Hindusthan Samachar
Banner 2 सोमवार, दिसम्बर 10, 2018 | समय 12:11 Hrs(IST) Sonali Sonali Sonali Singh Bisht

କେନ୍ଦ୍ରାପଡ଼ାରେ ଲୋକ ଅଦାଲତ, ଦେଢ଼ କୋଟି ଟଙ୍କା ଆଦାୟ

By HindusthanSamachar | Publish Date: Dec 8 2018 8:22PM
କେନ୍ଦ୍ରାପଡ଼ାରେ ଲୋକ ଅଦାଲତ, ଦେଢ଼ କୋଟି ଟଙ୍କା ଆଦାୟ
କେନ୍ଦ୍ରାପଡ଼ା, ୦୮ ଡିସେମ୍ବର(ହି.ସ.) - ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ସ୍ଥାନୀୟ ଅଦାଲତ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ବିଭିନ୍ନ ମାମଲାରେ ସମାଧାନ କରାଯାଇ ପ୍ରାୟ ଦେଢ କୋଟି ଟଙ୍କା ଆଦାୟ କରାଯାଇଛି । ଫୌଜଦାରୀ, ବ୍ୟାଙ୍କ, ଜମିଜମା, ରାଜସ୍ୱ ଆଦି ମାମଲା ଗୁଡିକ ମଧ୍ୟରେ ୬୬୪ଟି ମାମଲା ପଞ୍ଜିକୃତ ହୋଇଥିଲା । ସେଥି ମଧ୍ୟରୁ ୧୩୩ଟି ମାମଲା ଫଇସଲା କରାଯାଇ ୧ କୋଟି ୬୫ ଲକ୍ଷ ୧୧ ହଜାର ୭୩୩ ଟଙ୍କା ଆଦାୟ କରାଯାଇଛି । ଏହି ରାଷ୍ଟ୍ରିୟ ଲୋକ ଅଦାଲତକୁ ମାନ୍ୟବର ଜିଲ୍ଲା ଦୌରାଜଜ୍ ବାସୁଦେବ ପଣ୍ଡା, ମାନ୍ୟବର ପରିବାର ଅଦାଲତ ଜଜ୍ ରେଖା ପ୍ରସାଦ, ଆଡିସନାଲ ଜିଲ୍ଲା ଦୌରାଜଜ୍ ପ୍ରଜ୍ଞା ପାଣିଗ୍ରାହୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ରାଜକୁମାର ଦାସ, ସିଭିଲ ଜଜ୍ ଜ୍ଞାନରଞ୍ଜନ ପଟ୍ଟନାୟକ, ରେଜିଷ୍ଟାର ବିଶ୍ୱ ରଞ୍ଜନ ବେହେରା, ଆଡିସନାଲ ସିନିୟର ଜଜ୍ ପଦ୍ମ ଲୋଚନ ବଡଜେନା, ମାନ୍ୟବର ଏସଡିଜେଏମ ନିହାର ରଞ୍ଜନ ସାହୁ, ମାନ୍ୟବର ଜଜ୍ ସୋନାଲ ଶର୍ମା, ଜେଏମଏଫସି ଜଜ୍ ବିଶ୍ୱ ଦିପକ ସାହୁ, ଜେଏମଏସସି ପ୍ରିତିଶ କୁମାର ରଥ, ମିସ ସାଲୋମି ସାହୁ ପ୍ରମୁଖ ଏହି ଲୋକ ଅଦାଲତକୁ ପରିଚାଳନା କରିଥିଲେ । ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି .......................................
image