Hindusthan Samachar
Banner 2 सोमवार, दिसम्बर 10, 2018 | समय 11:30 Hrs(IST) Sonali Sonali Sonali Singh Bisht

ଧାନମଣ୍ଡି ଖୋଲିବାକୁ ନେଇ ଅନିଶ୍ଚିତତା, କୃଷକ ମଂଚର ଆନ୍ଦୋଳନ ପାଇଁ ଚେତାବନୀ

By HindusthanSamachar | Publish Date: Dec 8 2018 8:37PM
ଧାନମଣ୍ଡି ଖୋଲିବାକୁ ନେଇ ଅନିଶ୍ଚିତତା, କୃଷକ ମଂଚର ଆନ୍ଦୋଳନ ପାଇଁ ଚେତାବନୀ
କୋରେଇ, ୮ ଡିସେମ୍ବର (ହି.ସ.)- କୋରାଇ ବ୍ଲକ୍ରେ ଧାନମଣ୍ଡି ଖୋଲିବାକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ଫଳରେ ଏନେଇ ଆନ୍ଦୋଳନକୁ ଓହ୍ଲାଇବାକୁ କୋରାଇ କୃଷକ ମଂଚ ଚେତବାନୀ ଦେଇଛି । ଡିସେମ୍ବର ମାସର ଦ୍ୱିତୀୟ ସପ୍ତାହ ଆରମ୍ଭ ହେବାକୁ ଥିବାବେଳେ ଅଦ୍ୟାବଧି କୋରେଇ ବ୍ଳୂକ୍ରେ ଧାନମଣ୍ଡି ଖୋଲାଯାଇନାହିଁ । ଫଳରେ ଦଲାଲ ମାନେ ଶାଗମାଛ ଦରରେ ଚାଷୀଙ୍କ କ୍ଷେତରୁ ଧାନ ନେଉଥିବାର ଦେଖାଦେଇଛି । ଗତକାଲି ଯାଜପୁର ସଂସ୍କୃତି ଭବନରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ହୋଇଥିବା ବୈଠକରେ ଜିଲ୍ଲାର ସମସ୍ତ ସମବାୟ ସମିତିର ସମ୍ପାଦକ ମାନେ ଯୋଗଦେଇଥିବା ବେଳେ କୋରେଇ ବ୍ଲକ୍ର ସମସ୍ତ ୧୮ଟି ସମବାୟ ସମିତି ଦାୟୀତ୍ୱରେ ଥିବା ସମ୍ପାଦକମାନେ ମଧ୍ୟ ଯୋଗଦେଇଥିଲେ । ଗତବର୍ଷ ଧାନକିଣାରେ ସମବାୟ ସମିତି ଗୁଡିକ ଦ୍ୱାରା ହୋଇଥିବା ଧାନସଂଗ୍ରହ ଖର୍ଚ୍ଚକୁ ସରକାର ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପରେ ଦେଇନଥିଲେ । ଏପରିକି ବାର୍ଷିକ ଅଡ଼ିଟ୍ରେ ଉକ୍ତ ଖର୍ଚ୍ଚକୁ ସମବାୟ ସମିତି ଗୁଡିକୁ ବହନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅଡ଼ିଟ୍ରେ ଟଙ୍କା ରିକଭରି କରାଯାଇଥିବାରୁ ଚଳିତ ବର୍ଷ ଧାନ ନକିଣିବା ପାଇଁ ସମ୍ପାଦକମାନେ ରୋକଠୋକ୍ ମନା କରିଥିଲେ । ତେବେ ଜିଲ୍ଲା ଯୋଗାଣ ଅଧିକାରୀ ଓ ସିଏସଓ ଏଥର ଟଙ୍କା ଭରଣା କରିବାରକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଲିଖିତ ଭାବରେ ଦେଇନଥିବାରୁ ଧାନକିଣିବାକୁ ସମବାୟ ସମିତିଭାବେ ମନାକରିଥିଲେ । ଆସନ୍ତା ଦୁଇଦିନ ମଧ୍ୟରେ ଚୁଡାନ୍ତ ନିଷ୍ପତି ନିଆଯିବ ବୋଲି ଯୋଗାଣ ଅଧିକାରୀ କହିଥିଲେ ମଧ୍ୟ ଲିଖିତ ଭାବେ ନଦେଲେ ଧାନ ନକିଣିବାକୁ କୋରେଇ ବ୍ଲକ୍ର ସମ୍ପାଦକମାନେ ନିଷ୍ପତି ନେଇଛନ୍ତି । ଫଳରେ ଚଳିତ ବର୍ଷ କୋରେଇରେ ଧାନମଣ୍ଡି ଖୋଲାଯିବାକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ତେବେ ଯଥାଶୀଘ୍ର ମଣ୍ଡି ଖୋଲାନଗଲେ ରାଜରାସ୍ତାକୁ ଓହ୍ଲାଇବା ସହିତ ଆନ୍ଦୋଳନ କରିବାକୁ କୋରେଇ କୃଷକ ମଂଚର ସଭାପତି ବଳରାମ ସାହୁ, କୃଷକଙ୍କ ପ୍ରତିନିଧି ଅନାମ ମହାପାତ୍ର, ଗଙ୍ଗାଧର ସାହୁ, ବିନୋଦ ଜେନା, ଅଭିରାମ ସାହୁ, କୃଷ୍ନଚନ୍ଦ୍ର ବିଶ୍ୱାଳ, ରବିନାରାୟଣ ପଣ୍ଡା ଓ ପ୍ରଫୁଲ ପାଢୀ ପ୍ରମୁଖ ବହୁଚାଷୀ ଚେତାବନୀ ଦେଇଛନ୍ତି । ହିନ୍ଦୁସ୍ଥାନ ସମାଚାର/ଭସ୍କର/ଭାନୁ
image