Hindusthan Samachar
Banner 2 रविवार, फरवरी 17, 2019 | समय 00:39 Hrs(IST) Sonali Sonali Sonali Singh Bisht

ପାଣିକୋଇଲିରେ ମେଡ଼ିକାଲ କଲେଜ ନିର୍ମାଣ ଦାବିରେ ଗଣଧାରଣା ୨୭ ଦିନରେ

By HindusthanSamachar | Publish Date: Dec 8 2018 8:37PM
ପାଣିକୋଇଲିରେ  ମେଡ଼ିକାଲ କଲେଜ ନିର୍ମାଣ ଦାବିରେ ଗଣଧାରଣା ୨୭ ଦିନରେ
କୋରେଇ, ୮ ଡିସେମ୍ବର (ହି.ସ.)- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଅନୁଦାନରେ ଯାଜପୁର ଜିଲ୍ଲାରେ ହେବାକୁ ଥିବା ମେଡ଼ିକାଲ କଲେଜକୁ ପାଣିକୋଇଲି ଠାରେ ନିର୍ମାଣ କରିବା ଦାବି ନେଇ ମେଡ଼ିକାଲ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଲିଥିବା ଗଣ ଧାରଣା ୨୭ ଦିନରେ ପହଂଚିଛି । ବିଜୁ ବାୁଙ୍କ ସ୍ୱପ୍ନର ଯଯାତି ନଗରରେ ମେଡିକାଲ କଲେଜ କାହିଁକି ନହେବସେ ନେଇ ପ୍ରଶାସନର ନିରବତାକୁ ନିନ୍ଦା କରାଯାଇଥିଲା । ଉଭୟ ଭୈାଗଳିକ ଓ ଗମନାଗମନ ଦୃଷ୍ଟିରୁ ପାଣିକୋଇଲି ଉକ୍ତ ମେଡ଼ିକାଲ ନିମନ୍ତେ ସର୍ବୋତମ ସ୍ଥାନ ହୋଇଥିବା ବେଳେ ଏଠାରେ ଶହ ଶହ ଏକର ସରକାରୀ ଜମି ରହିଛି । ପାଣିକୋଇଲିରେ ମେଡିକାଲ କଲେଜ ଖୋଲିବାକୁ ଦାବି କରିବା ସହ ପ୍ରଶାସନ ୨୭ ଦିନ ଧାରଣା ଚାଲିଥିଲେ ବି କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଭ୍ରମରବର ରାଉତ, ସଦାଶିବ ଦାସ, ସିପିଏମ ନେତା ପ୍ରଫୁଲ୍ଲ ନାୟକ, ବିଜୟ ଲକ୍ଷ୍ମୀ ମହାନ୍ତି, ଦିଲ୍ଲିପ ଦାସ, ପ୍ରଦୀପ ମହାନ୍ତି, ପ୍ରରବ ଜୀ ଙ୍କ ସମେତ ମଂଚ ପକ୍ଷରୁ ମେଡିକାଲ କଲେଜ କ୍ରିିୟାନୁଷ୍ଠାନ କମିଟିର ଆବାହକ ଧରଣୀଧର ଘଡାଇ, ଯୁଗ୍ମ ଆବାହକ ସୁବାସ ଧଳ, ସଦାଶିବ ଦାସ, ମଧୁସୂଦନ ସାହୁ, କୃଷକ ନେତା ବଳରାମ ସାହୁ, ଡା. ନିର୍ମଳ ରଥ, ସନ୍ତୋଷ କୁମାର ବେହେରା, ବରିଷ୍ଠ ନାଗରିକ ମଂଚ ସଭାପତି ନୃସିଂହ ଚରଣ ଦଳାଇ, ସମ୍ପାଦକ ସୁରେନ୍ଦ୍ର ରାୟ, ନିରଂଜନ ରାଉତ, ଜହର ଅଲ୍ଲୀ, ତାରିଣୀ ପଟ୍ଟନାୟକ. ଗୋକୁଳାନନ୍ଦ ମହାରଣା, ବସନ୍ତ ବେହେରା, ବିପିନ ବିହାରୀ ଧଳ, ଆଲୋକ ପରିଡା, ଉପେନ୍ଦ୍ର ପାତ୍ର, ତାରିଣୀ ପଟ୍ଟନାୟ, ରାକେଶ ସାହୁ, ଇଂ ମାନସ ରାୟ, ନିମାଇଁ ମଲ୍ଲିକ, ପ୍ରତାପ ମଲ୍ଲିକ, ଡା. ସୁରେଶ ପଣ୍ଡା, ବଟକୃଷ୍ଣ ମହାପାତ୍ର, ଶଶିକାନ୍ତ ମଲ୍ଲିକ, ଶିବରାମ ପାତ୍ର, ରବିନ ଘଡାଇ, ପୂର୍ଣ୍ଣାନନ୍ଦ ପରିଡା, ରାମ ଚନ୍ଦ୍ର ମଲିକ, ରତ୍ନାକର ପଣ୍ଡା, ସୁଦର୍ଶନ ସାମଲ, ମଧୁ ରାୟ, ପିତାମ୍ବର ନନ୍ଦ, ସୂର୍ଯ୍ୟମଣୀ ପଣ୍ଡା, ଗୋବିନ୍ଦ ଖଣ୍ଡାଇ, ଉତ୍ସବ ମହାରଣା, ବଟକୃଷ୍ଣ ସାହୁ, ବୈଷ୍ଣବ ସାହୁ, ଚନ୍ଦ୍ରମଣୀ ସ୍ୱାଇଁ , ଅନାମ ମହାପାତ୍ର, ବେଣୁଧର ଖଣ୍ଡାଇ ପ୍ରମୁଖଙ୍କ କାର୍ଯ୍ୟକ୍ରମରେ ଯୋଗଦେବା ସହ ପରିଚାଳନାରେ ସହଯୋଗ କରିଥିବା ବେଳେ ଶତାଧିକ ଲୋକ ଧାରଣାରେ ସାମିଲ ହୋଇଥିଲେ । ହିନ୍ଦୁସ୍ଥାନ ସମାଚାର/ଭସ୍କର/ଭାନୁ
लोकप्रिय खबरें
चुनाव 2018
image