Hindusthan Samachar
Banner 2 सोमवार, दिसम्बर 10, 2018 | समय 12:13 Hrs(IST) Sonali Sonali Sonali Singh Bisht

ନବ ନିର୍ମାଣ କୃଷକ ସଙ୍ଗଠନର ଧାରଣା

By HindusthanSamachar | Publish Date: Dec 8 2018 8:37PM
ନବ ନିର୍ମାଣ କୃଷକ ସଙ୍ଗଠନର ଧାରଣା
କୋରେଇ, ୮ ଡିସେମ୍ବର (ହି.ସ.)- ଓଡିଶା ନବ ନିର୍ମାଣ କୃଷକ ସଙ୍ଗଠନର କୋରାଇ ବ୍ଲକ ଶାଖା ପକ୍ଷରୁ ଆଜି ବୈତରଣୀରୋଡ ମେଡିକାଲ ପଡିଆରେ ଧାରଣା ଅନୁଷ୍ଠିତ ହୋଇଥିଲା । ଚାଷୀଙ୍କୁ ଯୁବା ବୟସରୁ ସୁରକ୍ଷା ଭତା ପ୍ରଦାନରେ ସରକାରୀ ଅବହେଳା ଓ ଅକ୍ଷୟ କୁମାରଙ୍କ ଅନଶନକୁ ସମତଁନ କରି ଏହି ଧାରଣା ଦିଆଯାଇଥିଲା । କୋରାଇ ବ୍ଲକ ସଂଯୋଜକ ଲକ୍ଷ୍ମୀଧର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଧାରଣାରେ ଜିଲ୍ଲା ସହ ସଂଯୋଜକ ବସନ୍ତ କୁମାର ନାୟକ ଯୋଗଦେଇ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାର ମନ୍ତ୍ର ପ୍ରଦାନ କରିଥିଲେ । ୧୧ଟାରୁ ୨ଟା ପର୍ଯ୍ୟନ୍ତ ଅନୁଷ୍ଠିତ ଧାରଣାରେ ବୈତରଣୀରୋଡ ସଂଯୋଜକ ମହେନ୍ଦ୍ର ସାହୁ, ବାବନ ପରିଡା, ଭୀମସେନ ବିଶ୍ୱାଳ, ବିଜୟ ସ୍ୱାଇଁ, ଅଭିମନ୍ୟୁ ବିଶ୍ୱାଳ, ବିଶ୍ୱମ୍ବର ବାରିକ, ଭରତ ମହାପାତ୍ର ପ୍ରମୁଖ ଧାରଣାରେ ଯୋଗଦେଇଥିଲେ । ହିନ୍ଦୁସ୍ଥାନ ସମାଚାର/ଭସ୍କର/ଭାନୁ
image