Hindusthan Samachar
Banner 2 सोमवार, दिसम्बर 10, 2018 | समय 04:21 Hrs(IST) Sonali Sonali Sonali Singh Bisht

ବିଜେଡି ଲାଗି ଅଡୁଆ ବଢୁଛି : ଜିଲାରେ ଏଥର ନୂଆ ମୁହଁ ଅପେକ୍ଷାରେ ଭୋଟର

By HindusthanSamachar | Publish Date: Dec 8 2018 8:23PM
ବିଜେଡି ଲାଗି ଅଡୁଆ ବଢୁଛି : ଜିଲାରେ ଏଥର ନୂଆ ମୁହଁ ଅପେକ୍ଷାରେ ଭୋଟର
ଭଦ୍ରକ, ୮ ଡିସେମ୍ବର (ହି.ସ.) - ଆଗକୁ ନିର୍ବାଚନ । ସହର ଠାରୁ ଆରମ୍ଭ କରି ଗାଁ ଗଣ୍ଡାରେ ଅନୁଭୂତ ହେଲାଣି ରାଜନୈତିକ ଉଷ୍ମତା । ଚା ଖଟିରୁ ଆରମ୍ଭ କରି ବୁଦ୍ଧିଜୀବୀ ମହଳରେ ଆରମ୍ଭ ହେଲାଣି ରାଜନୈତିକ ଅବଗଣନା । ନେତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳଙ୍କୁ ନେଇ ଚାଲିଲାଣି ଆଳୋଚନା ପର୍ଯ୍ୟାଲୋଚନା । ଆଗାମୀ ନିର୍ବାଚନରେ କିଏ ସରକାର ଗଢିବ କିଏ ପ୍ରତିଦ୍ୱନ୍ଦିତାରେ ରହିବ, କିଏ ଦୌଡରୁ ବାଦ୍ ପଡିବ, ତାକୁ ନେଇ ସରଗରମ ହେଲାଣି ରାଜନୈତିକ ବାତାବରଣ । ଏହି ଆଲୋଚନା ଏବଂ ପର୍ଯ୍ୟାଲୋଚନା ମଧ୍ୟରେ ନୂଆ ପୁରୁଣାଙ୍କୁ ନେଇ ଜୋର ଧରିବାକୁ ଲାଗିଳାଣି ଚର୍ଚ୍ଚା । ବିଶେଷକରି ଶାସକ ବିଜେଡିରେ ନୂଆ ପୁରୁଣାଙ୍କୁ ନେଇ ଦିନକୁ ଦିନ ବଢିବାରେ ଲାଗିଛି ଅଡୁଆ । ଭଦ୍ରକ ଜିଲାର ସବୁଠାରୁ ସମ୍ମାନ ଜନକ ଭଦ୍ରକ ବିଧାନସଭା ଆସନରୁ ଏଥର ବିଧାୟକ ଯୁଗଳ ପଟ୍ଟନାୟକଙ୍କ ପରିବର୍ତେ ତାଙ୍କ ପୁଅ ଅସିତ ପଟ୍ଟନାୟକ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଚାଲିଥିଲେ ମଧ୍ୟ ଦିନକୁ ଦିନ ଆଶାୟୀଙ୍କ ତାଲିକା ଲମ୍ବିବାରେ ଲାଗିଛି । ବିଧାୟକଙ୍କ ସମର୍ଥକ ମାନେଏଥିନେଇ ବେଶ୍ ଆଶାବାଦୀ ରହିତବବାବେଳେ ନୂଆ ମୁହଁ ଖୋଜୁଛନ୍ତି ଭୋଟର । ଗତ ଦୁଇପାଳି ଧରି ଏହି ଆସନରୁ ଦୂରେଇ ଯାଇଥିବା ଦଳର ଅନ୍ୟତମ ବରିଷ୍ଠ ନେତା ତଥା ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ଏଥର ଭଦ୍ରକରୁ ନିର୍ବାଚନ ଲଢାଇବାକୁ ଦଳର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପକ୍ଷରୁ ଯୋରଦାର ଲବି ଆରମ୍ଭ ହୋଇଥିବାବେଳେ ଆଉ କିଛି ପୂର୍ବତନ ଜିଲା ପରିଷଦ ସଭାପତି ଯୁବନେତା ଜଗନ୍ନାଥ ସ୍ୱାଇଁଙ୍କୁ ଦଳୀୟ ପ୍ରାର୍ଥୀ କରିବାକୁ ମସୁଧା ଚଳାଇଛନ୍ତି । ସେହିଭଳି ଏହି ଦୌଡରେ ଅନ୍ୟତମ ଯୁବନେତା ତଥା ପୂର୍ବତନ ବିଧାୟକ ମାନସ ମଲ୍ଲିକଙ୍କ ଭାଇ ସଂଜୀବ ମଲ୍ଲିକଙ୍କୁ ଏଥର ଦଳୀୟ ପ୍ରାର୍ଥୀ କରିବାକୁ ଲବି କଲେଣି । ସେହିଭଳି ଏମାନଙ୍କୁ ଛାଡି ପୂର୍ବତନ ବିଧାୟକ ରତ୍ନାକର ମହାନ୍ତିଙ୍କ ପୁଅ ସ୍ଥାନୀୟ ନେତୃତ୍ୱକୁ ପ୍ରସଙ୍ଗ କରି ଏଥର ଏହି ଆସନରୁ ନିର୍ବାଚନ ଲଢିବାକୁ ମନ ବଳାଇଛନ୍ତି । କେବଳ ଅଶୋକ ନୁହଁନ୍ତି ୩୩ ଭାଗ ମହିଳା ସଂରକ୍ଷଣ ବ୍ୟବସ୍ଥାକୁ ଆଖିରେ ରଖି ଦଳର ଅନ୍ୟତମ ନାରୀ ନେତ୍ରୀ ତଥା ଜିଲା ବିଜୁ ସ୍ମୃତି କମିଟିର ସଭାପତି ଅମିତାବାଳା ଆଚାର୍ଯ୍ୟ ମଧ୍ୟ ଏଥର ଏହି ଆସନରେ ନିର୍ବାଚନ ଲଢିବାକୁ ସଜବାଜ ହେଲେଣି । କେବଳ ଭଦ୍ରକ ବିଧାନସଭା ଆସନରେ ଏହା ଏକମାତ୍ର ଘଟଣାନୁହେଁ ଧାମନଗର ବିଧାନସଭା ଆସନରେ ମଧ୍ୟ ଶାସକ ବିଜେଡିର ଆସନ ଅବସ୍ଥା । ଦଳୀୟ ବିଧାୟକ ମୁକ୍ତିକାନ୍ତଙ୍କୁ ହଟାଇ ତାଙ୍କ ଜାଗରେ ନୂଆ ମୁହଁ ଦେବାକୁ ଦଳରେ ଲାଗିଛି ଜୋରଦାର ଲଢେଇ । ନୂଆମୁହଁ ଭାବେ ଭଦ୍ରକ ସାଂସଦ ଅର୍ଜୁନ ସେଠୀଙ୍କ ପୁଅ ଅଭିମନ୍ୟୁ ସେଠୀ ନଚେତ୍ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ଦଳୀୟ ପ୍ରାର୍ଥୀ କରିବାକୁ ଚାଲିଛି ରାଜନୈତିକ ଅବଗଣନା । ଏମାନଙ୍କ ଭିନ୍ନ ନିର୍ବାଚନ ମଣ୍ଡଳୀରେ ଆଉ କିଛି ନବାଗତ ମଧ୍ୟ ଦଳୀୟ ଟିକେଟ୍ ଆଶାୟୀ ରହିଛନ୍ତି । ସେହିଭଳି ଭଣ୍ଡାରିପୋଖରୀ ଆସନରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ବଦଳରେ ନବାଗତ ଉଦୟ, ନନ୍ଦ, ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ ନାୟକଙ୍କ ଭଳି ନେତାଙ୍କ ନାମ ଚର୍ଚ୍ଚାକୁ ଆସିଛି । ସେହିଭଳି ଚାନ୍ଦବାଲି ଆସନରେ ଦଳୀୟ ବିଧାୟକ ବ୍ୟୋମକେଶଙ୍କ ବଦଳରେ ପୂର୍ବତନ ବିଧାୟକ ବିଜୟ ନାୟକଙ୍କ ଭାଇ ତଥା ବରିଷ୍ଠ ବିଜେଡି ନେତା ଅଜୟ ନାୟକ, ପରିବେଶବିତ୍ ସଂଗ୍ରାମ ରାଉତ, ଏପରିକି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ହେଲେ ଏଠାରୁ ବିଜୁ ସ୍ମୃତି କମିଟିର ସଭାପତି ଅମିତାବଳା ପ୍ରମୁଖଙ୍କ ନାମ ଚର୍ଚ୍ଚାରେ ରହିଛି । ଏଥର ବିଜୟଶ୍ରୀଙ୍କ ପରିବର୍ତେ ତାଙ୍କ ପୁଅ ବିଷ୍ଣୁବ୍ରତ ନିର୍ବାଚନ ଲଢିବା ଏକ ପ୍ରକାର ଚୂଡାନ୍ତ ମନେ କରାଯାଉଛି । ତଥାପି ଏହି ଆସନରେ ଦୀର୍ଘବର୍ଷ ଧରି ଚାଲିଥିବା ରାଉତରାୟ ପରିବାର ରାଜନୀତିକୁ ଖୋଲାଖୋଲି ଭାବେ ବିରୋଧ କରୁନଥିଲେ ମଧ୍ୟ ଅନେକ ନାପସନ୍ଦ କରୁଥିବା ଚର୍ଚ୍ଚା ହେଉଛି । ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ବୀଣାପାଣି .......................................
image