Hindusthan Samachar
Banner 2 सोमवार, दिसम्बर 10, 2018 | समय 02:44 Hrs(IST) Sonali Sonali Sonali Singh Bisht

ଚାଷୀ ପେନସନ ଦାବିରେ ଅକ୍ଷୟ କୁମାରଙ୍କ ଅନଶନ ସପ୍ତମ ଦିନରେ

By HindusthanSamachar | Publish Date: Dec 8 2018 8:22PM
ଚାଷୀ ପେନସନ ଦାବିରେ ଅକ୍ଷୟ କୁମାରଙ୍କ ଅନଶନ ସପ୍ତମ ଦିନରେ
ଭୁବନେଶ୍ୱର, ୦୮ ଡିସେମ୍ବର(ହି.ସ.) - ବହୁଳ ପ୍ରଚାରିତ ମନ୍ତ୍ରୀସ୍ତରୀୟ କମିଟି ବୈଠକ ଗତକାଲି କୃଷକମାନଙ୍କ କଲ୍ୟାଣ ପାଇଁ ଅନୁଷ୍ଠିତ ହୋଇଯାଇଥିଲେ ହେଁ ଏଥିରେ ଚାଷୀଙ୍କୁ ସୁରକ୍ଷା ଭତା, ବୋନସ କିମ୍ବା ଭାଗଚାଷୀଙ୍କ ସ୍ୱାର୍ଥ ରକ୍ଷା କାହାର ସ୍ୱାର୍ଥ ନେଇ ନିର୍ଦ୍ଦିଷ୍ଟ ନିଷ୍ପତି ଆଲୋଚନା ହୋଇନାହିଁ । ଅସଲି ଚାଷୀ ସଂଗଠନମାନେ ଏହି ବୈଠକକୁ ପ୍ରତ୍ୟାଖ୍ୟାନ କରିଥିଲେ ହେଁ କେବଳ ନିଜର ମୁଖଲଜ୍ଜା ଓ ସରକାରକୁ ବଂଚାଇବା ପାଇଁ ଏହି ମନ୍ତ୍ରୀସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଛି ବୋଲି ନବ ନିର୍ମାଣ ସଂଗଠନ ପକ୍ଷରୁ ଏକ ପ୍ରେସ୍ ବିବୃତିରେ କୁହାଯାଇଛି । ସଂଗଠନ ପକ୍ଷରୁ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଓ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଅଭିଯୋଗ କରିଛନ୍ତି ଯେ, ଏହି ବୈଠକ ସରକାରୀ ପ୍ରାୟୋଜିତ ଏକ ଫାର୍ସ ବୋଲି ଯେଉଁ ଆଶଙ୍କା କରୁ୍ଥିଲେ ତାହା ସତ୍ୟରେ ପରିଣତ ହୋଇଛି । ମନ୍ତ୍ରୀସ୍ତରୀୟ ବୈଠକରେ ଚାଷୀ ପେନସନ ପାଇଁ ଜଣେ ପୂର୍ବତନ ବିଧାୟକ ଓ ଅର୍ଥନୀତିଜ୍ଞ ଦାବି କରିଥିଲେ ହେଁ ମନ୍ତ୍ରୀମାନେ ଏହାକୁ ଏଡ଼ାଇ ଯାଇଥିଲେ । ଜଣେ କୃଷି ବିଶେଷଜ୍ଞ ଓଡ଼ିଶାର କୃଷି ବକାଶର ଅସଲ ଚିତ୍ର ଉପସ୍ଥାପନ କଲାବେଳେ ତାଙ୍କୁ ପ୍ରସ୍ତାବ ଲେଖିଦେବାକୁ କୁହାଯାଇଥିଲା । ଅନ୍ୟମାନେ ସାରୁଆଳୁ ଆଲୋଚନାରେ ଏହି ଆଲୋଚନାକୁ ସମାପ୍ତ କରିଥିଲେ । ଚିରାଚରିତ ଢଙ୍ଗରେ ଆଉଥରେ ବୈଠକ ଡ଼କାଯିବ ବୋଲି ଘୋଷଣା କରାଯାଇଥିଲା । ଅନ୍ୟ ପକ୍ଷରେ ନିଜର କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଚାଷୀ ପେନସନ ପାଇଁ ଚଳାଇଥିବା ଅନଶନ ଆଜି ସପ୍ତମ ଦିନରେ ପହଂଚି ଥିଲାବେଳେ ସରକାର କିମ୍ବା ଶାସକ ଦଳ ତରଫରୁ ଏପର୍ଯ୍ୟନ୍ତ କେହି ଶ୍ରୀ କୁମାରଙ୍କୁ ଭେଟି ନାହାଁନ୍ତି । ଅନ୍ୟପଟେ ଓୟୁଏଟିର ଅବସରପ୍ରାପ୍ତ ଡିନ ତଥା ସ୍ତମ୍ଭକାର ଦିବାକର ନାୟକ ଆଜି ଅକ୍ଷୟ କୁମାରଙ୍କୁ ଭେଟି ନୈତିକ ସମର୍ଥନ ଜଣାଇଛନ୍ତି । ଏହାବାଦ ପ୍ରମୁଖ ରାଜନୈତିକ ଦଳର ଛାମୁଆ କର୍ମୀ, ସାମାଜିକ କର୍ମୀ ଓ ଯୁବ ଛାତ୍ରନେତାମାନେ ଶ୍ରୀ କୁମାରଙ୍କ ସହ ସାକ୍ଷାତ କରି ସମର୍ଥନ ଜଣାଇଛନ୍ତି । ହିନ୍ଦୁସ୍ଥାନ ସମାଚାର/ବୀଣାପାଣି .......................................
image