Hindusthan Samachar
Banner 2 सोमवार, दिसम्बर 10, 2018 | समय 02:53 Hrs(IST) Sonali Sonali Sonali Singh Bisht

ଡମଶାଳ ହାଇସ୍କୁଲ ୧୯୯୮ ମାଟ୍ରିକ ବ୍ୟାଚର ବନ୍ଧୁମିଳନ

By HindusthanSamachar | Publish Date: Dec 8 2018 8:23PM
ଡମଶାଳ ହାଇସ୍କୁଲ ୧୯୯୮ ମାଟ୍ରିକ ବ୍ୟାଚର ବନ୍ଧୁମିଳନ
ଭୁବନ, ୦୮ ଡିସେମ୍ବର(ହି.ସ.) - ଭୁବନ ବ୍ଲକ ଅନ୍ତର୍ଗତ ଡମଶାଳ ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୯୮ ମାଟ୍ରିକ ବ୍ୟାଚର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଡମଶାଳ ନଦୀକୂଳରେ ଅନୁଷ୍ଠିତ ହୋଇଯାଇଛି । ସୁଦାମ ଚରଣ ରଣା, ମଳୟ ରଂଜନ ନନ୍ଦ, କେଶବ ଚନ୍ଦ୍ର ଦାସ, ଗୟାଧର ନାୟକ, ରବିନ୍ଦ୍ର ମୁର୍ମୁ, ଛୋଟରାୟ ବାସ୍କେ, ଶିବ ପ୍ରସାଦ ମିଶ୍ର, ମିଲିବାଳା ଷଣ୍ଢ, ଜୟନ୍ତି ଦାସ, ରଂଜୁବାଳା ମହାନ୍ତ ପ୍ରମୁଖ ୩୮ ଜଣ ପୁରାତନ ଛାତ୍ରଛାତ୍ରୀ ଏହି ବନ୍ଧୁ ମିଳନରେ ଏକତ୍ରିତ ହୋଇ ପରସ୍ପର ର ବୃତି,ଜୀବିକା,ପରିବାର ସଂପର୍କରେ ସୁଖଦୁଃଖ ଆଲୋଚନା କରିବା ସହିତ “ଆସ ପୁଣି ଥରେ ସେଇ ପିଲା ଦିନକୁ ଫେରିଯିବା” ଶୀର୍ଷକ ସମ୍ବନ୍ଧରେ ସ୍କୁଲ ଜୀବନ ର ଅଭୁଲା ସ୍ମୃତିକୁ ମନେପକାଇଥିଲେ । ଏହି ଅବସରରେ ଡମଶାଳ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ତ୍ରିଲୋଚନ ସାହୁଙ୍କ ସମେତ ନାରାୟଣ ପଣ୍ଡା, ପତିତପାବନ ଚୌଧୁରୀ, ବେଣୁଧର ମହାନ୍ତ, ରବିନାରାୟଣ ପଣ୍ଡା, ଅନିରୁଦ୍ଧ ଦାସ ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ ସହିତ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଭଳି କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଂଚଳରେ ଭୂରିଭୂରି ପ୍ରଶଂସା କରାଯାଉଛି । ହିନ୍ଦୁସ୍ଥାନ ସମାଚାର/ସୁଶାନ୍ତ/ବୀଣାପାଣି .......................................
image