Hindusthan Samachar
Banner 2 सोमवार, दिसम्बर 10, 2018 | समय 02:56 Hrs(IST) Sonali Sonali Sonali Singh Bisht

ବାଇକ୍ କୁ ପିଟିଲା ଟ୍ରାକ୍ଟର : ବାପା, ମାଆ ସମେତ ସାନଭଉଣୀ ମୃତ, ବଡ ଭଉଣୀ ଗୁରୁତର

By HindusthanSamachar | Publish Date: Dec 8 2018 8:49PM
ବାଇକ୍ କୁ ପିଟିଲା ଟ୍ରାକ୍ଟର : ବାପା, ମାଆ ସମେତ ସାନଭଉଣୀ ମୃତ, ବଡ ଭଉଣୀ ଗୁରୁତର
ବାରିପଦା, ୮ ଡିସେମ୍ବର (ହି.ସ.)- ଟ୍ରାକ୍ଟର ଧକ୍କାରେ ବାଇକ୍ ଆରୋହୀ ବାପା, ମାଆ ଓ ସାନଭଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣାରେ ବଡ ଭଉଣୀ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ଆଜି ସଂନ୍ଧ୍ୟାରେ ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ବଙ୍ଗଳା ଛକ ନିକଟରେ । ସୂଚନା ଅନୁଯାୟୀ, ଦଲଦଲି ଗ୍ରାମର ବେଣୁଧର ସିଂ ତାଙ୍କ ପତ୍ନୀ ଓ ଦୁଇ ଝିଅଙ୍କୁ ସାଙ୍ଗରେ ନେଇ ବାଇକ୍ ଯୋଗେ ବଡଜାମେଣୀ ଗ୍ରାମକୁ ଯାଇଥିଲେ । ସେଠାରୁ ଗାଁକୁ ଫେରୁଥିବା ବେଳେ ବାଟରେ ଘଟିଥିଲା ଏହି ମର୍ମନ୍ତୁଦ ଦୁର୍ଘଟଣା । ଏନଏଚ ନଂ ୧୮ ବଙ୍ଗଳା ଛକ ନିକଟରେ ବାଇକ୍ କୁ ଏକ ଟ୍ରାକ୍ଟର ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବେଣୁଧର, ତାଙ୍କ ପତ୍ନୀ ଓ ସାନ ଝିଅଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣାରେ ବଡ ଝିଅ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତି କରିଥିଲେ । ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି । ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଚାଳକ ସେଠାରୁ ଫେରାର୍ ହୋଇଯାଇଛି । ପୋଲିସ ତିନି ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଏନେଇ ଅଧିକ ତଦନ୍ତ ଜାରୀ ରଖିଛି । ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ
image