Hindusthan Samachar
Banner 2 सोमवार, दिसम्बर 10, 2018 | समय 12:06 Hrs(IST) Sonali Sonali Sonali Singh Bisht

୩୫ତମ ରାଜ୍ୟସ୍ତରୀୟ ସତ୍ୟସାଇ କ୍ରିକେଟ ଉଦଘାଟିତ

By HindusthanSamachar | Publish Date: Dec 8 2018 8:27PM
୩୫ତମ ରାଜ୍ୟସ୍ତରୀୟ ସତ୍ୟସାଇ କ୍ରିକେଟ ଉଦଘାଟିତ
ଧର୍ମଶାଳା, ୦୮ ଡିସେମ୍ବର(ହି.ସ.) - ଯାଜପୁର ବ୍ଲକ ଝାଲପଡ଼ା ପଂଚାୟତ ଅନ୍ତର୍ଗତ କାକୁଡ଼ିକୁଦ ସତ୍ୟସାଇଖେଳ ପଡ଼ିଆରେ ୩୫ତମ ରାଜ୍ୟସ୍ତରୀୟ ସତ୍ୟସାଇ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ ହୋଇଯାଇଛି । ସତ୍ୟସାଇ ଉଚ୍ଚ ବିଦ୍ୟାଳୟର ପୂର୍ବତନ ଖେଳ ଶିକ୍ଷକ ପତିତ ପାବନ ସାମଲ ପ୍ରତିଯୋଗିତାକୁ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଅନ୍ୟ ଅତିଥିଭାବେ ଝାଲପଡ଼ା ସରପଂଚ ନିର୍ମଳ ସାମଲ ଓ ସମିତି ସଭ୍ୟାଙ୍କ ପ୍ରତିନିଧି ସୁରେନ୍ଦ୍ର ସାହୁ ଯୋଗ ଦେଇଥିଲେ । ଏହି ଉଦଘାଟନ ମ୍ୟାଚରେ ଇଲେଭେନ ଷ୍ଟାର ସୁଜନପୁରକୁ ହରାଇ ଆଂଚଳିକ ଯୁବ ପରିଷଦ ପଂଚୁପାଣ୍ଡବ ବିଜୟ ଲାଭ କରିଛି । ଇଲେଭେନଷ୍ଟାର ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ଉଇକେଟ ହରାଇ ୧୫୩ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଗିରିଜା ରାଉତ ସର୍ବାଧିକ ୫୫ ଓ ସତ୍ୟନାରାୟଣ ସାମଲ ୨୨ ରନ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ବୋଲର ରାଜେଶ ପାତ୍ର ଓ ରାକେଶ ପାତ୍ର ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ଜବାବରେ ପଂଚୁପାଣ୍ଡବ ୧୮.୨ ଓଭରରେ ୩ ଉଇକେଟ ହରାଇ ୧୫୪ ରନ ସଂଗ୍ରହ କରି ବିଜୟ ଲାଭ କରିଛି । ଦଳ ପକ୍ଷରୁ ପ୍ରଶାନ୍ତ ନାୟକ ୫୦ ଓ କମଳାକାନ୍ତ ନାୟକ ୫୦ ରନ କରିଥିଲେ । ବିପକ୍ଷ ଦଳର ବୋଲର ଜୟନ୍ତ ଦାସ ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ । ଆଜିର ଖେଳରେ କମଳାକାନ୍ତ ନାୟକଙ୍କୁ ଶ୍ରେଷ୍ଠ ଖେଳାଳିଭାବେ ପୁରସ୍କୃତ କରାଯାଇଥିଲା । ଖେଳକୁ ପ୍ରିୟନାଥ ରାଉତ ଓ ଉକ୍ରଳ ଜେନା ପରିଚାଳନା କରିଥିଲେ । ଭାଷ୍ୟକାର ସରୋଜ ପଟ୍ଟନାୟକ ସ୍କୋରର ଚିନ୍ମୟ ଦଳାଇ, ସରୋଜ ଜେନା ପ୍ରମୁଖ ସହଯୋଗ କରିଥô୍ଲେ । କ୍ରିକେଟ୍ କ୍ଲବର ନିରଂଜନ ଦାସ,ରତିକାନ୍ତ ରାଉତ,ଦିଲ୍ଲିପ୍ ଜେନା, ରଂଜିତ ନାୟକ, ସୁକଦେବ ବିଶ୍ୱାଳ, ଆଲୋକ ବିଶ୍ୱାଳ, ନିରଂଜନ ଗନ୍ତାୟତ, ହେମନ୍ତ କୁମାର ସାହୁ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା କାଲି ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚ ସ୍କାନ୍ ସ୍ପୋଟିଂ ଭୁବନେଶ୍ୱର ଓ ବିଶ୍ୱଭାରତୀ କଟକ ମଧ୍ୟ ମ୍ୟାଚ ଖେଳାଯିବବୋଲି ଆୟୋଜକ ପ୍ରକାଶ କରିଛନ୍ତି । ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ବୀଣାପାଣି .......................................
image