By HindusthanSamachar | Publish Date: Dec 8 2018 8:36PMପଟ୍ଟାମୁଣ୍ଡାଇ, ୮ ଡିସେମ୍ବର (ହି.ସ.)- ପଟ୍ଟାମୁଣ୍ଡାଇ ଅଂଚଳର ଅଗ୍ରଣୀ ସଂଗୀତାନୁଷ୍ଠାନ ସ୍ୱରତୀର୍ଥ ପକ୍ଷରୁ ବେଲତଳ ଆର୍ଶିବାଦ ଆଶ୍ରମ ଠାରେ ସାରସ୍ୱତ ଆସର ଅନୁଷ୍ଠିତ ହୋଇଯାଇଛି । ସ୍ୱରତୀର୍ଥ ସଭାପତି କବି ଡା. ମନୋରଞନ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ଅଧ୍ୟାପକ ବିରଜାନନ୍ଦ ମହାନ୍ତି, ଗାଳ୍ପିକ ପ୍ରଦୀପ ନାୟକ ସମ୍ମାନୀତଅତିଥି ଭାବେ ଯୋଗ ଦେଇଥିଲେ । କବି ମନୋଜ କୁମାର ଶତପଥୀ ଓ ଆରାଧନା ଦାଶଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠ ଉତ୍ସବରେ କବି ସୁର ପ୍ରସାଦ ପଣ୍ଡା, ଶେଳବାଳା ନନ୍ଦ, ଗୋଲକ ଚନ୍ଦ୍ର ସାହୁ, ବ୍ରଜବନ୍ଧୁ ଦାଶ, ନରହରି ଦାସ, ସୌଭାଗ୍ୟ ପାଣିଗ୍ରାହୀ, କୁଳମଣି ରାଉତ, ନାରାୟଣ ପ୍ରସାଦ ରାଉଳ, ସଚିତ୍ର ବେହୁରା, ତ୍ରିଲୋଚନ ଜେନା ଓ ପ୍ରସନ୍ନ କୁମାର ବେହୁରା ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ସଂଗୀତଗୁରୁ ରବିନ୍ଦ୍ରନାଥ ମିଶ୍ରଙ୍କ ନିର୍ଦ୍ଦେଶନାରେ ସୁଶ୍ରୀ ଲୋପିତା ସାହୁ ଓଡିଶୀ ସଂଗୀତ ଓ ଜଣାଣ ପରିବେଷଣ କରିଥିବାବେଳେ ବାଦ୍ୟଶିଳ୍ପୀ ରଶ୍ମୀରଞନ ମିଶ୍ର ମର୍ଦଳ ବାଦ୍ୟ ପରିବେଷଣ କରିଥିଲେ । ଏହି ଆସରରେ ବହୁ ସାହିତ୍ୟିକ ଓ କବି ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର/ସୁଧାଂଶୁ/ଭାନୁ