Hindusthan Samachar
Banner 2 रविवार, दिसम्बर 16, 2018 | समय 07:17 Hrs(IST) Sonali Sonali Sonali Singh Bisht

ୱାର୍ଡଭିଜନ ତରଫରୁ କମଳ ବଂଟନ

By HindusthanSamachar | Publish Date: Dec 8 2018 8:24PM
ୱାର୍ଡଭିଜନ ତରଫରୁ କମଳ ବଂଟନ
ନୂଆପଡ଼ା, ୦୮ ଡିସେମ୍ବର(ହି.ସ.) - ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ କିରକିଟା ପଂଚାୟତ ଅନ୍ତର୍ଗତ ଜୁନାପାନୀ ଗ୍ରାମ ଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱାର୍ଡଭିଜନ ପକ୍ଷରୁ ଗରିବ ଛାତ୍ରଛାତ୍ରୀମାନଙ୍କୁ କମଳ ବଂଟନ କରାଯାଇଛି । ଏହି କମଲ ବଂଟନ କାର୍ଯ୍ୟକ୍ରମରେ ସଂଯୋଜକ ସୁବାସିଂ ମାଝି ଅଧ୍ୟକ୍ଷତା କରିଥିବା ବେଳେ କିରିକିଟା ପଂଚାୟତ ସରପଂଚ ହେମବତୀ ଦାସ ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିଲେ । ଏହି ଅବସରରେ କିରିକିଟା ପଂଚାୟତର ୧୩୦ ଜଣ ଛାତ୍ରଛାତ୍ରୀମାନଙ୍କୁ କମଳ ବଂଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ରୋହିତ ଦାସ, ୱାର୍ଡ଼ସଭ୍ୟ ରଞ୍ଜିତ ଦାସ ସମେତ ପଂଚାୟତର ଜନସାଧାରଣ ଉପସ୍ଥିତ ଥିଲେ । ହିନ୍ଦୁସ୍ଥାନ ସମାଚାର/ହେମନ୍ତ/ବୀଣାପାଣି .......................................
image