Hindusthan Samachar
Banner 2 रविवार, फरवरी 17, 2019 | समय 01:02 Hrs(IST) Sonali Sonali Sonali Singh Bisht

ଏନଡିଆରଏଫ ପାଣ୍ଠିରୁ ଓଡିଶା ପାଇଁ ଅତିରିକ୍ତ ସହାୟତା ରାଶି ପ୍ରଦାନ ସମ୍ପର୍କରେ ରାଜନାଥ ଓ ସ୍ୱରାଷ୍ଟ୍ର ସଚିବଙ୍କ ସହ କଥା ହେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

By HindusthanSamachar | Publish Date: Dec 8 2018 8:39PM
ଏନଡିଆରଏଫ ପାଣ୍ଠିରୁ ଓଡିଶା ପାଇଁ  ଅତିରିକ୍ତ ସହାୟତା ରାଶି ପ୍ରଦାନ ସମ୍ପର୍କରେ ରାଜନାଥ ଓ ସ୍ୱରାଷ୍ଟ୍ର ସଚିବଙ୍କ ସହ କଥା ହେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ, ଭୁବନେଶ୍ୱର, ୦୯ ଡିସେମ୍ବର – ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଓଡିଶା ପାଇଁ ଅତିରିକ୍ତ ସହାୟତା ରାଶିକୁ ପ୍ରଦାନ କରିବାକୁ ତ୍ୱରିତ ବିଚାର କରିବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ ତଥା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ବ୍ୟତୀତ ସେ ଏହି ପ୍ରସଙ୍ଗରେ କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗର ସଚିବ ରାଜୀବ ଗୌବାଙ୍କ ସହ ମଧ୍ୟ କଥା ହୋଇ ଏ ସମ୍ପର୍କରେ ଅନୁରୋଧ କରିଥିବା ଟ୍ୱିଟ କରି ପ୍ରକାଶ କରିଛନ୍ତି । ଓଡିଶା ସରକାରଙ୍କ ଦ୍ୱାରା ପ୍ରଦାନ କରା ଯାଇଥିବା ଦାବି ଉପରେ ଖୁବ ଶୀଘ୍ର ସକାରାତ୍ମକ ଭାବେ ବିଚାର କରିବାକୁ ଉଭୟ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକକେ ତିତଲି ବାତ୍ୟା ଦ୍ୱାରା ପ୍ରଭାବିତ ଆନ୍ଧ୍ର ପ୍ରଦେଶ ସହ ଅନ୍ୟ ରାଜ୍ୟଙ୍କୁ ଅତିରିକ୍ତ ସହାୟତା ପ୍ରଦାନକୁ ଅନୁମତି ଦିଆ ଯିବା ପରେ ତିତଲି ଦ୍ୱାରା ପ୍ରଭାବିତ ଓଡିଶାକୁ ଅତିରିକ୍ତ ସହାୟତା ନ ମିଳିବାକୁ ନେଇ କିଛି ମହଲରେ ଆଶଙ୍କା ବ୍ୟକ୍ତ କରା ଯାଇଥିଲା ।
लोकप्रिय खबरें
चुनाव 2018
image