Hindusthan Samachar
Banner 2 शुक्रवार, दिसम्बर 14, 2018 | समय 07:21 Hrs(IST) Sonali Sonali Sonali Singh Bisht

ବେଲଟିକିରି ସେଲ୍ଟର ହୋମରେ ଧର୍ମାନ୍ତରୀକରଣ ଓ ଯୋ÷÷ନ ଶୋଷଣକୁ ନେଇ ଉଦବେଗ ପ୍ରକାଶ କରି କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର

By HindusthanSamachar | Publish Date: Dec 8 2018 8:38PM
ବେଲଟିକିରି  ସେଲ୍ଟର ହୋମରେ ଧର୍ମାନ୍ତରୀକରଣ ଓ ଯୋ÷÷ନ ଶୋଷଣକୁ ନେଇ ଉଦବେଗ ପ୍ରକାଶ କରି  କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର
• ସେଲଟର ହୋମ ମାନଙ୍କରେ ମାନଙ୍କର ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାରେ ରାଜ୍ୟ ସରକାରଙ୍କ ବିଫଳତା କାରଣରୁ ଏଭଳି ଘୃଣ୍ୟ ଘଟଣା ଘଟିଛି • ଢେଙ୍କାନାଳ ସ୍ଥିତ ଜିଲ୍ଲାପାଳ ଓ ଏସପି କାର୍ଯ୍ୟାଳୟର ମାତ୍ର ଦଶ କିମି ଦୂରରେ ଏପରି ଘଟଣା ହେବା ସ୍ତବ୍ଧ କରିବା ଭଳି ନୂଆଦିଲ୍ଲୀ, ୦୮ ନଭେମ୍ବର – ଢେଙ୍କାନାଳ ଜିଲ୍ଲାର ବେଲଟିକରି ଠାରେ ଗୁଡ ନ୍ୟୁଜ ଇଣ୍ଡିଆ ସଂସ୍ଥା ଦ୍ୱାରା ଚଳା ଯାଉଥିବା ସେଲ୍ଟର ହୋମରେ ଧର୍ମାନ୍ତରୀକରଣ ଓ ଯୋ÷÷ନ ଶୋଷଣ ସମ୍ପର୍କରେ ଜାଣି ଉଦବେଗ ପ୍ରକାଶ କରିବା ସହ ରାଜ୍ୟ ସରକାର ସେଲଟର ହୋମ ମାନଙ୍କରେ ପିଲା ମାନଙ୍କର ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାର ବିଫଳତା କାରଣରୁ ଏଭଳି ଘୃଣ୍ୟ ଘଟଣା ଘଟିଛି ବୋଲି କହିଛନ୍ତି କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ମେନକା ସଂଜୟ ଗାନ୍ଧୀ । ଏହି ମାମଲାରେ ସମ୍ବନ୍ଧିତ ଅଧିକାରୀ ମାନେ ନୈତିକ ଦାୟିତ୍ୱ ନେବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏ ସମ୍ପର୍କରେ ପତ୍ର ଲେଖି ଶ୍ରୀମତୀ ଗାନ୍ଧୀ କହିଛନ୍ତି । ଏହି ପତ୍ରରେ ଶ୍ରୀମତୀ ଗାନ୍ଧୀ କହିଛନ୍ତି ଯେ ଏହି ସେଲଟର ହୋମରେ ଝିଅ ମାନଙ୍କର ଯୋ÷÷ନ ଶୋଷଣ ଓ ଧର୍ମାନ୍ତରୀରଣ ପାଇଁ ଏକ ଫ୍ରଂଟ ଭାବରେ ଏହାକୁ ବ୍ୟବହାର କରୁଥିବାର ଅଭିଯୋଗ ଆସିଛି । ଗୁଡ ନ୍ୟୁଜ ଇଣ୍ଡିଆ ଦ୍ୱାରା ପରିଚାଳିତ ସେଲଟର ହୋମ ଗୁଡିକ ଗତ ଦୁଇ ବର୍ଷ ଧରି ଜୁଭେନାଇଲ ଜଷ୍ଟିସ (କେୟାର ଏଣ୍ଡ ପ୍ରଟେକ୍ସନ) ଆକ୍ଟ ୨୦୧୫ ଅନୁସାରେ ପଂଜୀକରଣ ନ ହୋଇ ଚାଲୁଥିବା ଅନୁସନ୍ଧାନ ପରେ ଜଣା ପଡିଛି । ଏହି ସେଲଟର ହୋମରେ ରହୁଥିବା ପିଲା ମାନେ ଗଣମାଧ୍ୟମ ଆଗରେ ସଂସ୍ଖାର ମୁଖ୍ୟ ଫୟାଜ ରହମାନ ଓ ପରିଚାଳକ ସୀମାଂଚଳ ନାୟକ ଯୋ÷÷ନ ଶୋଷଣ କରୁଥିବା ସମ୍ପର୍କରେ ଅଭିଯୋଗ କରିବା ପରେ ଏହି ମାମଲା ସାମନାକୁ ଆସିବା ଅତ୍ୟନ୍ତ ଚିନ୍ତାର ବିଷୟ । ଢେଙ୍କାନାଳ ସ୍ଥିତ ଜିଲ୍ଲାପାଳ ଓ ଏସପି କାର୍ଯ୍ୟାଳୟର ମାତ୍ର ଦଶ କିମି ଦୂରରେ ଏପରି ଘଟଣା ହେବା ସ୍ତବ୍ଧ କରିବା ଭଳି ବୋଲି ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି । ଓଡିଶାର ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଓ ଜିଲ୍ଲା ଶିଶୁ ସଂରକ୍ଷଣ ଅଧିକାରୀ ଏହାକୁ ସ୍ପଷ୍ଟ କରିଛନ୍ତି ଯେ ଏହି ସେଲଟର ହୋମ ଲାଇସେନ୍ସ ଗତ ମାସ ଏକ୍ସପାୟର ହୋଇଛି । ଏହା ଇଂଟିଗ୍ରେଟେଡ ଚାଇଲ୍ଡ ପ୍ରଟେକ୍ସନ ସ୍କିମ (ଆଇସିଡିଏସ)ର ଖୋଲା ଉଲ୍ଲଂଘନ । ସେଲଟର ହୋମ ଚଳାଇବା ପାଇଁ ଷ୍ଟାଚ୍ୟୁଟାରି କମ୍ପଲାଏନ୍ସ ପାଇଁ ରାଜ୍ୟ କର୍ତୃପକ୍ଷଙ୍କ ଦୂର ଦୃଷ୍ଟିର ଅଭାବକୁ ଏହା ସ୍ପଷ୍ଟ କରୁଛି ବୋଲି ଶ୍ରୀମତୀ ଗାନ୍ଧୀ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି । ସେ ଏହି ପତ୍ରରେ କହିଛନ୍ତି ଯେ ସେ ଏହି ମାମଲାରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟର ସଚିବଙ୍କୁ ଜାଂଚ କରାଇବାକୁ ରିପୋର୍ଟ ଉପଲବ୍ଧ କହିଛନ୍ତି । ସେହିପରି ଏନସିପିସିଆରକୁ ଓଡିଶାରେ ଚାଲିଥିବା ସମସ୍ତ ସେଲ୍ଟର ହୋମକୁ ଯାଇ ଅନୁଧ୍ୟାନ କରିବାକୁ ନିର୍ଦେଶ ଦେଇଛନ୍ତି ।
image