Hindusthan Samachar
Banner 2 शुक्रवार, दिसम्बर 14, 2018 | समय 05:47 Hrs(IST) Sonali Sonali Sonali Singh Bisht

ବିଧାନସଭା ସମ୍ମୁଖରେ ଅଙ୍ଗନୱାଡ଼ି କର୍ମଚାରୀମାନଙ୍କ ଗଣଧାରଣା

By HindusthanSamachar | Publish Date: Dec 8 2018 8:56PM
ବିଧାନସଭା ସମ୍ମୁଖରେ ଅଙ୍ଗନୱାଡ଼ି କର୍ମଚାରୀମାନଙ୍କ ଗଣଧାରଣା
ଭୁବନେଶ୍ୱର, ୮ ଡିସେମ୍ବର (ହି.ସ.)- ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କରସ ଆସୋସିଏସନ ତରଫରୁ ରାଜ୍ୟ ସରକାରଙ୍କ ନିକଟରେ ଦୀର୍ଘଦିନର ଦାବି ଗୁଡ଼ଇକ ପ୍ରଦାନ କରିଥିଲେ ସୁଦ୍ଧା ରାଜ୍ୟ ସରକାର ଦାବି ଗୁଡ଼ିକ ପୂରଣ କରିବା ଦିଗରେ ଟାଳଟୁଳ ନୀତି କରୁଥବବା କାରଣରୁ ସଂଘ ତରଫରୁ ଗତ ୨୬.୧୧.୨୦୧୮ରିଖ ଠାରୁ ଅଙ୍ଗନୱାଡ଼ି କର୍ମଚାରୀମାନେ ଗଣଧାରଣାରେ ବସି ରହିଛନ୍ତି । ଆଜି ନୂଆପଡ଼ା ସୁନ୍ଦରଗଡ଼ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଅଙ୍ଗନୱାଡ଼ି କର୍ମଚାରୀମାନେ ଏହି ଧାରଣାରେ ଯୋଗଦାନ କରିଅଛନ୍ତି । ଅଙ୍ଗନୱାଡ଼ି କର୍ମଚାରୀମାନଙ୍କୁ ସରକାରୀ କର୍ମଚାରୀ ରୂପେ ଘୋଷଣା କରିବା, ଯେତେଦିନ ପର୍ଯ୍ୟନ୍ତ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ କରାଯାଇନାହିଁ, ସର୍ବନିମ୍ନ ମାସିକ ବେତନ ୧୮ ହଜାର ଟଙ୍କା ଓ ସହାୟିକା ମାନଙ୍କୁ ୯ ହଜାର ଟଙ୍କା ପ୍ରଦାନ କରାଯିବା, ସୁପର ଭାଇଜର ପଦବୀକୁ କେବଳ ଅଙ୍ଗନୱାଡ଼ି କର୍ମୀଙ୍କ ଦ୍ୱାରା ପଦୋନ୍ନତି କରାଯିବା, ମିନି ଅଙ୍ଗନୱାଡ଼ି କର୍ମୀଙ୍କୁ ଅଙ୍ଗନୱାଡ଼ି କର୍ମୀର ମାନ୍ୟତା ପ୍ରଦାନ କରିବା ସହିତ ସେହି କେନ୍ଦ୍ରରେ ଜଣେ ସହାୟିକା ନିଯୁକ୍ତି କରିବାର ବ୍ୟବସ୍ଥା କରାଯିବା, ନୂତନ ଖାଦ୍ୟ ତାଲିକାର ମୂଲ୍ୟବୃଦ୍ଧି କରାଯିବା, ସମସ୍ତ ସହରାଂଚଳରେ ଟିଏ/ଡିଏ ଲାଗୁ କରାଯିବା ସହିତ ଅଙ୍ଗନୱାଡ଼ି କେନ୍ଦ୍ର ପରିଚାଳନା ପାଇଁ ଘରଭଡ଼ା ପ୍ରତ୍ୟେକ ମାସରେ ପ୍ରଦାନ କରାଯିବା, ଗାଁ କଲ୍ୟାଣ ସମିତି କାର୍ଯ୍ୟ ଗୁଡ଼ିକରୁ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ବାଦ୍ ଦିଆଯିବା, ଗ୍ରୀଷ୍ମଦିନେ ଏକମାସ ଗ୍ରୀଷ୍ମ ଛୁଟି ଦିଆଯିବା, ରାଜ୍ୟରେ କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମାନଙ୍କୁ ୬୦ ବର୍ଷ ପରିବର୍ତେ ୬୫ ବର୍ଷ ବୟସରେ କାର୍ଯ୍ୟ ରହିତ କରାଯିବା ସହିତ ସେମାନଙଢ଼୍କୁ ଅବସର ସମୟରେ ଗ୍ରାଚ୍ୟୁଇଟି ବାବଦକୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବା, ତା ସହିତ ମାସିକ ୩ ହଜାର ଟଙ୍କା ଅବସରକାଳୀନ ଭତା ଯୋଗାଇ ଦିଆଯିବା, ଅଙ୍ଗନଓବାଡ଼ି କର୍ମୀ, ମିନି ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମାନଙ୍କୁ ଓଡ଼ିଶା ନିର୍ମିତ ସମ୍ବଲପୁରୀ ଶାଢ଼ୀ ପ୍ରଦାନ କରାଯିବା ଯାହା ଫଳରେ ଓଡ଼ିଶାରେ ବୟନଶିଳ୍ପର ବିକାଶ ହେବ । ଆଜି ପର୍ଯ୍ୟନ୍ତ ଯେଉଁ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମାନଙ୍କୁ ୬୦ ବର୍ଷ ବୟସରେ ଚାକିରୀରୁ ଅବସର ଦିଆଯାଇଇଛି, ସେମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବା, କାର୍ଯ୍ୟରତ ଅବସ୍ଥାରେ ଦୁର୍ଘଟଣାଜନିତ ମୃତ୍ୟୁବରଣ କଲେ ୫ ଲକ୍ଷ ଟଙ୍କା ଓ ସାଧାରଣ ମୃତ୍ୟୁ ହେଲେ ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବା, ମମତା ଯୋଜନାର ସଫଳତା ପାଇଁ କର୍ମୀମାନଙ୍କୁ ପ୍ରୋତ୍ସାହନ ରାଶି ୫୦୦ ଟଙ୍କା ଓ ସହାୟିକାଙ୍କୁ ୨୦୦ ଟଙ୍କା ପ୍ରଦାନ କରାଯିବା ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅଙ୍ଗନୱାଡ଼ି କର୍ମୀଙ୍କୁ ସାମିଲ କରାଯିବା, କାର୍ଯ୍ୟରତ ସମୟରେ ମୃତ୍ୟୁବରଣ କଲେ ପରିବାରର ଜଣଙ୍କୁ ଚାକିରୀ ଦିଆଯିବା, ସବୁ ଅଙ୍ଗନୱାଡ଼ି କେନ୍ଦ୍ରକୁ ରନ୍ଧନ ଗ୍ୟାସ ଯୋଗାଇ ଦେବା, ଅଙ୍ଗନୱାଡ଼ି କର୍ମୀମାନଙ୍କର ଅଭିଜ୍ଞତାକୁ ଅଗ୍ରାଧିକାର ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତି ଦିଆଯିବା ଦାବି ନେଇ ଆଜି ନୂଆପଡ଼ା, ସୁନ୍ଦରଗଡ଼ ଜିଲ୍ଲା ତରଫରୁ ଅଙ୍ଗନବାଡ଼ି କର୍ମଚାରୀ ମାନେ ଯୋଗଦାନ କରିଥିଲେ । ଏହି ଧାରଣା କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦିକା ସୁମିତା ମହାପାତ୍ର, ସଭାନେତ୍ରୀ ସୌଦାମିନିୀ ଦାସ, ଭାରତୀୟ ମଜଦୁର ସଂଘର ରାଜ୍ୟ ଅସଂଗିଂତ କ୍ଷେତୟ ପ୍ରମୁଖ ବସନ୍ତ କୁମାର ସାହୁ, ଅଙ୍ଗନୱଡ଼ି ସମ୍ପାଦିକା ଚନ୍ଦ୍ରପ୍ରଭା ପାଣିଗ୍ରାହୀ ପ୍ରମୁଖ ସରକାରଙ୍କ ବିଭିନ୍ନ ବିଷୟ ଉପରେ ଉଦବୋଧନ ଦେଇଥିଲେ । ହିନ୍ଦୁସ୍ଥାନ ସମାଚାର/ଭାନୁ ...............
image