Hindusthan Samachar
Banner 2 सोमवार, दिसम्बर 10, 2018 | समय 12:27 Hrs(IST) Sonali Sonali Sonali Singh Bisht

ରେଡକ୍ରସ ପକ୍ଷରୁ ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ ଶିବିର ତାଲିମ ଶିବିର ଉଦ୍ଯାପିତ

By HindusthanSamachar | Publish Date: Dec 8 2018 8:34PM
ରେଡକ୍ରସ ପକ୍ଷରୁ ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ ଶିବିର ତାଲିମ ଶିବିର ଉଦ୍ଯାପିତ
ଭୁବନେଶ୍ୱର, 9 ଡିସେମ୍ବର- ଓଡିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଅଟେ । ଜଳବାୟୁ ପରିବର୍ତ୍ତନ ଯୋଗୁ ଓଡିଶା ପ୍ରତିବର୍ଷ ବିଭିନ୍ନ ବିପର୍ଯ୍ୟୟର ସମ୍ମୁଖୀନ ହୋଇଆସୁଅଛି ଏବଂ ବିପର୍ଯ୍ୟୟର ଏହି ବିଭିଷିକାରେ ବହୁ ଧନଜୀବନ ନଷ୍ଟ ହେଉଅଛି । ସେଥିପାଇଁ ବିପର୍ଯ୍ୟୟର ପରିଚାଳନା ସହ ବିପର୍ଯ୍ୟୟକୁ କିଭଳି ସାମୁହିକ ଭାବେ ମୁକାବିଲା କରିବା ସହ ଏଡା ଯାଇପାରିବ ସେଥିପାଇଁ ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ । ଏହିପରିପେକ୍ଷୀରେ ଓଡିଶା ରାଜ୍ୟ ରେଡକ୍ରସ ଓ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୁପକ୍ଷ ର ମିଳିତ ଆନୁକୁଲ୍ୟରେ ଗତ ୪ ଡିସେମ୍ବର ଠାରୁ ଚାଲିଥିବା ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ ଶିବିର ତାଲିମ ଶିବିର ଆଜି ଉଦ୍ଯାପିତ ହୋଇଯାଇଛି । ଯୁବ ରେଡକ୍ରସ ପରାମର୍ଶଦାତାମାନଙ୍କୁ ବିପର୍ଯ୍ୟୟ ପରିଚାଳନା ଓ ବିପର୍ଯ୍ୟୟରୁ ସୁରକ୍ଷାର ଉପାୟମାନ ବିଷୟରେ ଅବଗତ କରାଇବା । ଯାହା ଫଳରେ ସେମାନେ ସେମାନଙ୍କ ଜିଲ୍ଲରେ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ରେଡକ୍ରସ ସ୍ୱେଚ୍ଛାସେବୀମାନଙ୍କୁ ତାଲିମ ଦେଇପାରିବେ । ତତ୍ ସହିତ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷଙ୍କୁ ବିପର୍ଯ୍ୟୟ ସମ୍ବନ୍ଧିୟ ଦକ୍ଷ୍ୟତା ବୃଦ୍ଧି ଓ ସଚେତନତା କାର୍ଯ୍ୟକ୍ରମରେ ସହାୟତା କରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପନ୍ନଙ୍କୁ କିପରି ତୁରନ୍ତ ଉଦ୍ଧାର ଓ ସହାୟତା ପ୍ରଦାନ ଏହି ଶିବିରର ମୁଖ୍ୟ ଲକ୍ଷ୍ୟ ଅଟେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓସ୍ଡମାର ମୁଖ୍ୟ ପରିଚାଳକ ଶ୍ରୀ ପ୍ରଦିପ ନାୟକ ଏବଂ ସମ୍ମାନିତ ଅତିଥି ଭାବେ ଓଡିଶା ରେଡକ୍ରସର ଅବୈତନିକ ସଚିବ ମେଜର ଡଃ କଳ୍ପନା ଦାସ ଓ ସାଧାରଣ ପରିଚାଳକ ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ । ଏହି ତାଲିମ ଶିବିରରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରୁ ପ୍ରାୟ ୩୦ ରୁ ଅଧିକ ଯୁବ ରେଡ଼କ୍ରସ ପରାମର୍ଶଦାତାମାନେ ଅଂଶଗ୍ରହଣ କରିଛନ୍ତି । ଉକ୍ତ ପ୍ରଶିକ୍ଷଣ ଶିବିରରେ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧିୟ ତଥ୍ୟ, ପ୍ରାଥମିକ ଚିକିତ୍ସା, ସନ୍ଧାନ ଓ ଉଦ୍ଧାର କୈାଶଳ, ପ୍ରାକୃତିକ ବିପର୍ଯ୍ୟୟ ତଥା ବଜ୍ରପାତ, ସାପ କାମୁଡା, ବନ୍ୟା, ବାତ୍ୟା, ସୁନାମି,ଭୁମିକମ୍ପର ସୁରକ୍ଷା ଓ ଉପାୟ ରେ, ମହାବିଦ୍ୟାଳୟ ସ୍ତରରେ ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା, ସଡକ ସୁରକ୍ଷା ଓ ଅଗ୍ନି ନିର୍ବାହ ଶିକ୍ଷା ଆଦି ଉପରେ ଓସ୍ଡମା, ଓଡ୍ରାଫ, ସିଭିଲ ଡିଫେନ୍ସ, ଓଡିଶା ଫାୟାର ଓ ଡିଯାଷ୍ଟର ରେସ୍ପୋନ୍ସ ଏକାଡେମୀ, ଷ୍ଟେଟ ରୋଡ ସେଫ୍ଟି ସୋସାଇଟି ଓ ରେଡକ୍ରସର ବିଭିନ୍ନ ଦକ୍ଷ ବ୍ୟକ୍ତିମାନେ ଆସି ପ୍ରଶିକ୍ଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ ଶ୍ରୀ ପ୍ରଶାନ୍ତ ନାୟକ, ସାଧାରଣ ପରିଚାଳକ, ଭୋଳାନାଥ ମିଶ୍ର, ସୁତନୁ ଠାକୁର ପ୍ରମୁଖ ଯୋଗଦେଇଥିଲେ । ଏହି ପାଂଚ ଦିନ ଧରି ଚାଲିଥିବା କାର୍ଯ୍ୟକ୍ରମକୁ ରେଡକ୍ରସର ସଂଯୋଜିକା ସୁମିତ୍ରା ତ୍ରିପାଠୀ ପରିଚାଳନା କରିଥିଲେ ଏବଂ ଓସ୍ଡମାର ରାଜ୍ୟ ପ୍ରକଳ୍ପ ଅଧିକାରୀ, ଗୈ÷ାରୀଶଙ୍କର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
image