Hindusthan Samachar
Banner 2 सोमवार, दिसम्बर 10, 2018 | समय 12:41 Hrs(IST) Sonali Sonali Sonali Singh Bisht

ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ-ବର୍ଣ୍ଣାଳୀ

By HindusthanSamachar | Publish Date: Dec 8 2018 8:56PM
ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ-ବର୍ଣ୍ଣାଳୀ
କନ୍ଧମାଳ, ୮ ଡିସେମ୍ବର(ହି.ସ.)- ଜିଲା ଘରୋଇ ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ସ୍ତାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହୁି କାର୍ଯ୍ୟକ୍ରମ ବର୍ଣ୍ଣାଳୀକୁ ଫୁଲବାଣି ବିଧାୟକ ଡୁଗୁନୀ କହଁର ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ବେସରକାରୀ ବିଦ୍ୟାଳୟ ପରିଚାଲନାରେ ରହିଥିବା ସମସ୍ୟା ସଂପର୍କରେ ଉଲ୍ଲେଖ କରି ମୁଖ୍ୟ ଅତିଥି ଶ୍ରୀ କହଁର ଏଥି ପ୍ରତି ସରକାର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ । ସରକାରୀ କନିଷ୍ଠ୍ର ମହାବିଦ୍ୟାଳୁୟର ଓଡିଆ ଅଧ୍ୟାପିକା ଜ୍ୟୋତିର୍ମୟୀ କହଁର ମୁଖ୍ୟବକ୍ତାଭାବେ ଯୋଗ ଦେଇ ଜିଲାର ଆଭ୍ୟନ୍ତରୀଣ ଇଲାକାରେ ରହିତିବା ଘରୋଇ ବିଦ୍ୟାଲୟ ମାନଙ୍କରେ ପାଠ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କ ପ୍ରତିଭାକୁ ଲୋକ ଲୋଚନକୃ ଆଣିବା ପାଇଁ ଏହା ଏକ ସୁନ୍ଦର ପଦକ୍ଷେପ ବୋଲି ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥି ଆଇନଜୀବି ବିଜୟକୃଷ୍ନ ପଟ୍ଟାନାୟକ ଏଭଳି ଏକ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହ ସରକାରୀ ସ୍ତରରେ ସ୍କୁଲ ପିଲା ମାନଙ୍କ ହେଉଥିବା ସୁରଭୀ ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଘରୋଇ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ସୁଯେ୍ାଗ ଦିଆଯିବା ଦରକାର ବୋଲି କହିଥିଲେ । ଏହା ସେମାନଙ୍କର ସାମ୍ବିଧାନିକ ଅଧିକାର ବୋଲି ସେ ଉଲ୍ଲେଖ କରିଥିଲେ । ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ସଂସ୍କୃତି ଅଧିକାରୀ ଟଙ୍କଧର ଭୋଇ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସଂଘର ସଭାପତି ଅରୁଣ ଷଡଙ୍ଗୀ ଅଧ୍ୟକ୍ଷାତା କରି ପ୍ରଥମ ଥର ପାଇଁ ଆୟୋଜିତ ଏହି ଉତ୍ସବର ଆଭିମୂଖ୍ୟ ସଂପର୍କରେ ସୂଚନା ଦେଇଥିଲେ । ଜିଲାରେ ରହିତିବା ୬୫ଟି ଘରୋଇ ବିଦ୍ୟାଳୟକୁ ନେଇ ଗଠନ କରାଯାଇଥିବା ଏହି ସଙ୍ଗଠନ ଆଗାମୀ ଦିନରେ ଅନେକ କାର୍ଯ୍ୟକ୍ରମ ହାତକୁ ନେବ ବୋଲି କୁହାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଘରୋଇ ବିଦ୍ୟାଳୟ ମାନଙ୍କରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସାଂସ୍କୃତିକ ପ୍ରତିଯୋଗୀତା ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସଂଧ୍ୟାରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ମନୋରଂଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସଂଘର ଆବାହକ ରାଜକିଶୋର ପାଢୀଙ୍କ ସମେତ ଅନ୍ୟ କର୍ମକର୍ତା କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ଭାନୁ
image