By HindusthanSamachar | Publish Date: Dec 8 2018 8:36PM
କୋରେଇ, ୮ ଡିସେମ୍ବର (ହି.ସ.)- କୋରାଇ ବ୍ଲକ ଅନ୍ତର୍ଗତ ପଥରପଦା ପଂଚାୟତର ଓଚିନ୍ଦା ୟୁଜିଏମ ସ୍କୁଲରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି । ପରିଚାଳନା କମିଟିର ସଭାପତି ସୁବାସ ଧଳଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପ୍ରଧାନ ଶିକ୍ଷକ ବିବରଣୀ ପ୍ରଦାନ କରିଥିବା ବେଳେ ସହକାରୀ ଶିକ୍ଷକ ପ୍ରମୋଦ ମଲ୍ଲିକ ସ୍ୱାଗତ ଭାଷର ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅତିଥିଭାବେ ସରପଂଚ ପ୍ରକାଶ ଚନ୍ଦ୍ର ମଲ୍ଲିକ, ସିଆରସିସି ହୃଷିକେଶ ସାହୁ ଯୋଗଦେଇଥିଲେ । ବିଦ୍ୟାଳୟର ମୋଟ ୨୦୫ଜଣ ଛାତ୍ର/ଛାତ୍ରୀଙ୍କୁ ପୋଷାକ ଓ ବୁଟ ପ୍ରଦାନ କରାଯାଇଥିଲା । ପରିଚାଳନା କମିଟି ପକ୍ଷରୁ କାର୍ତିକ ମିର୍ଦ୍ଧା, ଭାଗିରଥି ପର୍ବତ, ମାନ ପରିଡା, ସାରଥି ଖଟୁଆ, ରୀତାଂଜଳୀ ପୁରୀ, ବେଙ୍ଗ ସେଠୀ ପ୍ରମୁଖ ଯୋଗଦେଇଥିବା ବେଳେ ଅଙ୍ଗନଧ୍ୱାଡି କର୍ମି ପାର୍ବତୀ ପରିଡା, ପରିଚାଳନା କମିଟିର ସଦସ୍ୟ/ସଦସ୍ୟା, ଛାତ୍ରାଭିଭାବକ ମାନେ ଯୋଗଦେଇଥିଲେ । ଶିକ୍ଷକ ପ୍ରଭାତ ବେହେରା, ଭରତ ସାହୁ, ରାଜଶ୍ରୀ ମଲିକ, ମିନତୀ ହାନହୋଗେ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶିକ୍ଷକ ନିତ୍ୟାନନ୍ଦ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି କରଦା ନୋଡାଲ ୟୁପି ସ୍କୁଲରେ ମଧ୍ୟ ପୋଷାକ ବିତରଣ କରାଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଶାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ସରପଂଚ ଗଣେଷ ଚନ୍ଦ୍ର ସାହୁ, ମୁଖ୍ୟ ବକ୍ତାଭାବେ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ଦାସ ଯୋଗଦେଇଥିଲେ । ପରିଚାଳନା କମିଟିର ସୁବାସ ସାହୁ, ଅନନ୍ତ ସାହୁ, ସୁରେନ୍ଦ୍ର ପାଣିଗ୍ରାହୀ, କୁମଦିନୀ ସାହୁ, ସତ୍ୟବତୀ ପଣ୍ଡା, ମମତା ପଣ୍ଡା, ଚୁମୁକି ସାହୁ ପ୍ରମୁଖ ଯୋଗଦେଇଥିବା ବେଳେ ଶିକ୍ଷକ ଗୟାଧର ରାଉତ, ସୁଶାନ୍ତ ମଲ୍ଲିକ, ରଘୁନାଥ ମୁଦୁଲି, ମୋହନ ଭୁୟାଁ, ମାନୀ ମାଝୀ, ସବିତା ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ଭସ୍କର/ଭାନୁ