Hindusthan Samachar
Banner 2 रविवार, दिसम्बर 16, 2018 | समय 07:25 Hrs(IST) Sonali Sonali Sonali Singh Bisht

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ସମାବେଶ

By HindusthanSamachar | Publish Date: Dec 8 2018 8:38PM
ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ  ବିକ୍ଷୋଭ ସମାବେଶ
ବୌଦ୍ଧ, ୮ ଡିସେମ୍ବର (ହି.ସ.)- ଢେଙ୍କାନାଳ ଜିଲା ବେଲ ଟିକିରି ସେଲଟର ହୋମ ଘଟଣାରେ ସାରା ରାଜ୍ୟରେ ବିଜେପି ପକ୍ଷରୁ ବିକ୍ଷୋଭ କରାଯାଉଥିବା ବେଳେ ବୌଦ୍ଧ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ ପ୍ରଫୁଲ ସାମଲଙ୍କ ଇସ୍ତଫା ଦାବୀ କରିବା ସହ ଏହି ଘଟଣାରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଜଡିତ ଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ମହିଲା ମୋର୍ଚ୍ଚା ସଭାନେତ୍ରୀ ନମିତାରାଣୀ ଦାସଙ୍କ ନେତୃତ୍ୱରେ ମହିଳା ମୋର୍ଚ୍ଚାର କର୍ମୀଓ ବିଜେପି ଦଳ ପକ୍ଷରୁ ଏକ ବିରାଟ ରାଲିରେ ପୁରୁଣାଜିଲାପାଳଙ୍କ କାର୍ଯ୍ୟାଳୟ ଆଗରୁ ବାହାରି ନୁତନ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବା ସହ ମନ୍ତ୍ୀ ପ୍ରଫୁଲ ସାମଲଙ୍କ ଇସ୍ତଫା ଦାବୀ କରିବା ସହ କୁଶପୁତ୍ତଳିକା ଦାହ କରିଅଛନ୍ତି । ଆହୁରୀ ମଧ୍ୟ ଏହି ଘଟଣାରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଜଡିତ ଥିବା ନେଇ କାର୍ଯ୍ୟାନୁଷ୍ଠାନ ଦାବୀ କରିଅଛନ୍ତି । ଉକ୍ତ ବିକ୍ଷୋଭ ଶୋଭାଯାତ୍ରାରେ ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ନିବେଦିତା ମହାକୁଡ, ସାଧାରଣ ସଂପାଦିିକା ଗିତାଞଳୀ ବାଘ, ଉପସଭାନେତ୍ରୀ ୈଶଳେନ୍ଦ୍ରୀ ସାହୁ, ଜିଲା ସଭାପତି ସୌମିତ୍ରି ନାଏକ, ବରିଷ୍ଠ ନେତା ମନୋରଂଜନ ଦାସ, କୃଷକ ମୋର୍ଚ୍ଚା ରାଜ୍ୟ ସଂପାଦକ ସୁର୍ଯ୍ୟନାରାୟଣ ମହାପାତ୍ର, ଜିଲା ସାଧାରଣ ସଂପାଦକ ବିପ୍ରଚରଣ ମହାନ୍ତି, ସୁୂଧାଂଶୁ ଡାଙ୍ଗ, ଶମ୍ଭୁ ପ୍ରଧାନ, ସଂଜୟ ମେହେର, ନବୀନ ମହାପାତ୍ର, ପ୍ରଦ୍ୟୂମ୍ନ ଧଳ, ବିଶିକେସନ ପଧାନଙ୍କ ସମତେ ବହୁ ମହିଳା ସାମିଲ ଥିଲେ । ହିନ୍ଦୁସ୍ଥାନ ସମାଚାର/ସଂପତ୍/ଭାନୁ
image