Hindusthan Samachar
Banner 2 सोमवार, दिसम्बर 10, 2018 | समय 11:35 Hrs(IST) Sonali Sonali Sonali Singh Bisht

୭ମ ରାଷ୍ଟ୍ରୀୟ ଦିବାରାତ୍ର କ୍ଲବ ଚମ୍ପିଆନସିପ୍ ଭଲିବଲ ପ୍ରତିଯୋଗିତା ଉଦଘାଟିତ

By HindusthanSamachar | Publish Date: Dec 8 2018 8:37PM
୭ମ ରାଷ୍ଟ୍ରୀୟ ଦିବାରାତ୍ର କ୍ଲବ ଚମ୍ପିଆନସିପ୍ ଭଲିବଲ ପ୍ରତିଯୋଗିତା ଉଦଘାଟିତ
ବାରିପଦା, ୮ ଡିସେମ୍ବର (ହି.ସ.)- ଓଡ଼ିଶା ଭଲିବଲ ଆସୋସିଏସନ ଓ ମୟୂରଭଞ୍ଜ ଆଥେଲେଟିକ ଆସୋସୁସିଏସନର ମିଳିତ ଆନୁକୂଲ୍ୟରେ ବାରିପଦା ଷ୍ଟାଡ଼ିୟମ୍ ପରିସରରେ ଡ଼ିସେମ୍ବର ୮ ପୂର୍ବାହ୍ନରେ ଆୟୋଜିତ ହୋଇଥିଲା ୭ମ ରାଷ୍ଟ୍ରୀୟ ଦିବାରାତ୍ର କ୍ଲବ ଚମ୍ପିଆନସିପ୍ ଭଲିବଲ ପ୍ରତିଯୋଗିତା । ପ୍ରଥମ ମ୍ୟାଚରେ ଖୋର୍ଦ୍ଧା ରେଳବାଇ ଟିମ ପାରାଦୀପ ପୋର୍ଟ ଟ୍ରଷ୍ଟକୁ ୩-୦ ସେଟ ବ୍ୟବଧାନରେ ପରାସ୍ତ କରିଥିବା ବେଳେ କିଟ୍ ବିଶ୍ୱବିଦ୍ୟାଳୟ ରାଉରକେଲା ଷ୍ଟିଲ ପ୍ଲାଣ୍ଟକୁ ୩-୦ ସେଟରେ, କେନ୍ଦୁଝରର ତ୍ରିବେଣି ମାଇନ୍ସ ଓଡ଼ିଶା ପୋଲିସକୁ ୩-୦ ସେଟରେ, ଖୋର୍ଦ୍ଧା ରେଳବାଇ କିଟ୍ ବିଶ୍ୱବିଦ୍ୟାଳୟକୁ ୩-୦ ସେଟରେ, ପାରାଦୀପ ପୋର୍ଟ ଟ୍ରଷ୍ଟ ରାଉରକେଲା ଷ୍ଟିଲ ପ୍ଲାଣ୍ଟକୁ ୩-୦ ସେଟରେ ପରାସ୍ତ କରିଥିଲେ । ଖବର ଲେଖାଯିବା ପର୍ଯ୍ୟନ୍ତ ସେଂଚୁରିଆନ ବିଶ୍ୱବିଦ୍ୟାଳୟ ଓ ଓଡ଼ିଶା ପୁଲିସ ଟିମ ମଧ୍ୟରେ ମ୍ୟାଚ ଜାରି ରହିଥିଲା । ଏଥି ସହିତ ଆଜି ତ୍ରିବେଣି ମାଇନ୍ସ ସହିତ ସେଞ୍ଚୁରିଆନ ଓ ପାରାଦୀପ ପୋର୍ଟ ଟ୍ରଷ୍ଟ ସହିତ କିଟ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ଖେଳାଯିବାର କାର୍ଯ୍ୟକ୍ରମ ରହିଅଛି ବୋଲି ଆୟୋଜକ ମୟୂରଭଞ୍ଜ ଆଥେଲେଟିକ ଆସୋସିଏସନର ସମ୍ପାଦକ କିଶୋର କୁମାର ବିଶ୍ୱାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ହିନ୍ଦୁସ୍ଥାନ ସମାଚାର/ଦିଲ୍ଲୀପ/ଭାନୁ
image