ୍ୱାରା ଉପାନ୍ତ ଅଂଚଳବାସୀ ସହଜ ଏବଂ ସରଳ ଭାବରେ ନ୍ୟାୟୀକ ବ୍ୟବସ୍ଥା ଦ୍ୱାରମୁହରେ ସେବା ପାଇବାର ସୁଯୋଗ ପାଇବେ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି । ଏହି ଉପଲକ୍ଷେ ମାନ୍ୟବର ବିଚାରପତି କୋର୍ଟ ପରିସର ମଧ୍ୟରେ ଏକ ନିମ୍ବ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷା ନିତାନ୍ତ ଆବଶ୍ୟକ ଅଟେବୋଲି ମତବ୍ୟକ୍ତ କରିଥିଲେ । ଅନୁଷ୍ଠିତ ସଭାରେ ବୋଡେନ ଓକିଲ ସଂଘ ସଭାପତି ହିରାଲାଲ ମାଝୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ବିଚାରପତି କୃଷ୍ଣରାମ ମହାପାତ୍ର ଯୋଗଦେଇ ଏହି କୋର୍ଟ ଗ୍ରାମାଂଚଳବାସୀଙ୍କୁ ଦ୍ୱାର ମୁହରେ ନ୍ୟାୟ ପ୍ରଦାନ କରିବା ସହ ଓକିଲ ବନ୍ଧୁମାନେ ଅର୍ଥ ମିଲୁ କିମ୍ବା ନମିଲୁ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ଦିଗରେ କର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ । ସେହିପରି ସମ୍ମାନୀତ ଅତିଥି ରୂପେ ଜିଲ୍ଲା ଦୌରା ଜଜ୍ ଅସିମ ଦଳ ବେହେରା, ଭିଜଲାନ୍ସ କୋର୍ଟ ବିଚାରପତି ସୁରେଶ ସାମଲ, ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ସିତାରାମ ପଟେଲ ପ୍ରମୁଖ ମଂଚରେ ଉପସ୍ଥିତ ରହି ଆଇନ ସେବା ପ୍ରଦାନ ପାଇଁ ଆହ୍ୱାନ କରିଛନ୍ତି । ଆଜି ବୋଡେନ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟେଟ ସୋମ୍ୟା ପ୍ରଧାନ କୋର୍ଟ କାର୍ଯ୍ୟ ଆରମ୍ଭ କରିବା ସହ ମାମଲାର ଶୁଣାଣି କରି ସାକ୍ଷୀ ବୟାନ ନେଇଥିଲେ । ଏହି ଉଦଘାଟନୀ ଉତ୍ସବରେ ଖଡିଆଳ ଓକିଲ ସଂଘ ସଦସ୍ୟଙ୍କ ସହ ସିନାପାଲି ଓକିଲ ସଂଘର ସଦସ୍ୟ ଉପସ୍ଥିତ ଥିଲେ । ହିନ୍ଦୁସ୍ଥାନ ସମାଚାର/ହେମନ୍ତ/ଭାନୁ
लोकप्रिय खबरें
फोटो और वीडियो गैलरी
image