Hindusthan Samachar
Banner 2 सोमवार, दिसम्बर 10, 2018 | समय 03:33 Hrs(IST) Sonali Sonali Sonali Singh Bisht

ମହାକାଳପଡ଼ାରେ ବୃହତ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

By HindusthanSamachar | Publish Date: Dec 8 2018 8:22PM
ମହାକାଳପଡ଼ାରେ ବୃହତ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
କେନ୍ଦ୍ରାପଡ଼ା, ୦୮ ଡିସେମ୍ବର(ହି.ସ.) - କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ପେଟଛେଲା ପଂଚାୟତର ସରୁମୁହିଁ କୋଚିଲା ପଡିଆ ଠାରେ ବସୁଧା ଯୋଜନା ଦ୍ୱାରା ରାଜ୍ୟର ଅନ୍ୟତମ ବ୍ୟୟ ବହୁଳ ୨୪୧ କୋଟି ଟଙ୍କାର ବୃହତ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ ଶନିବାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟାନାୟକଙ୍କ ଦ୍ୱାରା ଅନୁଷ୍ଠିିତ ହୋଇଯାଇଛି । ଏହି ଶିଳାନ୍ୟାସ ସମାରୋହରେ ମହାକାଳପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସଭାପତିତ୍ୱ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପଂଚାୟତରାଜ, ପାନୀୟ ଜଳ, କୃଷି, ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ପ୍ରଦିପ ମହାରଥୀ, ରାଜ୍ୟସଭା ସାଂସଦ ପ୍ରତାପ କେଶରୀ ଦେବ, ପାଟକୁରା ବିଧାୟକ ଦେବ ପ୍ରକାଶ ଅଗ୍ରୱାଲ, କେନ୍ଦ୍ରାପଡା ବିଧାୟକ, କିଶୋର ଚନ୍ଦ୍ର ତରାଇ, ପଂଚାୟତରାଜ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିତ ଦେଓରଞ୍ଜନ କୁମାର ସିଂ, ଅତିରିକ୍ତ ଶାସନ ସଚିବ ରୂପା ମିଶ୍ର, ପାନୀୟ ଜଳ ଯୋଗାଣର ମୁଖ୍ୟ ଇଞ୍ଜିନିୟର, ଜିଲ୍ଲାପାଳ ଦାଶରଥୀ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ପାନୀୟ ଜଳ ଯୋଗାଣ ଦ୍ୱାରା ମହାକାଳପଡା ଏବଂ ମାର୍ଶାଘାଇ ବ୍ଲକର ୩୬ଟି ପଂଚାୟତର ୨୦୦ ଗ୍ରାମର ପ୍ରାୟ ଅଢେଇ ଲକ୍ଷ ଲୋକ ଏହି ବିଶୁଦ୍ଧ ପାନୀୟ ଜଳ ପାଇ ପାରିବେ । ଏହା ସହ ରାଜ୍ୟର ବିକାଶ ସହ ମହାକାଳପଡାର ବିକାଶ ମଧ୍ୟ ଅବ୍ୟାହତ ରହିବ । ପ୍ରାୟ ୩୦ ହଜାର ଜନ ସାଧାରଣଙ୍କ ସମାବେଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟାନାୟକ ଭାବବିହ୍ୱୋଳ ହୋଇ ଉପସ୍ଥିତ ଜନତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହାସହ ଏହା ଆପଣମାନଙ୍କ ପଇସାରେ ଆପଣମାନଙ୍କ ପାଇଁ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି ବୋଲି ବକ୍ତବ୍ୟ ରଖିଥିଲେ । ମହାକାଳପଡ଼ା ବ୍ଲକର ମତ୍ସ୍ୟଜୀବି ଓ ବଙ୍ଗଭାଷୀ ପରିବାରର ପାନୀୟ ଜଳ ଯୋଗାଣ ସମସ୍ୟା ଦୂର ହୋଇପାରିବ ବେଲି ମନ୍ତ୍ରୀ ଶ୍ରୀ ମହାରଥି ତାଙ୍କ ଭାଷଣରେ ଆଲୋକପାତ କରିଥିଲେ । ୨ ଶହ ୪୧ କୋଟି ଟଙ୍କାର ଏହି ବୃହତ ପ୍ରକଳ୍ପ ଓଡିଶାର ୨ୟ ବୃହତ ପ୍ରକଳ୍ପ ବୋଲି ରାଜ୍ୟ ସଭା ସାଂସଦ ପ୍ରତାପ ଦେବ ପ୍ରକାଶ କରିଥିଲେ । ମହାକାଳପଡା ନିର୍ବାଚନ ମଣ୍ଡଳୀରେ ଆହୁରି ଅନେକ ପ୍ରକଳ୍ପ ୨୦୦୦ ମସିହା ଠାରୁ ୨୦୧୮ ମସିହା ମଧ୍ୟରେ ମହାକାଳପଡା ଠାରେ ପ୍ରତିଷ୍ଠା ହୋଇଛି । ଆଗକୁ ଆହୁରି ମଧ୍ୟ ବିକାଶର ଧାରା ଏହି ଅଂଚଳରେ ଜାରି ରହିବ ବୋଲି ମହାକାଳପଡାର ବିଧାୟକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ତାଙ୍କ ଅଭିଭାଷଣରେ ମତବ୍ୟକ୍ତି କରିଥିଲେ । ସୂଚନା ଯୋଗ୍ୟ ୯୬୪ କିଲୋ ମିଟର ଲମ୍ବ ପାଇପ ଲାଇନ ଦ୍ୱାରା ପ୍ରାୟ ୨ ଶହ ଗାଁକୁ ପାନୀୟ ଜଳ ଯୋଗାଇ ଦିଆଯିବ । ଏଥିପାଇଁ ଲୁଣା ନଦୀର ମାଣତିର ଓ ଚିତ୍ରୋତ୍ପଳା ନଦୀର ତାଳସଂଗା ଟାରେ ନଦୀ ଜଳ ଉତ୍ସରୁ ଜଳ ବିଶୁଦ୍ଧ କରାଯାଇ ଯୋଗାଣ କରାଯିବାର ବ୍ୟବସ୍ଥା ରହିଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ଜିଲ୍ଲା ବିଜେଡି ସଭାପତି ଧୃବ ସାହୁ, କାର୍ଯ୍ୟକାରୀ ସଭାପତି ଦୁର୍ଗାଶିଷ ମହାନ୍ତି, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲିପ ପରିଡା, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମ ବନ୍ଧୁ ଧଳ, ଡେରାବିଶ ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ସାହୁ, ମାର୍ଶାଘାଇ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସଞ୍ଜୟ କୁମାର ଲେଙ୍କା ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡିର ବରିଷ୍ଠ ନେତା ତଥା ସମବାୟବିତ ପ୍ରମୋଦ କୁମାର ସାହୁ, ରାଜେଶ କୁମାର ପଣ୍ଡା, ହିରଣ୍ୟ କୁମାର ପଣ୍ଡା, ଆଲୋକ ସାହୁ, ଦେବଦାସ ମହାନ୍ତି ପ୍ରମୁଖଙ୍କ ସହିତ ବହୁ ନେତୃସ୍ଥାନୀୟ ବ୍ୟକ୍ତି ଉପସ୍ଥିତ ଥିଲେ । କେନ୍ଦ୍ରାପଡା ଜିଲ୍ଲାପାଳ ଦାଶରଥୀ ଶତପଥି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି .......................................
image