Hindusthan Samachar
Banner 2 सोमवार, दिसम्बर 10, 2018 | समय 11:30 Hrs(IST) Sonali Sonali Sonali Singh Bisht

ଚାଷୀଙ୍କୁ ସୁରକ୍ଷା ଭର୍ତା ପ୍ରସଙ୍ଗରେ ସରକାରଙ୍କ ପ୍ରତାରଣା ପ୍ରତିବାଦରେ ଗଣଧାରଣା

By HindusthanSamachar | Publish Date: Dec 8 2018 8:26PM
ଚାଷୀଙ୍କୁ ସୁରକ୍ଷା ଭର୍ତା ପ୍ରସଙ୍ଗରେ ସରକାରଙ୍କ ପ୍ରତାରଣା ପ୍ରତିବାଦରେ ଗଣଧାରଣା
ଧର୍ମଶାଳା,୮ନଭେମ୍ବର(ହି.ସ.) - ନବ ନିର୍ମାଣ କୃଷକ ସଂଗଠନର ପ୍ରାଇସ୍,ପ୍ରେଷ୍ଟିଜ୍ ଓ ପେନସନ ଆନ୍ଦୋଳନର ବିଗତ ସପ୍ତାହ ବ୍ୟାପି ପଦଯାତ୍ରାର ଶେଷ ଦିବସରେ ସରକାର ଏକ ମନ୍ତ୍ରୀ ସ୍ତରୀୟ କମିଟି ଘୋଷଣା କରି ଚାଷୀ ସୁରକ୍ଷା ଭର୍ତା ପାଇବା ଦିଗରେ ଏକ ଆଶା ସଂଚାର କରିଥିଲେ । ମାତ୍ର ୭ା୧୨ା୨୦୧୮ରେ ଉକ୍ତ କମିଟି ଏହି ବୈଠକରେ ଚାଷୀ ସୁରକ୍ଷାଭର୍ତା ପାଇଁ କୌଣସି ଆଲୋଚନା ହେଲା ନାହିଁ । ଏହି ପ୍ରସଙ୍ଗରେ ସଂଗଠନ ପ୍ରତିଷ୍ଠାତା ଅକ୍ଷୟ କୁମାରଙ୍କ ଅନଶନକୁ ସମର୍ଥନ ଜଣାଇ ଏକ ଗଣଧାରଣା ଯାଜପୁର ଜିଲା ରସୁଲପୁର ବ୍ଲକ ମଙ୍ଗରାଜପୁର ପଂଚାୟତ ଖଣ୍ଡାସଠାରେ ଜନାର୍ଦ୍ଦନ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସହ-ସଂଯୋଜକ ନିମାଇଁ ଚରଣ ରାୟ ଯୋଗଦେଇ ଚାଷୀର ହକ୍ ପାଇବାରେ ରାଜ୍ୟ ସରକାରଙ୍କ ଇଚ୍ଛାଶକ୍ତିର ଘୋର ଅଭାବ ରହିଛି ଓ ଚାଷୀ ଆଜି ଦଳମତ ନିର୍ବିଶେଷରେ ସଂଗଠନରେ ଆଗୁଆ ଭୂମିକା ନେଇଥିବାରୁ ଏହା ଚାଷୀକୁଳ ପାଇଁ ଶୁଭଙ୍କର ବୋଲି ମତ ପ୍ରକାଶ କରିଥିଲେ । ଅନ୍ୟ ଅତିଥିଭାବେ ବ୍ଲକ ସଂଯୋଜକ ମୁକୁନ୍ଦଦେବ ମହାନ୍ତି, ଆବାହକ ବିଶ୍ୱଭୂଷଣ ଶରଣ, ବିଜୟ ଶତପଥୀ ପ୍ରମୁଖ ଯୋଗଦେଇ ନିଜ ବକ୍ତବ୍ୟରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ଆଜିଠାରୁ ଆରମ୍ଭ ହୋଇଥବବା ଏହି ଗଣଧାରଣାରେ ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ୧୦ ତାରିଖ ଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଓ ସତ୍ୟାଗ୍ରହ କରାଯିବବୋଲି ଏହି ଗଣଧାରଣାରେ ନିସ୍ପତି ନିଆଯାଇଛି । ସ୍ଥାନୀୟ ଅଂଚଳରୁ ଶତାଧିକ ଚାଷୀ ଉପସ୍ଥିତ ରହିଥିଲେ । ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ବୀଣାପାଣି .......................................
image