Hindusthan Samachar
Banner 2 सोमवार, दिसम्बर 10, 2018 | समय 03:00 Hrs(IST) Sonali Sonali Sonali Singh Bisht

ଅଭିଯୁକ୍ତଙ୍କୁ ପୁଲିସର ସହୟତାକୁ ବିରୋଧ ଓ ଆକ୍ରମଣର ଶିକାର ବ୍ୟକ୍ତିଙ୍କୁ ନ୍ୟାୟ ସୁରକ୍ଷା ଦାବିରେ ଏସପିଙ୍କୁ ଭେଟିଲେ ମହିଳା ଓ ଦଳିତ ସଂଗଠନ

By HindusthanSamachar | Publish Date: Dec 8 2018 8:37PM
ଅଭିଯୁକ୍ତଙ୍କୁ ପୁଲିସର ସହୟତାକୁ ବିରୋଧ ଓ  ଆକ୍ରମଣର ଶିକାର ବ୍ୟକ୍ତିଙ୍କୁ ନ୍ୟାୟ ସୁରକ୍ଷା ଦାବିରେ ଏସପିଙ୍କୁ ଭେଟିଲେ ମହିଳା ଓ ଦଳିତ ସଂଗଠନ
କୋରେଇ, ୮ ଡିସେମ୍ବର (ହି.ସ.)- ଅଭିଯୁକ୍ତମାନେ ଦ୍ୱିନ ଦ୍ୱିପ୍ରହରେ ଖୋଲମଖୋଲା ବୁଲୁଥିବା ବେଳେ ପୁଲିସ ଗିରଫ କରିବା ପରେବର୍ତେ ସେମାନଙ୍କୁ ସହାୟତା ଯୋଗାଇବାର ପ୍ରତିବାଦ ଓ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଓ ସଙ୍ଗଠକ ମାନଙ୍କୁ ଆଇନଗତ ନ୍ୟାୟ ଓ ସୁରକ୍ଷା ଯୋଗାଇ ଦେବା ଦାବିରେ ଆଜି ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଯାଜପୁର ଏସପି ଚରଣ ସିଂହ ମୀନାଙ୍କୁ ଭେଟି ଦାବି ଜଣାଇଛି ଦଳିତ ସଙ୍ଗଠନ ଓ ଆକ୍ରମଣର ଶିକାର ହୋଇଥିବା ମହିଳା । ସେମାନଙ୍କୁ ସମସ୍ତ ଆଇନଗତ ସୁରକ୍ଷା ଯୋଗାଇଦେବାକୁ ଏସପି ପ୍ରତିଶୃତି ଦେଇଛନ୍ତି । ପ୍ରକାଶଯେ ଜେନାପୁର ଥାନା ଅନ୍ତର୍ଗତ କମାଗଡ ଗ୍ରାମର ଅଶୋକ ମଳିକଙ୍କ ସ୍ତ୍ରୀ ସାବିତ୍ରୀ ମଳିକଙ୍କ ଅଭିଯୋଗ ମୁତାବକ ତାଙ୍କ ଝିଅ ଗତ ୧ତାରିଖ ଅପହରଣ ଓ ନିଖୋଜ ସର୍ମ୍ପକରେ ଗତ ୨ ତାରିଖ ଥାନାରେ ଅଭିଯୋଗ କରିଥିଲେ ।ଏନେଇ ଏକ ମାମଲା ୨୭୮/୧୮ ରୁଜ୍ଜୁ କରାଯାଇଥିଲା । ଏନେଇ ୩ ତାରିଖ ୫ଟାବେଳେ ତାଙ୍କ ଘରେ ସାଇଭାଇ ଓ ସାମାଜିକ ସଙ୍ଗଠନର କର୍ମକର୍ତା ବସି ଆଲୋଚନା କରୁଥିବା ବେଳେ ୩୦/୪୦ଜଣ ସବର୍ଣ୍ଣ ସର୍ମ୍ପଦାୟର ଲୋକ ହୋ ହାଲ୍ଲା କରି ସାଇ ମଧ୍ୟରେ ବସି ଟଣା ଓଟରା ଗାଳିଗୁଲଜ କରିବା ଘର ମଧ୍ୟରୁ ଲୋକମାନଙ୍କୁ ଟାଣି ଧକ୍କା, ତଂଟିଆ ମାରିବା ସହ ଘରୁ ଲୋକମାନଙ୍କୁ ଟାଣିନେଇ ଯାଇଥିଲେ । ସେଠାରେ ଅଶୋକ ମଲିକକୁ ମାଡ ମଧ୍ୟ ମାରିଥିଲେ । ଘରପୋଡି ଦେବା ସହ ଜାତିଗତ ଅକ୍ଷେପ ନେଇ ଗାଳିଗୁଲଜ ମଧ୍ୟ କରିଥିଲେ । ଏନେଇ ଥାନାରେ ଅଭିଯୋଗ କରିବା ସହ ନ୍ୟାୟ ଦାବିରେ ଥାନା ଦୁଆରେ ମହିଳାମାନେ ବସିଥିଲେ । ଥାନାଧିକାରୀଙ୍କ ପ୍ରତିଶୃତି ଓ ରାତ୍ରି ହେବାରୁ ମହିଳାମାନେ ଘରକୁ ଫେରିଥିଲେ । ହେଲେ ପୁଲିସ ସେମାନଙ୍କୁ ଫେରାର ଦର୍ଶାଉଥିବାବେଳେ ଅଭିଯୁକ୍ତମାନେ ଗାଁ ଦାଣ୍ଡରେ ବୁଲି ଖୋଲା ଦମକ ଦେଉଛନ୍ତି । ମୁଣ୍ଡନୋ ସହ ଘର ଜାଳିଦେବାକୁ ଧମକ ଦେଉଛନ୍ତି । ୫ ତାରିଖ ଏ ସର୍ମ୍ପକରେ ଥାନାରେ ଜଣାଇବା ପରେ ଓଲଟି ଥାନାବାବୁ ଧମକ ଦେଲେ ଏଠାକୁ ପୁଣି ଆସିଲେ ବାନ୍ଧି ପଠାଇଦେବି । ଥାନାବାବୁଙ୍କ ତାଣ୍ଡବରେ ଭୟଭୀତ ହୋଇ ନ୍ୟାୟ ପାଇଁ ଏସପିଙ୍କୁ ଗୁହାରୀ ଜଣାଇବା କହିଛନ୍ତି ସାବିତ୍ରିୀ । ସାବିତ୍ରୀଙ୍କ ସହ ସେମାନାଥ ଦାସ, ବେଣୁଧର ମଳିକ, ଅତୁଲ ମଳିକ, ମନୋଜ ମଳିକ, ଅରଉଣ ମଳିକ, ଅଶୋକ ମଳିକ, ଦେବକୀ ମଳିକ, ସଂଜୁ ମଳିକ, ରଂଜିତ ମଳିକଙ୍କ ସମେତ ଅନ୍ୟମାନେ ଯୋଗଦେଇଥିଲେ । ହିନ୍ଦୁସ୍ଥାନ ସମାଚାର/ଭସ୍କର/ଭାନୁ
image