Hindusthan Samachar
Banner 2 शुक्रवार, दिसम्बर 14, 2018 | समय 06:48 Hrs(IST) Sonali Sonali Sonali Singh Bisht

ଜିଲ୍ଲା ପ୍ରେସକ୍ଲବର ଉଦ୍ୟମ, ବାସନ୍ଦ ରୋଗୀଙ୍କୁ ଚିକିତ୍ସା ପାଇଁ ସ୍ଥାନାନ୍ତର

By HindusthanSamachar | Publish Date: Dec 8 2018 8:24PM
ଜିଲ୍ଲା ପ୍ରେସକ୍ଲବର ଉଦ୍ୟମ, ବାସନ୍ଦ ରୋଗୀଙ୍କୁ ଚିକିତ୍ସା ପାଇଁ ସ୍ଥାନାନ୍ତର
ନୂଆପଡ଼ା, ୦୮ ଡିସେମ୍ବର(ହି.ସ.) - ଶରୀରରେ ଚର୍ମ ରୋଗ ଦେଖାଦେବାରୁ ଜଣେ ମହିଳାଙ୍କୁ ତାଙ୍କର ସ୍ୱାମୀ କୁଷ୍ଠ ରୋଗ ହୋଇଥିବା ସନ୍ଦେହ କରି ଗତ ମାସରେ ବାସନ୍ଦ କରିଦେଇଥିବା ଜଣାପଡିବା ପରେ ହିରାକୁଦ କୁଲଥାନୀ ମେସିନେରୀ ଅଫ ଚ୍ୟାରିଟି ସଂସ୍ଥାରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ବିପିନ ବୀହାରୀ ପଣ୍ଡା ନୂଆପଡା ଜିଲ୍ଲା ପ୍ରେସକ୍ଲବ ସହିତ ଯୋଗାଯୋଗ କରି ପ୍ରେସ କ୍ଲବର ଉଦ୍ୟମରେ ଉକ୍ତ ମହିଳାଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି । ଅନ୍ୟପକ୍ଷରେ ଏହି ମହିଳାଙ୍କୁ କୁଷ୍ଠ ରୋଗ ହୋଇନଥିବାବେଳେ ତାଙ୍କୁ ଚର୍ମ ରୋଗ ହୋଇଥିବା ଡାକ୍ତରୀ ସୁତ୍ରରୁ ସୂଚନା ମିଳିଛି । ଏଥିରେ ହୀରାକୁଦର କୁଲଥାନୀ ମେସିନେରୀ ଅଫ ଚ୍ୟାରିଟି ସଂସ୍ଥାରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ବିପିନ ବୀହାରୀ ପଣ୍ଡା ଓ ତାଙ୍କ ଧର୍ମପତ୍ନି ସୁନନ୍ଦା ପଣ୍ଡା, ନୂଆପଡା ଜିଲ୍ଲା ପ୍ରେସକ୍ଲବ ସଭାପତି ଅଜିତ ପଣ୍ଡା, ସମ୍ପାଦକ ତପନ ରଞ୍ଜନ ଦାଶ, କୋଷାଧ୍ୟକ୍ଷ ପରମେଶ୍ୱର ବାରିକ, ମୁଖ୍ୟ ସଙ୍ଗଠକ ମୋତିଲାଲ ବାଗ, ପୂର୍ବତନ ଉପ ସଭାପତି ଚିତରଞ୍ଜନ ସିଂଦେଓ, ସଦସ୍ୟ ହେମନ୍ତ କୁମାର ବେହେରା, କୁନାଲ ଚରଣ ବେହେରା, କ୍ଷିରସିନ୍ଧୁ ଶଗରିଆ ପ୍ରମୁଖ ନେତୃତ୍ୱ ନେଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ନୂଆପଡା ଜିଲ୍ଲାର ଆଦିବାସୀ ବହୁଳ ବୋଡେନ ବ୍ଲକର କନକପୁର ଗାମର ହେମକାନ୍ତି ତାଣ୍ଡି ଖଡିଆଳ ବ୍ଲକର ଢଙ୍କସର ଗ୍ରାମରେ ବିବାହ କରିଥିଲେ । ବିବାହର ୭ ବର୍ଷ ପରେ ହେମକାନ୍ତୀଙ୍କୁ ଚର୍ମ ରୋଗ ଆରମ୍ଭ ହୋଇଥିଲା । ଏହି ଚର୍ମ ରୋଗକୁ ଦେଖି ସ୍ୱାମୀ କଲିଲ ତାଣ୍ଡି କୁଷ୍ଠ ରୋଗ କହି ହେମକାନ୍ତିଙ୍କୁ ଘରୁ ତଡି ଦେଇଥିଲେ । ହେମକାନ୍ତି ଅନ୍ୟ ଉପାୟ ନପାଇ ନିଜ ବାପଘର ବୋଡେନ ବ୍ଲକ କାମପୁର ଗ୍ରାମର କନକପଡାକୁ ଯାଇ ନିଜ ଭଉଣୀ ଲାଲଦେଇ ସାଗରଙ୍କ ଘରେ ଆଶ୍ରୟ ନେଇ ଅତି ଦୟନୀୟ ଭାବରେ ଜୀବନ ଯାପନ କରୁଥିଲେ । ସେଠାରେ ମଧ୍ୟ ହେମକାନ୍ତୀଙ୍କୁ ସର୍ବସାଧାରଣ ବ୍ୟବହାର କରୁଥିବା ପୋଖରି, ଗାଧୁଆତୁଠ, ନଳକୂପ, ଗାଁ ଦାଣ୍ଡ ମନା ହୋଇଯାଇଥିଲା । ହିନ୍ଦୁସ୍ଥାନ ସମାଚାର/ହେମନ୍ତ/ବୀଣାପାଣି .......................................
image