Hindusthan Samachar
Banner 2 सोमवार, दिसम्बर 10, 2018 | समय 03:18 Hrs(IST) Sonali Sonali Sonali Singh Bisht

କେନ୍ଦୁଝର ଜିଲ୍ଲାରେ ପୁଣି ବ୍ଳାକ ପଲସରର ଆତଙ୍କ

By HindusthanSamachar | Publish Date: Dec 8 2018 8:38PM
କେନ୍ଦୁଝର ଜିଲ୍ଲାରେ ପୁଣି ବ୍ଳାକ ପଲସରର ଆତଙ୍କ
କେନ୍ଦୁଝର,୮ ଡିସେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା ରେ ପୁଣି ଦେଖା ଦେଇଛି ବ୍ଳାକ ପଲସର ର ଆତଙ୍କ । ଜିଲ୍ଲାର ତେଲକୋଇ ଥାନା ଅନ୍ତର୍ଗତ କତରାପଲି ଗ୍ରାମର କାଳନ୍ଦୀ ବେହେରା ଙ୍କ ଶନିବାର ଦିନ ଦୁର୍ବୃତମାନେ ୮୦ ଟଙ୍କା ଲୁଟି ନେଇଛନ୍ତି । କାଳନ୍ଦୀ ବେହେରା ୮୦ ହଜାର ଟଙ୍କା ଧରି ଛାମୁଣ୍ଡା ସ୍ଥିତ ଗୋରୁ ହାଟରୁ ଗୋରୁ କିଣିବାକୁ ଯାଉଥିବା ବେଳେ ବାଉଁଶଜୋର ପୋଲ ଉପରେ ୩ଜଣ ଆରୋହୀ ଥିବା ଏକ କଳା ରଙ୍ଗର ପଲସର ବାଇକ ତାଙ୍କ ରାସ୍ତା ଅବରୋଧ କରିଥିଲେ । ଏବଂ ଉକ୍ତ ବାଇକରେ ଥିବା ତିନିଜଣ ଦୁର୍ବୃତ କାଳନ୍ଦୀ ଙ୍କୁ ଭୁଜାଲି ଦ୍ୱାରା ଭୟଭୀତ କରାଇ ତାଙ୍କ ଠାରୁ ୮୦ ହଜାର ଟଙ୍କା ଲୁଟି ନେଇ ଆଖି ପିଛୁଳାକେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । କାଳନ୍ଦୀ ଙ୍କ ପକ୍ଷରୁ ତେଲକୋଇ ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ପୋଲିସ ପକ୍ଷରୁ ଦୁଇଟି ଟିମ କରାଯାଇ ଦୁର୍ବୃତଙ୍କୁ ଧରିବା ଉଦ୍ୟମ ଆରମ୍ଭ ହୋଇଛି । ଏହି ପଲସର ଆତଙ୍କ ସମଗ୍ର ଅଂଚଳରେ ଆତଙ୍କ ଖେଳାି ଦେଇଛି । ଜିଲ୍ଲା ପୋଲିସ ର ନିଷ୍କ୍ରିୟତା ଯୋଗୁଁ କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥ ରେ ଲୁଟେରାଙ୍କ ପ୍ରଭାବ ଦିନକ ଦିନ ବଢି ଚାଲିଥିବା ସଂପର୍କରେ ହେଉଥିବା ଅଭିଯୋଗ ଉପରେ ପୋଲିସ ପ୍ରଶାସନ ର ଅଧିକ ସକ୍ରିୟ ହେବାର ଆବଶ୍ୟକତା ରହିଥିବା ମତ ପ୍ରକାଶ ପାଇଛି । ହିନ୍ଦୁସ୍ଥାନ ସମାଚାର/ବିଭୁତି/ଭାନୁ
image