Hindusthan Samachar
Banner 2 सोमवार, दिसम्बर 10, 2018 | समय 11:50 Hrs(IST) Sonali Sonali Sonali Singh Bisht

କଂଗ୍ରେସନେତା ଶରତ ଜେନାଙ୍କ ପରଲୋକ

By HindusthanSamachar | Publish Date: Dec 8 2018 8:36PM
କଂଗ୍ରେସନେତା ଶରତ ଜେନାଙ୍କ ପରଲୋକ
ପଟ୍ଟାମୁଣ୍ଡାଇ, ୮ ଡିସେମ୍ବର (ହି.ସ.)- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଂଚାୟତର କଂଗ୍ରେସନେତା ଶରତ ଜେନାଙ୍କର ହୃଦଘାତରେ ପରଲୋକ ହୋଇଯାଇଛି । ହୃଦରୋଗରେ ଶିକାର ହୋଇ ସେ ଦୀର୍ଘଦିନ ଧରି ଚିକିତ୍ସାଧୀନ ଥିଲେ । ସେ ଜଣେ ପରୋପକାରୀ, ମିଷ୍ଟଭାଷୀ ଜନନେତା ଭାବେ ସାଧାରଣରେ ଲୋକପ୍ରିୟତା ହାସଲ କରିଥିଲେ । ଗତ ପଂଚାୟତ ନିର୍ବାଚନରେ ଅଳପୁଆ ପଂଚାୟତର ସରପଂଚ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରିଥିଲେ । ସ୍ଥାନୀୟ ଅଂଚଳର ବିଭିନ୍ନ ସମସ୍ୟା ସମାଧାନ ପାଇଁ ସେ ତାଙ୍କର ସଂଗ୍ରାମ ଜାରି ରଖିଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳିଯାଇଛି । ହିନ୍ଦୁସ୍ଥାନ ସମାଚାର/ସୁଧାଂଶୁ/ଭାନୁ
image