Hindusthan Samachar
Banner 2 सोमवार, दिसम्बर 10, 2018 | समय 12:01 Hrs(IST) Sonali Sonali Sonali Singh Bisht

ବିଷ ଖାଇ ଯୁବକର ଆତ୍ମହତ୍ୟା ଅଭିଯୋଗ

By HindusthanSamachar | Publish Date: Dec 8 2018 8:24PM
ବିଷ ଖାଇ ଯୁବକର ଆତ୍ମହତ୍ୟା ଅଭିଯୋଗ
ନୂଆପଡ଼ା, ୦୮ ଡିସେମ୍ବର(ହି.ସ.) - ନୂଆପଡା ଜିଲ୍ଲା ବୋଡେନ ଥାନା ଅନ୍ତର୍ଗତ ଧରଣିମାଲ ଗ୍ରାମର ଜଣେ ଯୁବକ ବିଷ ଖାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ମତେ ବୋଡେନ ଥାନା ଧରଣିମାଲ ଗ୍ରାମର ଲଲିତ କଟା(୨୦) ସାମାନ୍ୟ ମାନସିକ ବିକୃତ ବ୍ୟକ୍ତିତ୍ୱ ଥିଲେ । ହେଲେ କୌଣସି କାରଣରୁ ସେ ଗତ ରାତ୍ରରେ ବିଷପାନ କରିଦେଇଥିଲେ । ପରିବାର ଲୋକେ ତାଙ୍କୁ ସାଙ୍ଗେ ସାଙ୍ଗେ ଖଡିଆଳ ଉପଖଣ୍ଡ ଚିକିତ୍ସାଲୟରେ ଭର୍ତି କରିଥିଲେ । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଏନେଇ ଖଡିଆଳ ପୋଲିସ ଅଭିଯୋଗ ପାଇବା ପରେ ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛନ୍ତି । ଖଡିଆଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବାବେଳେ ପୋଲିସ ଏଏସଆଇ ରେବତୀ ଦୁର୍ଗା ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ହିନ୍ଦୁସ୍ଥାନ ସମାଚାର/ହେମନ୍ତ/ବୀଣାପାଣି .......................................
image