Hindusthan Samachar
Banner 2 शुक्रवार, दिसम्बर 14, 2018 | समय 06:02 Hrs(IST) Sonali Sonali Sonali Singh Bisht

ରାଷ୍ଟ୍ରୀୟ ଲୋକ ଅଦାଲତ,୧୦୪ ମାମଲାର ଫଇସଲା,୫୭ ଲକ୍ଷ ଆଦାୟ

By HindusthanSamachar | Publish Date: Dec 8 2018 8:56PM
ରାଷ୍ଟ୍ରୀୟ ଲୋକ ଅଦାଲତ,୧୦୪ ମାମଲାର ଫଇସଲା,୫୭ ଲକ୍ଷ ଆଦାୟ
କନ୍ଧମାଳ,୮ ଡିସେମ୍ବର(ହି.ସ.)- ସ୍ଥାନୀୟ ଜିଲା କୋର୍ଟ ପରିସରରେ ଆଜି ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ ହୋଇଯାଇଛି । ଏହି ଲୋକ ଅଦାଲତରେ ସମୂଦାୟ ୧୬୨୪ଟି ମାମଲାର ବିଚାର କାରଯାଇ ସେତି ମଧ୍ୟରୁ ୧୦୪ଟି ମାମଲାର ଫଇସଲା କରାଯାଇଛି । ଏ ବାବଦରେ ୫୭ ଲକ୍ଷ ୯୭ ହଜାର ୮୧୮ ଟଙ୍କା ଆଦାୟ ହୋଇତିବା ଜଣାଯାଇଛି । ଆଜି ପାଇଁ ଗ୍ରହଣ ହୋଇଥିବା ୧୨୨୭ଟି ମାମଲା ମଧ୍ୟରେ ୧୨୨୫ଟି ବ୍ୟାଙ୍କ ସଂପର୍କିତ ମାମାଲା ରହିଥିଲା । ଏଥିମଧ୍ୟରୁ ୮୩ଟିର ଫଇସଲା କରାଯାଇ ୧୦ ଲକ୍ଷ ୭ ହଜାର ୪୫୪ ଟଙ୍କା ଆଦାୟ ହେ।।ଇଛି । ସେହିଭଳି ପୂର୍ବରୁ ରହିଥିବା ୨୬୪ଟି ବ୍ୟାଙ୍କ ମାମଲାରୁ ୧୧ଟିର ଚୂଡାନ୍ତ କରାଯଇ ୩୭ ଲକ୍ଷ ୪୦ ହଜାର ୩୬୪ ଟଙ୍କା,ମୋଟରଯାନ ସଂପର୍କିତ ୨୮ଟି ବିବାଦରୁ ୨ଟିର ଫଇସଲା ହୋଇ ୧୦ ଲକ୍ଷ ତ୫୦ ହଜାର ଟଙ୍କା ଆଦାୟ କରାଯାଇଛି । ଜିଲା ଜଜ ଗୌତମ ଶର୍ମାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଲୋକ ଅଦାଲତରେ ପରିବାର ଅଦାଲତ ବିଚଚାରପତି ରୋହିତଲାଲ ପଣ୍ଡା,ସିଜେଏମ ଅଜୟ କୁମାର ପ୍ରଧାନ,ରେଜିଷ୍ଟ୍ରାର ଅଭିଜିତ ପଲେଇ,ଜିଲା ଆଇନସେବା ପ୍ର।।ଧିକରଣ ସଂପାଦିକା ଶଶୀରେଖା ମିଶ୍ର,ଏସଡିଜେଏମ ପୂଣ୍ୟଶ୍ଳୋକ ରଥ ପ୍ରମୁଖ େଯୋଗ ଦେଇଇ ବିଭିନ୍ନ ମାମଲାର ବିଚାର କରିଥିଲେ । ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ଭାନୁ
image