Hindusthan Samachar
Banner 2 सोमवार, दिसम्बर 10, 2018 | समय 02:47 Hrs(IST) Sonali Sonali Sonali Singh Bisht

ଅଙ୍ଗନୱାଡି ସଂଘରୁ ଲକ୍ଷ୍ମୀପ୍ରିୟା ପାତ୍ରଙ୍କୁ ବହିଷ୍କାର ପ୍ରସଙ୍ଗ

By HindusthanSamachar | Publish Date: Dec 8 2018 8:24PM
ଅଙ୍ଗନୱାଡି ସଂଘରୁ ଲକ୍ଷ୍ମୀପ୍ରିୟା ପାତ୍ରଙ୍କୁ ବହିଷ୍କାର ପ୍ରସଙ୍ଗ
ଭଦ୍ରକ, ୮ ଡିସେମ୍ବର (ହି.ସ.) - ଅଲ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କର୍ସ ଆସୋସିଏସନର ଭଦ୍ରକ ବ୍ଲକ ସମ୍ପାଦିକା ଲକ୍ଷ୍ମୀପ୍ରିୟା ପାତ୍ରଙ୍କୁ ତାଙ୍କ ପଦରୁ ବହିଷ୍କାର କରାଯିବା ଘଟଣାକୁ ଆଜି ଭଦ୍ରକ ବ୍ଲକ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କର୍ସ ଆସୋସିଏସନ ପ୍ରତିବାଦ କରିବା ସହିତ ଏହା ଅନୈତିକ ବୋଲି କହିଛି । ଗତ ୨୮ ତାରିଖରେ ଆସୋସିଏସନର ଜିଲ୍ଳା ସମ୍ପାଦିକା ଜୟନ୍ତୀ ଜେନା ଏକ ପ୍ରେସ୍ ବିଜ୍ଞପ୍ତି ଯୋଗେ ରାଜ୍ୟ ସଂଘର ନିଷ୍ପତି ଅନୁଯାୟୀ ଭଦ୍ରକ ବ୍ଲକ ସମ୍ପାଦିକା ଲକ୍ଷ୍ମୀପ୍ରିୟା ପାତ୍ରଙ୍କୁ ବହିଷ୍କାର କରିଥିଲେ । ଏହାର ପ୍ରତିବାଦରେ ଆଜି ଆସୋସିଏସନର ଭଦ୍ରକ ବ୍ଲକ କର୍ମକର୍ତାଙ୍କର ଏକ ବୈଠକ ଭଦ୍ରକ ବିଏମ୍ଏସ୍ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଉପସ୍ଥିତ ଥିବା ଅଙ୍ଗନୱାଡି କର୍ମଚାରୀମାନେ ଏହି ବହିଷ୍କାରକୁ ତୀବ୍ର ପ୍ରତିବାଦ କରିଥିଲେ । ଜୟନ୍ତୀ ଜେନା ନିଜେ ଜିଲ୍ଳା ସମ୍ପାଦିକା ପଦରେ ନାହାନ୍ତି । ସେ ଗତ ମେ ମାସ ୧୧ ତାରିଖରୁ ତାଙ୍କ ପଦରୁ ଇସ୍ତଫା ଦେଇ ସାରିଛନ୍ତି । ପୁଣି ବ୍ଲକ ସଂଗଠନ ଉପରେ ରାଜ୍ୟ ସଂଗଠନର ସିଧା ସଳଖ ହସ୍ତକ୍ଷେପ ନିୟମ ବହିର୍ଭୁତ । ଏହା ବ୍ୟତୀତ ଯଦି ବ୍ଲକ ସମ୍ପାଦିକା ପାତ୍ର ସଂଗଠନ ବିରୋଧୀ କାର୍ଯ୍ୟ କରୁଛନ୍ତି ବୋଲି ଜିଲ୍ଲା ସଂଘ କିମ୍ବା ରାଜ୍ୟ ସଂଘ ଅନୁଭବ କରୁଛି, ତେବେ ଏ ନେଇ ପାତ୍ରଙ୍କୁ ସଂଗଠନ ପକ୍ଷରୁ କାହିଁକି ପଚରା ଗଲା ନାହିଁ କି କୈଫିୟତ ମଗାଗଲା ନାହିଁ ବୋଲି ବୈଠକରେ ପ୍ରଶ୍ନ କରାଯାଇଥିଲା । ବ୍ଲକର ସମସ୍ତ କର୍ମୀ ଲକ୍ଷ୍ମୀଙ୍କ ସମର୍ଥନରେ ଅଛନ୍ତି ଏବଂ ରହିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ପୁଣି ଶ୍ରୀମତୀ ପାତ୍ର ଆସୋସିଏସନର ଜିଲ୍ଲା ସଂଗଠନ ସମ୍ପାଦିକା ଅଛନ୍ତି । ଏପରିକି ତାଙ୍କୁ ବହିଷ୍କାର କରାଯିବା ନେଇ ଜିଲ୍ଲା ସଂଘ ଏବଂ ଭଦ୍ରକ ବ୍ଲକର ସେକ୍ଟର ଲିଡର ମାନଙ୍କ ସହିତ ଜୟନ୍ତୀ ଜେନା କୌଣସି ଆଲୋଚନା କରି ନ ଥିବା କର୍ମୀମାନେ କହିିଥିଲେ । ଯାହା ଫଳରେ ଉକ୍ତ ବହିଷ୍କାର ବୈଧ ନୁହେଁ । ତେଣୁ ଶ୍ରୀମତୀ ପାତ୍ର ପୂର୍ବରୁ ଯେଉଁଭଳି ସଂଗଠନ ସହିତ ଜଡିତ ଥିଲେ ସେହି ଭଳି ଅଛନ୍ତି ବୋଲି ବୈଠକରେ କୁହାଯାଇଛି । ଏହି ବୈଠକରେ ଶ୍ରୀମତୀ ପାତ୍ରଙ୍କ ସହିତ ବ୍ଲକ ସଭାନେତ୍ରୀ ସୀତା ପଣ୍ଡା, କୌଶଲ୍ୟା ରାଉତ, ଅନିତା ସେନାପତି, ମଞ୍ଜୁଲତା ବାରିକ, ଇତିଶ୍ରୀ ନାୟକ, ସଫିକା ଶେରାୱତ, ଶର୍ମିଷ୍ଠା ପାଣିଗ୍ରାହୀ, ସ୍ମିତା ମହାନ୍ତି, ଅନିତା ବିଶ୍ୱାଳ, ସତ୍ୟବତୀ ବେହେରା, ସ୍ୱର୍ଣ୍ଣ ଖୁଂଟିଆ, ରେଶ୍ମା ଖାତୁନ, ଗାୟତ୍ରୀ ପରିଡା, ଭାରତୀ ମହାନ୍ତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ । ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ବୀଣାପାଣି .......................................
image